Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍‌ଓସିରେ ଏଭଳି ଅନୁପ୍ରବେଶ ଘଟଣା ଘଟିଛି। ସେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଏନେଇ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେ ଏହାକୁ ଅଣଦେଖା କରିବାରୁ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

ଏହା ପୂର୍ବରୁ କୁପଓ୍ବାରା ଜିଲାର କେରନ୍‌ ସେକ୍ଟରରେ ଶନିବାର ପାକିସ୍ତାନୀ ସ୍ଥଳସୈନ୍ୟ ବାହିନୀର ବ୍ୟାଟ୍‌ ଟିମ୍‌ର ଅନୁପ୍ରବେଶ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଥିଲା। ଏଥିରେ ମୃତ୍ୟୁ ଘଟିଥିବା ପାକିସ୍ତାନୀଙ୍କୁ ମହମ୍ମଦ ଶବିର ଭାବେ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ଥାନ ସୈନ୍ୟଙ୍କ ସହିତ ହଟ୍‌ଲାଇନ୍‌ରେ ଯୋଗାଯୋଗ କରାଯାଇ ମୃତଦେହ ନେବାକୁ ଖବର ଦିଆଯାଇଛି। ମୃତ ଶବିରଙ୍କଠାରୁ ଗୋଟିଏ ଏକେ-୪୭, ୭ଟି ଗ୍ରେନେଡ୍‌ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଏଲ୍‌ଓସି ଅଞ୍ଚଳରେ ଶୀତଦିନ ଯୋଗୁ ପ୍ରବଳ ଥଣ୍ଡାରେ ତୁଷାରପାତ ହେବା ସହିତ ଖରାପ ପାଗ ଲାଗି ରହିଛି। ଫଳରେ ସର୍ଚ୍ଚ ଅପରେଶନକୁ ଏବେ ବନ୍ଦ କରି ଦିଆଯାଇଛି। ରବିବାର ଭାରତୀୟ ସେନାର ବଜ୍ର ଫୋର୍ସର ମେଜର ଜେନେରାଲ ଅଭିଜିତ୍‌ ପେଣ୍ଡାରକର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଶନିବାର କିରାନ ସେକ୍ଟରରେ ପାକିସ୍ତାନୀ ବ୍ୟାଟ୍‌ ଟିମ୍‌ ପକ୍ଷରୁ ଦୁଇଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ସେକ୍ଟର ବର୍ଡର ଆକ୍ସନ ଟିମ ପକ୍ଷରୁ ପ୍ରତିରୋଧ କରିବାକୁ ଏକ ପ୍ରୟାସ କରାଯାଇଥିଲା। ଅପରାହ୍ନ ୩ଟା ବେଳେ ପାକିସ୍ତାନ ପକ୍ଷରୁ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା।

ଏହା ପରେ ଭାରତୀୟ ଯବାନମାନଙ୍କ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅପରାହ୍ନ ୪ଟାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯିବା ସହିତ ସମ୍ପୃକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିଲା। ନିହତ ଆତଙ୍କବାଦୀଙ୍କଠାରୁ ପାକିସ୍ତାନୀ ମୁଦ୍ରା, ଟିକାକରଣର ପାକିସ୍ତାନୀ ପ୍ରମାଣପତ୍ର ମଧ୍ୟ ମିଳିଛି। ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିବା ସ୍ଥାନ ପାକିସ୍ତାନ ପାର୍ଶ୍ୱରେ ଅବସ୍ଥିତ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୩।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ସମ୍ପର୍କିତ ବିବରଣୀ ପ୍ରକାଶ…

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri