Posted inଜାତୀୟ

ଚୁଡି ବିକିବାକୁ ଆସିଥିବା ଯୁବକଙ୍କୁ ପଚରାଗଲା ଏହି ପ୍ରଶ୍ନ: ଉତ୍ତର ଶୁଣି ସ୍ଥାନୀୟ ଲୋକେ ନିର୍ଧୂମ ଛେଚିଲେ

ଇନ୍ଦୋର,୨୩।୮: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ବଙ୍ଗଳା ବାଣଗଙ୍ଗା ଷ୍ଟେଶନ ଅଞ୍ଚଳର ଗୋବିନ୍ଦ ନଗରଠାରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପ୍ରବଳ ପଟିଥିଲେ। ତସଲିମ୍‌ ନାମକ ଯୁବକଙ୍କ ତରଫରୁ ଲିଖିତ ଅଭିଯୋଗରେ କୁହାଯାଇଛି ଯେ, ସ୍ଥାନୀୟ ଲୋକେ ମାନେ ତାଙ୍କୁ ପ୍ରଥମେ ତାଙ୍କ ଜାତି ପଚାରିଥିଲେ, ଏହା ପରେ ମାଡ ମାରିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ତସଲିମ୍‌ କହିଛନ୍ତି ଯେ, ଚୁଡି ବିକନ୍ତି। ପ୍ରାୟ ଦୁଇଟା ବେଳେ ଚୁଡି ବିକିବାକୁ ଗାଁକୁ ଯାଇଥିବାବେଳେ କିଛି ଲୋକ ଆସି ତାଙ୍କୁ ଜାତି ପଚାରିବାକୁ ଲାଗିଲେ। ଯେତେବେଳେ ସେ ତାଙ୍କ ନାମ କହିଲେ, ସେ ପିଟିବା ଆରମ୍ଭ କରିଦେଲେ ଏବଂ ଚୁଡି ଗୁଡିକ ମଧ୍ୟ ଭାଙ୍ଗିଦେଲେ। ସେପଟେ ଲୋକମାନେ କହିଛନ୍ତି ଯେ, ଚୁଡି ବିକ୍ରି କରିବା ବାହାନାରେ ଯୁବକମାନେ ମହିଳାମାନଙ୍କୁ ନିର୍ଯାତନା ଦେଉଥିଲେ। ଏହି ପୁରା ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବା ପରେ ଗୋଟିଏ ପାର୍ଶ୍ୱରୁ ଲୋକମାନେ ପୋଲିସ ଷ୍ଟେଶନକୁ ଘେରି ରହିଥିଲେ। ପୋଲିସ କୌଣସି ପ୍ରକାରେ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ପଠାଇ ଦେଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ତଥା କବି ଇମ୍ରାନ ପ୍ରତାପଗଢୀ ମଧ୍ୟପ୍ରଦେଶ ସରକାର ଉପରେ ଆକ୍ରମଣ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ଏହି ଭିଡିଓ ଆଫଗାନିସ୍ତାନର ନୁହେଁ ବରଂ ଇନ୍ଦୋରରୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା

କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି...

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି...

କ୍ଷମା ମାଗିଲେ ଦଲାଇ ଲାମା…

କୋଲକାତା,୧୦।୪ : ଏକ ସାର୍ବଜନୀକ ମଞ୍ଚରେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇ ବିବାଦରେ ରହିଥିବା ବୌଦ୍ଧ ଧର୍ବଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ବାସ୍ତବରେ,...

‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ମାଡିଗଲା ସ୍କର୍ପିଓ: ଚାଲିଗଲା ୪ ଜୀବନ

ପାଟନା,୨୯।୧୦: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିହାରର ଆରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ଜୀବନ ଯାଇଛି। ‘ମର୍ଣ୍ଣି...

ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ...

ଲକ୍‌ଡାଉନ ଭୟରେ ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ନୂଆ ମାମଲା ସମସ୍ତ...

ନୂଆ ସମବାୟ ନୀତି ଆଣିବ ସାମଗ୍ରିକ ପରିବର୍ତ୍ତନ: ଶାହା…

ନୂଆଦିଲ୍ଲୀ, ୮।୯ : ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ନୂତନ ଜାତୀୟ ସମବାୟ ନୀତି ସାମଗ୍ରିକ ପରିବର୍ତ୍ତନ ଆଣିବ।...

କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୩ରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳିରେ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ । ମିଳିଥିବା ସୂଚନାରୁ...

Advertisement
Archives

Model This Week