ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା ବଢ଼ି ଚାଲିଥିବାରୁ ଏହାକୁ ରୋକିବା ଉପରେ ଜିଲା ପ୍ରଶାସନ ଜୋର ଦେଇଛି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ପ୍ରତିଟି କଟକଣା ଯେପରି ପ୍ଲାଣ୍ଟ ମଧ୍ୟରେ କଡ଼ାକଡ଼ି ପାଳନ କରାଯାଏ ସେ ନେଇ ପଦକ୍ଷେପ ନେବାକୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ରବିବାର ୯ଟି ଶିଳ୍ପସଂସ୍ଥା କର୍ତ୍ତୃପକ୍ଷଙ୍କୁ ଚିଠି (ନଂ. ୩୨୪/୫ା୭ା୨୦) ଲେଖିଛନ୍ତି। ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀମାନେ ଅନୁଗୋଳ ସହର ସମେତ ନିକଟବର୍ତ୍ତୀ ଗ୍ରାମରେ ରହୁଥିବାରୁ ସେଠାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ଲାଣ୍ଟ ଅଞ୍ଚଳରେ ରହୁଥିବା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯେପରି ବାହାରେ ବୁଲାବୁଲି ନ କରନ୍ତି ସେଥିପାଇଁ ବାରଣ କରିବାକୁ କୁହାଯାଇଛି। ଜରୁରୀ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ଲାଣ୍ଟ ପରିସର ମଧ୍ୟରେ ରଖିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବାହାରୁ ଯାଉଥିବା କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ସହ ଲକ୍ଷଣ ଥିଲେ ସେମାନଙ୍କୁ ପ୍ଲାଣ୍ଟ ଭିତରକୁ ପ୍ରବେଶ କରାଇ ନ ଦେବା ପାଇଁ କୁହାଯାଇଛି। ନିୟମ କଡ଼ାକଡ଼ି ପାଳନ କରା ନ ଗଲେ ଉକ୍ତ ପ୍ଲାଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବ ବୋଲି ଜିଲାପାଳ ମହାନ୍ତି ଚିଠିରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଶନିବାର ୬ ଜଣଙ୍କ ନମୁନା ପଜିଟିଭ୍‌ ଆସିବା ପରେ ନାଲ୍‌କୋ ପ୍ରଶାସନ ପକ୍ଷରୁ ରବିବାର ୯୫ଟି କ୍ବାର୍ଟର୍ସକୁ ସିଲ୍‌ କରାଯାଇଛି। ସିପିପି ପ୍ରଶାସନିକ କାର୍ଯ୍ୟାଳୟ-୧ ଓ ଟେକ୍ନିକାଲ ବିଲ୍ଡିଂ-୧କୁ ମଧ୍ୟ ସିଲ୍‌ ସହ ବିଶୋଧନ କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?