Posted inଖେଳ

ଇନ୍ଦ୍ରଜିତଙ୍କ ଶତକରେ ଦକ୍ଷିଣାଞ୍ଚଳ ଆଗୁଆ

କୋଏମ୍ବାଟୁର,୨୩ା୯(ପି.ଟି.):ବାବା ଇନ୍ଦ୍ରଜିତଙ୍କ ଶତକ ଓ କ୍ରିଷ୍ଣାପ୍ପ ଗୋଥାମଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ପଶ୍ଚିମାଞ୍ଚଳ ବିପକ୍ଷ ଫାଇନାଲରେ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ ଆଗୁଆ ରହିଛି। ପଶ୍ଚିମାଞ୍ଚଳ ହିତ୍‌ ପଟେଲଙ୍କ ୯୮ ରନ୍‌ ବଳରେ ୨୭୦ ରନରେ ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣାଞ୍ଚଳ ୭ ଉଇକେଟ ହରାଇ ୩୧୮ ରନ୍‌ କରିବା ସହିତ ୪୮ ରନରେ ଆଗୁଆ ରହିଛି। ତାମିଲନାଡୁର ବାବା ଇନ୍ଦ୍ରଜିତ ୧୨୫ ବଲରୁ ୧୪ ଚୌକା ସହିତ ୧୧୮ ରନର ଇନିଂସ ଖେଳିଛନ୍ତି। ଏହି ଶତକ ସହିତ ଇନ୍ଦ୍ରଜିତ ନିଜର ୧୩ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି।
ପ୍ରଥମ ଦିନର ଅସମାପ୍ତ ସ୍କୋର ୨୫୦/୮ରୁ ଖେଳ ଆରମ୍ଭ କରି ପଶ୍ଚିମାଞ୍ଚଳ ଆଉ ୨୦ ରନ୍‌ ଯୋଡି ଅବଶିଷ୍ଟ ଉଇକେଟ ହରାଇଥିଲା। ହିତ୍‌ ପଟେଲ ୯୮ ରନ କରି ଆଉଟ ହୋଇଥିବା ବେଳେ ଜୟଦେବ ଉନାଡକଟ ୪୭ ରନରେ ଅପରାଜିତ ରହିଥିଲେ। ଆର ସାଇ କିଶୋର ୫ ଉଇକେଟ ଅକ୍ତିଆର କରି ସଫଳତମ ବୋଲର ରହିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ୫ ଉଇକେଟ ସଫଳତା। ବସିଲ ଥମ୍ପି ଓ ଚେରାପଲ୍ଲୀ ଷ୍ଟିଫେନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅପେକ୍ଷାକୃତ ଶକ୍ତିଶାଳୀ ପଶ୍ଚିମାଞ୍ଚଳ ବୋଲିଂ ଲାଇନଅପ୍‌ ବିପକ୍ଷରେ ମାତ୍ର ୪୦ ରନରେ ଦୁଇ ଓପନରଙ୍କୁ ହରାଇଥିଲା ଦକ୍ଷିଣାଞ୍ଚଳ। ଅଧିନାୟକ ହନୁମା ବିହାରୀ(୨୫) ଓ ବାବା ଇନ୍ଦ୍ରଜିତ୍‌(୧୧୮) ତୃତୀୟ ଉଇକେଟରେ ୬୧ ରନ ଯୋଡିଥିଲେ। ବିହାରୀ ଆଉଟ ହେବା ପରେ ମନୀଷ ପାଣ୍ଡେ ଓ ଇନ୍ଦ୍ରଜିତଙ୍କ ମଧ୍ୟରେ ୧୦୫ ରନର ଭାଗୀଦାରି ହୋଇଥିଲା। ପାଣ୍ଡେ ୬୯ ବଲ ଖେଳି ୪ ଚୌକା ଓ ୨ ଛକା ସହିତ ୪୮ ରନ୍‌ କରିଥିଲେ। ଦଳୀୟ ସ୍କୋର ୨୪୩ ଥିବା ବେଳେ ଷଷ୍ଠ ବ୍ୟାଟର ଭାବରେ ଇନ୍ଦ୍ରଜିତ ପ୍ୟାଭିଲିୟନ ଫେରିଥିଲେ। ଇନ୍ଦ୍ରଜିତ ଆଉଟ ହେବା ପରେ ପଶ୍ଚିମାଞ୍ଚଳ ଅଗ୍ରଣୀ ନେବାର ସାମାନ୍ୟ ରାସ୍ତା ଦେଖା ଦେଇଥିଲା। ତେବେ ନିମ୍ନ ମଧ୍ୟକ୍ରମ ବ୍ୟାଟରଙ୍କୁ ସାଥି କରି କ୍ରିଷ୍ଣାପ୍ପା ଗୋଥାମ ଧୈର୍ଯ୍ୟପୂର୍ଣ୍ଣ ୪୩ ରନ କରିବାରୁ ୪୮ ରନର ଅଗ୍ରଣୀ ହାସଲ କରିଥିଲା ଦକ୍ଷିଣାଞ୍ଚଳ। ରବି ତେଜା(୨୬)ଙ୍କ ସହିତ ୬୨ ରନ ଯୋଡି ଅତୀତ ସେଠଙ୍କ ବଲରେ ଆଉଟ ହୋଇଥିଲେ ଗୋଥାମ। ଜୟଦେବ ଉନାଡକଟ ଓ ଅତୀତ ସେଠ୍‌ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଦକ୍ଷିଣାଞ୍ଚଳର ଦୁଇ ସ୍ପିନର ଆର. ସାଇ କିଶୋର ଓ କ୍ରିଷ୍ଣାପ୍ପା ଗୋଥାମ ପଶ୍ଚିମାଞ୍ଚଳର ରନରେଟ ଉପରେ ଅଙ୍କୁଶ ଲଗାଇଥିବା ବେଳେ ଦୁଇ ମୁମ୍ବାଇ ସ୍ପିନର ସାମ୍ସ ମୁଲାନି ଓ ତନୁଶ କୋଟିଆନ୍‌ ମିଳିତ ଭାବରେ ୧୮୩ ରନ ବ୍ୟୟ କରି ଗୋଟିଏ ଉଇକେଟ ନେବାରେ ସମର୍ଥ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୭୦/୧୦(ହିତ୍‌ ପଟେଲ୍‌-୯୮, ଜୟଦେବ ଉନାଡକଟ-୪୭*, ଆର ସାଇ କିଶୋର-୫/୯୮, ବାସିଲ ଥମ୍ପି-୨/୪୨)।ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ: ୩୧୮/୭( ବାବା ଇନ୍ଦ୍ରଜିତ-୧୧୮, ମନୀଷ ପାଣ୍ଡେ-୪୮, ଅତୀତ ସେଠ୍‌-୩/୫୧, ଜୟଦେବ ଉନାଡକଟ-୩/୫୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?