Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍‌ଓସିରେ ଏଭଳି ଅନୁପ୍ରବେଶ ଘଟଣା ଘଟିଛି। ସେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଏନେଇ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେ ଏହାକୁ ଅଣଦେଖା କରିବାରୁ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

ଏହା ପୂର୍ବରୁ କୁପଓ୍ବାରା ଜିଲାର କେରନ୍‌ ସେକ୍ଟରରେ ଶନିବାର ପାକିସ୍ତାନୀ ସ୍ଥଳସୈନ୍ୟ ବାହିନୀର ବ୍ୟାଟ୍‌ ଟିମ୍‌ର ଅନୁପ୍ରବେଶ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଥିଲା। ଏଥିରେ ମୃତ୍ୟୁ ଘଟିଥିବା ପାକିସ୍ତାନୀଙ୍କୁ ମହମ୍ମଦ ଶବିର ଭାବେ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ଥାନ ସୈନ୍ୟଙ୍କ ସହିତ ହଟ୍‌ଲାଇନ୍‌ରେ ଯୋଗାଯୋଗ କରାଯାଇ ମୃତଦେହ ନେବାକୁ ଖବର ଦିଆଯାଇଛି। ମୃତ ଶବିରଙ୍କଠାରୁ ଗୋଟିଏ ଏକେ-୪୭, ୭ଟି ଗ୍ରେନେଡ୍‌ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଏଲ୍‌ଓସି ଅଞ୍ଚଳରେ ଶୀତଦିନ ଯୋଗୁ ପ୍ରବଳ ଥଣ୍ଡାରେ ତୁଷାରପାତ ହେବା ସହିତ ଖରାପ ପାଗ ଲାଗି ରହିଛି। ଫଳରେ ସର୍ଚ୍ଚ ଅପରେଶନକୁ ଏବେ ବନ୍ଦ କରି ଦିଆଯାଇଛି। ରବିବାର ଭାରତୀୟ ସେନାର ବଜ୍ର ଫୋର୍ସର ମେଜର ଜେନେରାଲ ଅଭିଜିତ୍‌ ପେଣ୍ଡାରକର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଶନିବାର କିରାନ ସେକ୍ଟରରେ ପାକିସ୍ତାନୀ ବ୍ୟାଟ୍‌ ଟିମ୍‌ ପକ୍ଷରୁ ଦୁଇଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ସେକ୍ଟର ବର୍ଡର ଆକ୍ସନ ଟିମ ପକ୍ଷରୁ ପ୍ରତିରୋଧ କରିବାକୁ ଏକ ପ୍ରୟାସ କରାଯାଇଥିଲା। ଅପରାହ୍ନ ୩ଟା ବେଳେ ପାକିସ୍ତାନ ପକ୍ଷରୁ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା।

ଏହା ପରେ ଭାରତୀୟ ଯବାନମାନଙ୍କ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅପରାହ୍ନ ୪ଟାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯିବା ସହିତ ସମ୍ପୃକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିଲା। ନିହତ ଆତଙ୍କବାଦୀଙ୍କଠାରୁ ପାକିସ୍ତାନୀ ମୁଦ୍ରା, ଟିକାକରଣର ପାକିସ୍ତାନୀ ପ୍ରମାଣପତ୍ର ମଧ୍ୟ ମିଳିଛି। ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିବା ସ୍ଥାନ ପାକିସ୍ତାନ ପାର୍ଶ୍ୱରେ ଅବସ୍ଥିତ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପିଓକେ ପ୍ରସଙ୍ଗରେ ସହାୟତା ଯୋଗାଇବ ଆମେରିକା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୩୧।୮: ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରସଙ୍ଗରେ ଆମେରିକା ଆବଶ୍ୟକ ସହାୟତା କରିବ। ଏନେଇ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ବାମୀ...

କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ...

୨୦୦ରୁ ଅଧିକ ବୋମା ଉଦ୍ଧାର

କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି।...

କମଲନାଥ ସରକାରଙ୍କୁ ବଞ୍ଚାଇଦେଲା କରୋନା

ଭୋପାଳ,୧୬।୩: ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଯାହା ଅନୁମାନ କରାଯାଉଥିଲା ତାହାହିଁ ହେଲା। ଏବେ ସାରା ଦେଶରେ...

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି।...

ଶୋପିଆନ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି। ଏହିକ୍ରମରେ ଶନିବାର ଶୋପିୟାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହଁି...

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ...

ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନାଙ୍କ ପରଲୋକ …

ଲକ୍ଷ୍ନୌ, ୯।୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୈନପୁରୀ ଏମ୍‌ପି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କର ଗୁରୁଗାଓଁ ସ୍ଥିତ ମେଦାନ୍ତ...

Advertisement
Archives

Model This Week