୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି ବୋଲି ଆଇଆଇଟି ମାଡ୍ରାସ୍‌ର ଗବେଷକଙ୍କ ପ୍ରାଥମିକ ବିଶ୍ଳେଷଣରୁ ଏସମ୍ପର୍କରେ ସୂଚନା ମିଳିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ଫେବୃଆରୀ ୬ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏହା ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ ଫେବୃଆରୀ ୧ରୁ ଫେବୃଆରୀ ୧୫ ମଧ୍ୟରେ ତୃତୀୟ ଲହରର ଶୀର୍ଷସ୍ଥିତି ଆସିବ।

ତେବେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଶୀର୍ଷ ଶୀଘ୍ର ଆସିବାର ଆଶଙ୍କା ଥିବା ଗବେଷକ ଦଳର ନେତୃତ୍ୱ ନେଉଥିବା ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି। ଆର୍‌-ଭାଲ୍ୟୁ ଜାନୁୟାରୀ ୧୪ ରୁ ଜାନୁୟାରୀ ୨୧ ମଧ୍ୟରେ ୧.୫୭ ପ୍ରତିଶତ କୁ ହ୍ରାସ ପାଇଛି। ଜଣେ ବ୍ୟକ୍ତି କେତେ ଲୋକଙ୍କୁ ସଂକ୍ରମିତ କରିପାରନ୍ତି ତାହାକୁ ଆର୍‌-ଭାଲ୍ୟୁ କୁହାଯାଇଥାଏ। ଯଦି ଏହି ହାର ୧ରୁ ତଳକୁ ଖସିଯାଏ, ତେବେ ମହାମାରୀ ସମାପ୍ତ ହୋଇଛି ବୋଲି ବିବେଚନା କରାଯାଏ।

ଆଇଆଇଟି ମାଡ୍ରାସ ସର୍ଭେ ରିପୋର୍ଟ ଅନୁସାରେ ଜାନୁଆରୀ ୧୪ରୁ ଜାନୁୟାରୀ ୨୧ମଧ୍ୟରେ ଏହା ୨.୨, ଜାନୁୟାରୀ ୭ ରୁ ୧୩ ମଧ୍ୟରେ ୨.୨, ଜାନୁଆରୀ ୧ ରୁ ୬ ମଧ୍ୟରେ ଏବଂ ଡିସେମ୍ବର ୨୫ ରୁ ୩୧ ମଧ୍ୟରେ ଏହା ୨.୯ ରହିଥିଲା। ଆଇଆଇଟି ମାଡ୍ରାସର ଗଣିତ ବିଭାଗ ଏବଂ ସେଣ୍ଟର ଅଫ ଏକ୍ସଲେନ୍ସ, ପ୍ରଫେସର ନୀଲେଶ ଏସ ଉପାଧ୍ୟାୟ ଏବଂ ପ୍ରଫେସର ଏସ ସୁନ୍ଦରଙ୍କ ନେତୃତ୍ୱରେ ଗଣନାକାରୀ ମଡେଲିଂ ମାଧ୍ୟମରେ ଶୀର୍ଷ କେବେ ଆସିବ ତାହାର ପ୍ରାଥମିକ ବିଶ୍ଳେଷଣ କରାଯାଇଛି। ମୁମ୍ବାଇ ଏବଂ କୋଲକାତାରେ ମହାମାରୀ ଶୀର୍ଷରେ ପହଞ୍ଚିସାରିଥିବା ରିପୋର୍ଟରେ ଦର୍ଶାଯାଇଛି।

ତଥ୍ୟ ଅନୁଯାୟୀ, ମୁମ୍ବାଇର ଆର୍‌-ଭାଲ୍ୟୁ ୦.୬୭ , ଦିଲ୍ଲୀର ୦.୯୮, ଚେନ୍ନାଇର ୧.୨ ଏବଂ କୋଲକାତାର ଆର୍‌-ଭାଲ୍ୟୁ ୦.୫୬ ରହିଛି। ମୁମ୍ବାଇ ଏବଂ କୋଲକାତାର ଆର୍‌-ଭାଲ୍ୟୁ ସୂଚାଇ ଦେଉଛି ଯେ ମହାମାରୀର ଶୀର୍ଷ ସେଠାରେ ଶେଷ ହୋଇଛି। ଯେତେବେଳେ କି ଦିଲ୍ଲୀ ଏବଂ ଚେନ୍ନାଇରେ ଏହା ପାଖାପାଖି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଣ୍ଣବ-ବିଏଆର୍‌ସି ପୂର୍ବତନ ସିଇଓଙ୍କ ଚାଟ୍‌ ଭାଇରାଲ

ମୁମ୍ବାଇ, ୧୭।୧: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଗିରଫ ହୋଇଥିବା ଟିଭି ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ...

ଦୈନିକ ସଂକ୍ରମଣ ୧୦ ହଜାର ତଳେ,ସକ୍ରିୟ ମାମଲା ୮୮ ହଜାରରୁ କମ୍‌…

ନୂଆଦିଲ୍ଲୀ, ୨୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଅନୁରୋଧ…

ନୂଆଦିଲ୍ଲୀ,୧୪ା୨: ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ଏହାର ପ୍ରଭାବ ଏବେ ପୃଥିବୀର ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି।...

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ବାଂଲାଦେଶୀ ପ୍ରତିପକ୍ଷଙ୍କୁ ଭେଟିଲେ ସେନା ମୁଖ୍ୟ ମନୋଜ ପାଣ୍ଡେ

ନୂଆଦିଲ୍ଲୀ,୫।୬: ସୋମବାର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଜେନେରାଲ ଏସଏମ...

ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି।...

ମସଜିଦ୍‌ରେ କୱାଲି ଶୁଣୁଛନ୍ତି ହନୁମାନ ଚାଳିଶା ପାଠ କରୁଥିବା ଲୋକେ: ଉଦ୍ଧବ…

ମୁମ୍ବାଇ,୧୭।୪ : ଉଦ୍ଧବ ଠାକରେ ପୁଣି ଥରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ମୋର ଅଭିଯୋଗ ହେଉଛି ଯେ...

ମଙ୍ଗଳୟାନ ଉଠାଇଲା ‘ଫାବୋସ୍‌’ ଫଟୋ

ବେଙ୍ଗାଲୁରୁ,୫ା୭ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମଙ୍ଗଳୟାନ(ମାର୍ସ ଅର୍ବିଟର ମିଶନ)ରେ ଥିବା ମାର୍ସ କଲର କ୍ୟାମେରା (ଏମ୍‌ସିସି) ମଙ୍ଗଳ ଗ୍ରହର ବୃହତ୍ତମ ଚନ୍ଦ୍ର...

Advertisement
Archives

Model This Week