ଶିଳ୍ପ ପ୍ରଦୂଷଣ ଅନିୟନ୍ତ୍ରିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ସହ ସମତାଳ ଦେଇ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି। ଶିଳ୍ପ ପ୍ରଦୂଷଣ ସାଙ୍ଗକୁ ସହରାଞ୍ଚଳ ପ୍ରଦୂଷଣ ଅଣନିଃଶ୍ୱାସୀ କଲାଣି। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଭଳି ଅନେକ ବଡ଼ ସହର ବାୟୁ ପ୍ରଦୂଷଣରେ ଘାଣ୍ଟି ହେଉଛିି। ଓଡ଼ିଶାର ଶିଳ୍ପାଞ୍ଚଳଗୁଡ଼ିକରେ ମଧ୍ୟ ଗତ କିଛିବର୍ଷ ହେବ ପ୍ରଦୂଷଣର ମାତ୍ରା ଭୟଙ୍କର ଭାବେ ବଢ଼ିଚାଲିଛି। ବାୟୁ ପ୍ରଦୂଷଣ ଯୋଗୁ ଶ୍ୱାସଜନିତ ରୋଗ, ଚର୍ମ କର୍କଟ, ଚକ୍ଷୁରୋଗ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଜଳ ଓ ଧୂଆଁ ପରିବେଶକୁ ବିଷମୟ କରିଦେଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଅତିପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ଗୁରୁତ୍ୱ ଦେଉନାହାନ୍ତି। ଏହାର ଜଗୁଆଳି ଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ମଧ୍ୟ ଫେଲ୍‌ ମାରିଛି। କେବଳ କାଗଜକଲମରେ ପ୍ରଦୂଷଣ ନିୟନ୍ତ୍ରଣ ସୀମିତ ହୋଇଯାଉଛି। ସରକାରୀ କଳର ଏଭଳି ଖାମଖିଆଲ ମନୋଭାବ ପରିବେଶକୁ ବିପଦ ମୁହଁକୁ ଠେଲିଦେଉଛି।
ରାଜ୍ୟରେ ବିଭିନ୍ନ ଶ୍ରେଣୀର ପ୍ରାୟ ୪ ହଜାର ଶିଳ୍ପ ରହିଛି। ସେଥିରୁ ୬୦୯ଟି ଅତିପ୍ରଦୂଷିତ ଅର୍ଥାତ ରେଡ୍‌ ବା ଲାଲ ଶ୍ରେଣୀରେ ରଖାଯାଇଛି। ସେହିପରି ୧୬୫୨ଟି କମଳା ଓ ୧୧୪୭ଟି ସବୁଜ କାଟେଗୋରି ମଧ୍ୟରେ ରହିଛି। ରାଜ୍ୟରେ ଇସ୍ପାତ, ବିଦ୍ୟୁତ୍‌ ଶକ୍ତି, ସାର, ସିମେଣ୍ଟ, ଆଲୁମିନିୟମ, ସ୍ପଞ୍ଜ ଓ ଆଇରନ ଭଳି ୧୭ ପ୍ରକାର ଶିଳ୍ପାନୁଷ୍ଠାନକୁ ଅତିପ୍ରଦୂଷଣ ଶ୍ରେଣୀରେ ରଖାଯାଇଛି। ସେହି ଶିଳ୍ପଗୁଡ଼ିକ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଛି। ୨୦୧୪ରୁ ଅନ୍‌ଲାଇନ ମନିଟରିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୪ ଶିଳ୍ପକୁ ଏଥିରେ ସଂଯୋଗ କରାଯାଇପାରିଛି। ବହୁମାତ୍ରାରେ ବାୟୁମଣ୍ଡଳ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୨ରେ ଅନ୍‌ଲାଇନ


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri