Posted inଫୁରସତ

ବ୍ରିଗେଡିୟର୍‌ ପେଙ୍ଗୁଇନ୍‌

ସେନାରେ କେବଳ ମଣିଷ ନୁହନ୍ତି ପ୍ରାଣୀମାନେ ବି ସାମିଲ ହୋଇପାରିବେ। ଏକଥାକୁ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କିଛି ବର୍ଷ ତଳେ ୨୦୧୬ରେ ଏକ ପ୍ରାଣୀକୁ କେବଳ ଯେ ସେନାର ଅଂଶ କରାଯାଇଥିଲା ତାହା ନୁହେଁ ବରଂ ଏକ ସର୍ବୋଚ୍ଚ ପଦବୀ ଦିଆଯାଇଥିଲା। ତାସହ ତାକୁ ଗାର୍ଡ ଅଫ ଅନର୍‌ ବି ଦିଆଯାଇଥିଲା। ଏହା ହେଉଛି ସ୍କଟଲାଣ୍ଡର ରାଜଧାନୀ ଏଡିନ୍‌ବର୍ଗ ଚିଡିଆଖାନାର ଏକ ପେଙ୍ଗୁଇନ୍‌ର କଥା। ‘ସର୍‌ ନିଲ୍ସ ଓଲାଭ’ ନାମକ ଏହି ପେଙ୍ଗୁଇନ୍‌କୁ ବ୍ରିଗେଡିୟର୍‌ ପଦବୀ ମିଳିଥିଲା। ଆଉ ୫୦ରୁ ଉର୍ଦ୍ଧ୍ୱ ସୈନିକ ତାକୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରିଥିଲେ। ଜଣେ ସେନାଧିକାରୀ ସାଲ୍ୟୁଟ୍‌ ମଧ୍ୟ କରିଥିଲେ। ଆଉ ନିଲ୍ସକୁ କିଙ୍ଗସ୍‌ ଅଫ୍‌ ନରଓ୍ବେ ଗାର୍ଡ ବିଭାଗର ମୁଖ୍ୟ ସଦସ୍ୟ କରାଯାଇଥିଲା। ତେଣୁ ସେ ‘ବ୍ରିଗେଡିୟର୍‌ ସର୍‌ ନିଲ୍ସ ଓଲାଭ’ ନାମରେ ପରିଚିତ ହେଲା। ଏହି ସମାରୋହରେ ନିଲ୍ସ ଏକ ପେଙ୍ଗୁଇନ୍‌ ନୁହେଁ ବରଂ ସେନାର ଜଣେ ଯୋଦ୍ଧା ପରି ଲାଗୁଥିଲା। ଆଉ ସେ ବୀର ଠାଣିରେ ଚାଲୁଥିଲା। କେବଳ ସେତିିକି ନୁହେଁ ସେଠାରେ ଜଣେ ଅଫିସର୍‌ଙ୍କୁ ନିରୀକ୍ଷଣ ବି କରିଥିଲା। ସମାରୋହର ଆୟୋଜକଙ୍କ କହିବାନୁସାରେ ସ୍କଟଲାଣ୍ଡ ଓ ନର୍‌ଓ୍ବେ ଦୁଇ ଦେଶ ମଧ୍ୟସ୍ଥ ସମ୍ପର୍କର ଏହା ଏକ ସୁନ୍ଦର ଦୃଶ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri