ହସ୍ପିଟାଲ, ହଟ୍‌ସ୍ପଟ୍‌ ଜିଲା ଫେରନ୍ତାଙ୍କ ପାଇଁ ସଂକ୍ରମଣ ବଢୁଛି

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଜୁଲାଇ ୧ରୁ ୧୦ ମଧ୍ୟରେ ୩୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରୁ ୬୧, ସ୍ଥାନୀୟ ସଂକ୍ରମିତ ୩୭ ଏବଂ ଟ୍ରାଭେଲ ହିଷ୍ଟ୍ରି ଥିବା ବା କଣ୍ଟାକ୍ଟରେ ଆସି ୨୧୨ଜଣ ସଂକ୍ରମିତ ହୋଇଛନ୍ତି। ଏବେ ହସ୍ପିଟାଲ, ହଟ୍‌ସ୍ପଟ୍‌ ଜିଲା ଓ ବାହାର ଫେରନ୍ତାଙ୍କ ଯୋଗୁ ଭୁବନେଶ୍ୱରରେ ପୁନଃ ସଂକ୍ରମଣ ବ୍ୟାପିବାରେ ଲାଗିଛି ବୋଲି ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିକୁ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ କୋଭିଡ୍‌ ପର୍ଯ୍ୟବେକ୍ଷକ ଥିବା ଅନୁ ଗର୍ଗ କହିଛନ୍ତି, ସହରରେ ଦୈନିକ ପାଖାପାଖି ୧୦୦୦ ନମୁନା ପରୀକ୍ଷା କରାଯାଉଛି। ବିଭିନ୍ନ ସଚେତକ ଟିମ୍‌ ଗଠନ କରିବା ସହ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରବାସୀ ପୂର୍ବପରି ମାସ୍କ ପିନ୍ଧିବା ସହ ସଚେତନ ଓ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଭୁବନେଶ୍ୱରର ଏ ପରିସ୍ଥିତି ପାଇଁ ଚିନ୍ତାବ୍ୟକ୍ତ କରିବା ସହ ଯଥା ସମ୍ଭବ ଘରେ ରହିବା ପାଇଁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ଲୋକେ କଟକଣା ମାନିଲେ ଓ ସତର୍କ ରହିଲେ ହିଁ ଆମେ କରୋନାକୁ ହରାଇ ପାରିବା। ସଂକ୍ରମଣ କମିଯିବ। ଏବେ ଶନିବାର ଏବଂ ରବିବାର ଶଟ୍‌ଡାଉନ ରହୁଥିବାରୁ ଲୋକେ ଶୁକ୍ରବାର ହାଟବଜାରରେ ପ୍ରବଳ ଭିଡ ଜମାଉଛନ୍ତି। ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରୁଥିବାରୁ ସଂକ୍ରମଣ ବଢୁଛି। ନିଜକୁ ତଥା ଅନ୍ୟମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ। ଅତି ଜରୁରୀ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଅନ୍‌ଲାଇନରେ ଜରୁରୀ ଜିନିଷ କିଣନ୍ତୁ। ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଡାକ୍ତରଖାନା ନ ଯାଇ ବିଏମ୍‌ସିର ଟେଲିମେଡ଼ିସିନ ସୁବିଧାକୁ ବ୍ୟବହାର କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ବରିଷ୍ଠ ନାଗରିକଙ୍କ ପ୍ରତି ଅଧିକ ବିପଦ ରହିଛି। ବିଏମସିର ସଚେତକ ଆପ୍‌ ମୋବାଇଲ ଫୋନ୍‌ରେ ଇନ୍‌ଷ୍ଟଲ କରି ଜରୁରୀ ସେବା ପାଇବା ସହ ବରିଷ୍ଠ ନାଗରିକଙ୍କର ସ୍ବତନ୍ତ୍ର ଯତ୍ନ ନେବାକୁ ଚୌଧାରୀ ପରାମର୍ଶ ଦେଇଛନ୍ତି।

ସହରବାସୀଙ୍କ ସହଯୋଗ ଲୋଡ଼ିଲେ
କରୋନା ମୁକାବିଲାରେ ଲୋକେ ଆଉ ପୂର୍ବପରି ସହଯୋଗ କରୁନାହାନ୍ତି। ବଜାର ହାଟରେ ସାମାଜିକ ଦୂରତା ରକ୍ଷା ନ କରି ଭିଡ଼ ଜମାଉଛନ୍ତି। କରୋନା ମୁକାବିଲା ଏକ ସାମୂହିକ ଦାୟିତ୍ୱ। ତେଣୁ ଏହି ଲଢ଼େଇରେ ସହରବାସୀ ସାମିଲ ହୋଇ ସହଯୋଗ କରନ୍ତୁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଅନୁରୋଧ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ମୁଖ୍ୟ କାରଣ ହେଉଛି ସତର୍କତା ଅବଲମ୍ବନ ନ କରିବା। ଯଦି ଏପରି ସ୍ଥିତିରେ ଲୋକେ ସହଯୋଗ ନ କରନ୍ତି, ତା’ହେଲେ ଭବିଷ୍ୟତରେ ଭୁବନେଶ୍ୱରର ସ୍ଥିତି ଭିନ୍ନ ଥିବ ବୋଲି ଚୌଧାରୀ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri