ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ ବସିବା ଅପେକ୍ଷା ଅଟୋ ଚଳାଇ ଜଣେ ମହିଳା ଗତ ୪ମାସ ହେବ ତାଙ୍କ ପରିବାର ପୋଷଣ କରୁଛନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୭ନଂ. ଓ୍ବାର୍ଡର ବାସିନ୍ଦା ରସିଦା ବେଗମ(୪୮)ଙ୍କ କ୍ଷେତ୍ରରେ। ସେ ଅନ୍ୟ ମହିଳାମାନଙ୍କ ଲାଗି ପାଲଟିଛନ୍ତି ପ୍ରେରଣାର ଉତ୍ସ।

ରସିଦାଙ୍କ କହିବାନୁଯାୟୀ, ତାଙ୍କ ସ୍ବାମୀ ଏକ ଅଟୋ ଫାଇନାନ୍ସରେ କିଣି ଚଳାଉଥିଲେ। ଗତ କିଛି ମାସ ପୂର୍ବେ ତାଙ୍କ ସ୍ବାମୀ ପକ୍ଷଘାତ ରୋଗରେ ଆକ୍ରାନ୍ତ ହେବା ସହ ଆଖିକୁ ମଧ୍ୟ ଠିକ୍‌ରେ ଦେଖାଗଲା ନାହିଁ। ଏହା ପରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା। ଅଟୋକୁ ଭଡ଼ାରେ ଚଳାଇବା ଲାଗି ଜଣଙ୍କୁ ଦେଇଥିଲି। ହେଲେ ଲାଭ ହେବା ପରିବର୍ତ୍ତେ ଅଟୋର ମରାମତି ଖର୍ଚ୍ଚ ବଢ଼ିଯାଇଥିଲା। ଏପଟେ କରୋନା ଯୋଗୁ କେଉଁଠି ବି କାମ ମିଳିଲା ନାହିଁ। ଦୁଇ ଝିଅ, ଗୋଟିଏ ପୁଅ ଏପଟେ ସ୍ବାମୀର ଚିକିତ୍ସା ଚିନ୍ତା କରି ଭାଙ୍ଗିପଡିଥିଲି। ଏହା ପରେ ଆର୍ଥିକ ଅଭାବ ଅନଟନକୁ ଦୂର କରିବା ପାଇଁ ନିଜେ ଅଟୋ ଚଳାଇବା ଲାଗି ଶିକ୍ଷା ଆରମ୍ଭ କରିଥିଲି। ପରେ ଜଣେ ଗୃହିଣୀରୁ ଅଟୋଚାଳକ ପାଲଟି ଯାଇଥିଲି। ପ୍ରତ୍ୟେକ ଦିନ ଭୋର୍‌ରୁ ଉଠି ଘର କାମ ସହ ରୋଷେଇ ସାରି ଅଟୋ ନେଇ ବାହାରିଯାଇଥାଏ। ଜଟଣୀଠାରୁ ଭୁବନେଶ୍ୱର ଓ ନିମାପଡ଼ା ପର୍ଯ୍ୟନ୍ତ ଦୈନିକ ୬୦ରୁ ୭୦କି.ମି. ଯାତ୍ରା କରିଥାଏ। ତେଲ ଖର୍ଚ୍ଚ ଛାଡି ଦୈନିକ ଶହେ କି ଦୁଇ ଶହ ଟଙ୍କା ରୋଜଗାର ହୋଇଥାଏ। ଏହି ଟଙ୍କାରୁ ପରିବାର ଚଳୁଥିବା ବେଳେ ଅଟୋର ମାସିକିଆ ଇନଷ୍ଟାଲମେଣ୍ଟ ଭରିବାକୁ ପଡ଼ିଥାଏ। ଏବେ ଏହା ମୋ ଜୀବନ ଜୀବିକା ପାଲଟିଯାଇଛିି। ସକାରଙ୍କ ପକ୍ଷରୁ ରାଶନକାର୍ଡ ମିଳିଥିବା ବେଳେ ଅନ୍ୟ କୌଣସି ସହାୟତା ମିଳିନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିଲେ, ପରିବାର ଚଳାଇବା ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?