Posted inଜାତୀୟ

ସିନ୍ଧୁ ଜଳ କମିଶନ ବୈଠକ, ଇସଲାମାବାଦ୍‌ ଯିବେ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୨୧।୨ : ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସିନ୍ଧୁ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ପ୍ରତିନିଧି ଦଳ ସେଠାକୁ ଯିବେ। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ଅଧିକାରୀ ମଧ୍ୟ ଭାରତୀୟ ପ୍ରତିନିଧି ଦଳ ସହିତ ଇସଲାମାବାଦ୍‌ ଯିବେ।

ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ଗତ ବର୍ଷ ପାକିସ୍ତାନର ସିନ୍ଧୁ ଜଳ କମିଶନରଙ୍କ ନେତୃତ୍ୱରେ ଏକ ପାକିସ୍ତାନ ପ୍ରତିନିଧି ଦଳ ବାର୍ଷିକ ବୈଠକ ଯୋଗଦେବା ପାଇଁ ଭାରତ ଆସିଥିଲେ।

ଭାରତୀୟ ସିନ୍ଧୁ ଜଳ କମିଶନର ପ୍ରଦୀପ କୁମାର ସାକ୍‌ସେନା କହିଛନ୍ତି ଯେ ସ୍ଥାୟୀ ସିନ୍ଧୁ ଜଳ କମିଶନ ବାର୍ଷିକ ବୈଠକ ପାକିସ୍ତାନର ଇସଲାମାବାଦରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ପ୍ରତିନିଧି ଦଳରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ, ଜାତୀୟ ଜଳ ବିଦ୍ୟୁତ୍‌ ନିଗମ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସାମିଲ ହେବେ।

ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନ ଯିବେ। ପାକିସ୍ତାନ ପକ୍ଷରୁ ସିନ୍ଧୁ ଜଳ କମିଶନର ସୟଦ ମହମ୍ମଦ ମେହେର ଅଲି ଶାହା ନେତୃତ୍ୱ ନେବେ। ଭାରତୀୟ ପ୍ରତିନିଧି ଦଳ ଫେବୃଆରୀ ୨୮ରେ ଅଟାରି ସୀମାରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ ଏବଂ ମାର୍ଚ୍ଚ ୪ ରେ ଫେରିବେ। ଅଧିକାରୀ କହିଛନ୍ତି ଯେ ଦୁଇ କମିଶନରଙ୍କ ବୈଠକର ଏଜେଣ୍ଡା ଚୂଡାନ୍ତ ହୋଇଛି।

ଜମ୍ମୁ-କଶ୍ମୀରର ଚେନାବ ବେସିନରେ ପାକାଲ ଦୁଲା ୧,୦୦୦ ମେଗାୱାଟ, ଲୋୟର କାଲନାଇର ୪୮ ମେଗାୱାଟ, କିରୁର ୬୨୪ ମେଗାୱାଟ ଏବଂ ଲଦାଖର କିଛି ଛୋଟ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନର ଆପତ୍ତି ସମ୍ପର୍କରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସ୍ବାକ୍ଷରିତ ଆଇଡବ୍ଲୁଟ ଅନ୍ତର୍ଗତ ପୂର୍ବର ସତଲେଜ୍‌, ବ୍ୟାସ ଏବଂ ରାବି ଆଦି ନଦୀର ପ୍ରାୟ ୩.୩ ନିୟୁତ ଏକର-ଫୁଟ- ଏମ୍‌ଏଏଫ ଜଳ ବାର୍ଷିକ ବ୍ୟବହାର ପାଇଁ ଭାରତକୁ ଆବଣ୍ଟିତ ହୋଇଥିଲା। ସିନ୍ଧୁ, ଝେଲମ ଏବଂ ଚେନାବ ଆଦି ପଶ୍ଚିମ ନଦୀଗୁଡ଼ିକର ପ୍ରାୟ ୧୩୫ ଏମ୍‌ଏଏଫ ଜଳ ବାର୍ଷିକ ପାକିସ୍ତାନକୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri