ଟିକା ନେବା ସତ୍ତ୍ୱେ ସଂକ୍ରମଣ: କାରଣ ଖୋଜିବ ୮ଜଣିଆ କମିଟି

ଭୁବନେଶ୍ୱର, ୨୦।୬(ବ୍ୟୁରୋ): କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ବାରମ୍ବାର ପରୀକ୍ଷଣ ପରେ ଏବେ ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି। ଅନୁମତି ପାଇଥିବା ଆଉ କେତେକ ଟିକାର ମାନବୀୟ ପରୀକ୍ଷଣ ଚାଲିଛି। ତେବେ ଟିକାର ଦୁଇ ଡୋଜ୍‌ ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି। ଜୀବନ ବି ଯାଉଛି। ଏହାର କାରଣ ଜାଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ୮ଜଣିଆ କମିଟି ଗଠିତ ହୋଇଛି। ଏହି କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଡୋଜ୍‌ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେବାର କେତେ ଦିନ ପରେ ସଂକ୍ରମଣ ହେଉଛନ୍ତି ଓ କେତେ ଦିନ ପରେ ମୃତ୍ୟୁ ହେଉଛି ସେସବୁର ତର୍ଜମା କରିବ କିମଟି। ଓଡ଼ିଶାରେ ଟିକା ନେବାପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ତର୍ଜମା ଚାଲିଛି। ଆବଶ୍ୟକ ପଡ଼ିଲେ ଅନ୍ୟ ବୈଷୟିକ କମିଟିର ସହାୟତା ନେବୁ ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡା. ପରିଡ଼ା କହିଛନ୍ତି। ତେବେ ସମସ୍ତେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନକୁ ଠିକ୍‌ ଭାବେ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ପରିବେଶରେ ସଂକ୍ରମଣ ରହିଥିବାରୁ ଲୋକେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଟିକା ନେବା ପରେ ସିଭିୟରିଟି କମୁଛି। ଟିକା ନେଲେ କୋଭିଡ୍‌ ହେବ ନାହିଁ ବୋଲି ଏପରି କିଛି ନାହିଁ। ବିଭିନ୍ନ ଟିକା ୭୦ ରୁ ୯୦% ଭିତରେ କାର୍ଯ୍ୟ କରୁଛି। ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଓଡ଼ିଶାରେ ଟିକାର ଦୁଇଟି ଡୋଜ୍‌ ନେବା ପରେ କେତେଜଣ ସଂକ୍ରମିତ ହେଉଛନ୍ତି, ତାହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ଗଠିତ ବୈଷୟିକ କମିଟି ବିଶେଷ କରି ୪ଟି ଦିଗ ଉପରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମଗ୍ର ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡ଼ିଛି। ସାରା ଦେଶରେ ଏବେ ୨୮ ଲାବରାଟୋରୀରେ ପାଖାପାଖି ୪୦ହଜାର ନମୁନାର ଜିନୋମ ସିକ୍ୟୁଏନ୍‌ସିଂ କରାଯାଉଛି। ଯେଉଁଥିରେ ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ୪ ରାଜ୍ୟ ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡରୁ ଆସୁଥିବା ନମୁନାକୁ ନେଇ ଜିନମ ସିକ୍ୟୁଏନ୍‌ସିଂ ପରୀକ୍ଷା କରୁଥିବା ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା କହିଛନ୍ତି। ତେବେ ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନ୍‌ସିଂ କରାଗଲେ ଡେଲ୍‌ଟା ପ୍ଲସ ଭାଇରସର ସ୍ଥିତି କ’ଣ ରହିଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri