ପ୍ରଭାବହୀନ ଜି୨୦

ନୂଆଦିଲ୍ଲୀଠାରେ ୧୮ତମ ଜି୨୦ ସମ୍ମିଳନୀ ୧୦ ସେପ୍ଟେମ୍ବରରେ ଶେଷ ହୋଇଛି। ଏଥିରେ ନିଆଯାଇଥିବା ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରେ ରହିଛି ଆଫ୍ରିକୀୟ ସଂଘ (ଏୟୁ)କୁ ବୃହତ୍‌ ମଞ୍ଚରେ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବା ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇଇ-ଇସି) ଘୋଷଣା। ଆଫ୍ରିକୀୟ ସଂଘକୁ ସଦସ୍ୟତା ଦିଆଯିବା ଦ୍ୱାରା ଜି୨୦ ଅଧିକ ଶକ୍ତିଶାଳୀ ହୋଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଇଏମ୍‌ଇଇ-ଇସିରେ ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ଆମେରିକା, ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ସମେତ ୟୁରୋପୀୟ ସଂଘର ଅନ୍ୟ ଦେଶଗୁଡ଼ିକ ରହିଛନ୍ତି। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଂଶ ଏସିଆ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଆମେରିକା ସହ ଅର୍ଥନୈତିକ ସହଯୋଗ ଏବଂ ବୃହତ୍‌ ଯୋଗାଯୋଗ ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱ ନେତାମାନେ କହିଛନ୍ତି। ଏଥିରେ ଦୁଇଟି ଅଲଗା କରିଡର ରହିବ। ପ୍ରଥମରେ ଭାରତ ସହିତ ମଧ୍ୟପ୍ରାଚ୍ୟ ଯୋଡ଼ାଯିବ ଓ ଦ୍ୱିତୀୟରେ ମଧ୍ୟପ୍ରାଚ୍ୟରୁ ୟୁରୋପକୁ ଏବଂ ଅନ୍ୟାନ୍ୟ ରାଷ୍ଟ୍ରକୁ ସଂଯୋଗ କରାଯିବ। ଦକ୍ଷିଣ ଏସିଆରୁ ୟୁରୋପ ଯାଏ ଜାହାଜ ଓ ରେଳପଥକୁ ପରିବହନର ମାଧ୍ୟମ କରାଯାଇଛି।
ଉପରବର୍ଣ୍ଣିତ କରିଡର ଘୋଷଣା ପଛରେ ଚାଇନାର ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ଟକ୍କର ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ ଯେ, ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ଭାବେ ୨୦୧୩ରେ ଚାଇନା ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଜରିଆରେ ବିଶ୍ୱର ୧୫୦ଟି ଦେଶରେ ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଥିଲା। ଏହାର ଉଦ୍ୟେକ୍ତା ଥିଲେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ। ଇତିମଧ୍ୟରେ ଚାଇନା ଅର୍ଥନୀତିରେ ସଙ୍କଟ ଦେଖାଦେଇଥିବାରୁ ଏହି ପ୍ରକଳ୍ପ ତା’ର ଲକ୍ଷ୍ୟ ହାସଲ ଦିଗରେ ଧିମେଇ ଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଜିନ୍‌ପିଙ୍ଗ ଅନୁପସ୍ଥିତ ଥିବାରୁ ଆମେରିକା ପ୍ରୋତ୍ସାହନରେ ଭରତ ଆଇଏମ୍‌ଇଇ-ଇସିକୁ ଚୂଡ଼ାନ୍ତ ରୂପ ଦେଇଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ରପ୍ତାନି କୌଣସି ଭାବେ ରେଳ ବା ସଡ଼କ ପଥରେ ସିଧାସଳଖ ଅନ୍ୟ କୌଣସି ଦେଶକୁ ପଠାଇହେବ ନାହିଁ। ଉତ୍ତର-ପଶ୍ଚିମରେ ପାକିସ୍ତାନ ଓ ତା’ ପରେ ଆଫଗାନିସ୍ତାନ ଦେଇ ଯୋଗାଯୋଗ ସମ୍ଭବପର ନୁହେଁ। ଅନୁରୂପ ଭାବେ ଉତ୍ତର-ପୂର୍ବରେ ହିମାଳୟ ଓ ତା’ପରେ ଚାଇନା ଦେଇ ଯୋଗାଯୋଗ ଅତ୍ୟନ୍ତ କଷ୍ଟକର। ବାକି ରହିଲା ମ୍ୟାନ୍‌ମାର (ବର୍ମା)। ସେହି ଦେଶର ଅନ୍ୟସବୁ ଆସିଆନ୍‌ ରାଷ୍ଟ୍ରଗୁଡ଼ିକ ସହିତ ବୃଦ୍ଧି ପାଉଥିବା ତିକ୍ତତା ଯୋଗୁ ତାହା ମଧ୍ୟ ଏକ ମାଧ୍ୟମ ହୋଇପାରିବ ନାହିଁ। ଭାରତରୁ ଅଧିକ ପରିମାଣରେ ସାମଗ୍ରୀ ରପ୍ତାନି କରିବାକୁ ହେଲେ ସମୁଦ୍ରପଥ ହେବ ଏକମାତ୍ର ମାଧ୍ୟମ। ଏହାବ୍ୟତୀତ ଉକ୍ତ ଘୋଷଣାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବାଧା ରହିଛି। ମଧ୍ୟପ୍ରାଚ୍ୟରୁ ଅନେକ ଶରଣାର୍ଥୀ ୟୁରୋପର ବିଭିନ୍ନ ଦେଶରେ ପ୍ରବେଶ କରିବାକୁ ଚାହାନ୍ତି। ଜି୨୦ର ଏହି ନିଷ୍ପତ୍ତିକୁ ତୁର୍କୀ ଭଳି ଅନେକ ଦେଶ ସକ୍ରିୟ ଭାବେ ବିରୋଧ କରିବେ। ସଡ଼କ ପଥ ସୃଷ୍ଟି ହୋଇଗଲେ ଶରଣାର୍ଥୀ କିମ୍ବା ବେଆଇନ ପ୍ରବେଶକାରୀଙ୍କ ସୁଅ ଛୁଟିବ, ଯାହାକୁ କୌଣସି ୟୁରୋପୀୟ ଦେଶ ପସନ୍ଦ କରିବେ ନାହିଁ।
ଜି୨୦ରେ ଅର୍ଥନୈତିକ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ବିଶ୍ୱ ଶାନ୍ତି ଏହାର ବୈଶିଷ୍ଟ୍ୟ ମଧ୍ୟରେ ସ୍ଥାନ ପାଇଥାଏ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମଗ୍ର ବ୍ରହ୍ମାଣ୍ଡକୁ ବିଚଳିତ କରିଦେଇଥିବା ବେଳେ ନୂଆଦିଲ୍ଲୀ ଘୋଷଣାନାମାରେ ଏ ଦିଗରେ ଦୃଢ଼ ନିଷ୍ପତ୍ତି ନିଆଯାଇପାରି ନାହିଁ। ରୁଷିଆକୁ ନିନ୍ଦା କରାଯାଇ ନ ଥିବା ବେଳେ ୟୁକ୍ରେନ୍‌ ନାମ ନିଆଯାଇ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ବିଶ୍ୱ ନେତାମାନେ ଆହ୍ବାନ ଦେଇଥିବା କୁହାଯାଇଛି। ସତେଯେମିତି ୟୁକ୍ରେନ୍‌ ହେଉଛି ପ୍ରଥମ ଆକ୍ରମଣକାରୀ ଦେଶ। ନୂଆଦିଲ୍ଲୀ ଘୋଷଣାନାମାରେ ଅନ୍ୟ ଭୂଖଣ୍ଡ ଦଖଲ ଓ କ୍ଷେତ୍ରୀୟ ଅଖଣ୍ଡତା ବିରୋଧରେ ବଳ ପ୍ରୟୋଗ କରିବା ବା ଧମକ ଦେବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଅର୍ଥାତ୍‌ ଘୋଷଣାନାମାକୁ ପାଣିଚିଆ କରିଦିଆଯାଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନୂଆଦିଲ୍ଲୀ ଜି୨୦ ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଅନୁପସ୍ଥିତ ରହିଥିଲେ। ଏହି ଦୁଇ ବିଶ୍ୱନେତାଙ୍କ ଅନୁପସ୍ଥିତି ପ୍ରମାଣ କରିଦେଉଛି ଯେ, ଅନ୍ତର୍ଜାତୀୟ କୂଟନୀତିକୁ ଗତିଶୀଳ କରାଇବାରେ ଭାରତ ସଫଳ ହୋଇନାହିଁ ଏବଂ ଜି୨୦ ସମ୍ମିଳନୀର ଗୁରୁତ୍ୱ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି।
ନୂଆଦିଲ୍ଲୀରେ ଜି୨୦ ଆୟୋଜନ କରିବା ଲାଗି ଭାରତ ସରକାର ୪,୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତେବେ ଭାରତ ସରକାର ଏହି ଜି୨୦ର ବର୍ଷିକିଆ ଅଧ୍ୟକ୍ଷତା ଦାୟିତ୍ୱକୁ ନିଜର ଏକ ବିରାଟବଡ଼ ସଫଳତା ଭାବେ ଦର୍ଶାଇବାକୁ ଚେଷ୍ଟା କରି ବିଫଳ ହେଲା। ତାହା ଦେଶର ଭାବମୂର୍ତ୍ତି କିମ୍ବା ନାଗରିକଙ୍କ ଜୀବନଶୈଳୀରେ କୌଣସି ପ୍ରଭାବ ପକାଇଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri