ଟିକା ନେବା ସତ୍ତ୍ୱେ ସଂକ୍ରମଣ: କାରଣ ଖୋଜିବ ୮ଜଣିଆ କମିଟି

ଭୁବନେଶ୍ୱର, ୨୦।୬(ବ୍ୟୁରୋ): କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ବାରମ୍ବାର ପରୀକ୍ଷଣ ପରେ ଏବେ ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି। ଅନୁମତି ପାଇଥିବା ଆଉ କେତେକ ଟିକାର ମାନବୀୟ ପରୀକ୍ଷଣ ଚାଲିଛି। ତେବେ ଟିକାର ଦୁଇ ଡୋଜ୍‌ ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି। ଜୀବନ ବି ଯାଉଛି। ଏହାର କାରଣ ଜାଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ୮ଜଣିଆ କମିଟି ଗଠିତ ହୋଇଛି। ଏହି କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଡୋଜ୍‌ କିମ୍ବା ଦ୍ୱିତୀୟ ଡୋଜ୍‌ ଟିକା ନେବାର କେତେ ଦିନ ପରେ ସଂକ୍ରମଣ ହେଉଛନ୍ତି ଓ କେତେ ଦିନ ପରେ ମୃତ୍ୟୁ ହେଉଛି ସେସବୁର ତର୍ଜମା କରିବ କିମଟି। ଓଡ଼ିଶାରେ ଟିକା ନେବାପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ତର୍ଜମା ଚାଲିଛି। ଆବଶ୍ୟକ ପଡ଼ିଲେ ଅନ୍ୟ ବୈଷୟିକ କମିଟିର ସହାୟତା ନେବୁ ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡା. ପରିଡ଼ା କହିଛନ୍ତି। ତେବେ ସମସ୍ତେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନକୁ ଠିକ୍‌ ଭାବେ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ପରିବେଶରେ ସଂକ୍ରମଣ ରହିଥିବାରୁ ଲୋକେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଟିକା ନେବା ପରେ ସିଭିୟରିଟି କମୁଛି। ଟିକା ନେଲେ କୋଭିଡ୍‌ ହେବ ନାହିଁ ବୋଲି ଏପରି କିଛି ନାହିଁ। ବିଭିନ୍ନ ଟିକା ୭୦ ରୁ ୯୦% ଭିତରେ କାର୍ଯ୍ୟ କରୁଛି। ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଓଡ଼ିଶାରେ ଟିକାର ଦୁଇଟି ଡୋଜ୍‌ ନେବା ପରେ କେତେଜଣ ସଂକ୍ରମିତ ହେଉଛନ୍ତି, ତାହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ଗଠିତ ବୈଷୟିକ କମିଟି ବିଶେଷ କରି ୪ଟି ଦିଗ ଉପରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମଗ୍ର ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡ଼ିଛି। ସାରା ଦେଶରେ ଏବେ ୨୮ ଲାବରାଟୋରୀରେ ପାଖାପାଖି ୪୦ହଜାର ନମୁନାର ଜିନୋମ ସିକ୍ୟୁଏନ୍‌ସିଂ କରାଯାଉଛି। ଯେଉଁଥିରେ ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ୪ ରାଜ୍ୟ ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡରୁ ଆସୁଥିବା ନମୁନାକୁ ନେଇ ଜିନମ ସିକ୍ୟୁଏନ୍‌ସିଂ ପରୀକ୍ଷା କରୁଥିବା ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା କହିଛନ୍ତି। ତେବେ ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନ୍‌ସିଂ କରାଗଲେ ଡେଲ୍‌ଟା ପ୍ଲସ ଭାଇରସର ସ୍ଥିତି କ’ଣ ରହିଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri