Posted inଜାତୀୟ

ଲଗାତାର ପଞ୍ଚମଥର ଲାଗି ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ଇନ୍ଦୋର: ମିଳିବ ୩ ପୁରସ୍କାର

ନୂଆଦିଲ୍ଲୀ,୧୯ ।୧୧: ସ୍ୱଚ୍ଛତା ଅଭିଯାନରେ ପୁଣିଥରେ ବାଜି ମାରିଛିି ଇନ୍ଦୋର । ସ୍ୱଚ୍ଛତା ସର୍ବେକ୍ଷଣ ପରିଣାମ ଶନିବାର ଔପଚାରିକ ଭାବେ ଘୋଷଣା କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହାକୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଲଗାତାର ୫ମ ଥର ଲାଗି ଇନ୍ଦୋର ସହରକୁ ସବୁଠାରୁ ସ୍ୱଚ୍ଛ ସହର ବୋଲି ଘୋଷଣା କରାଯିବ । ସ୍ୱଚ୍ଛତାର ନମ୍ବର ୱାନ ପୁରସ୍କାର ଇନ୍ଦୋରକୁ ମିଳିବ । ଏହାସହ ପ୍ରଥମ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସଫେଇ ମିତ୍ର ଚ୍ୟାଲେଞ୍ଜ ପୁରସ୍କାର ବି ଇନ୍ଦୋର ହାତେଇବ । କେବଳ ସେତିକି ନୁହେଁ ଫାଇବ ଷ୍ଟାର କାଟାଗୋରୀ ଆୱାର୍ଡ ବି ଇନ୍ଦୋରକୁ ମିଳିବ ବୋଲି ଜଣାପଡିଛି । ଏଥର ଇନ୍ଦୋର ୩ଟି ପୁରସ୍କାର ପାଇ ଶୀର୍ଷରେ ରହିବ । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଇନ୍ଦୋର ୪ଥର ଲଗାତାର ଭାବେ ଦେଶର ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ରହି ଆସିଥିଲା । ୪ଥର ଯାକ ଇନ୍ଦୋକୁ ନମ୍ବର ୱାନ ପୁରସ୍କାର ମିଳିଛି । ଏହା ପଛରେ ରହିଛି ଇନ୍ଦୋର ନଗର ନିଗମ ଓ ସଫେଇ ମିତ୍ରଙ୍କ ଦିନରାତି ପରିଶ୍ରମ । ଚଳିତ ବର୍ଷର ପୁରସ୍କାରର ଘୋଷଣା ୨୦ ନଭେମ୍ବରେ କରାଯିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ଇନ୍ଦୋର ଖାତାକୁ ୩ଟି ପୁରସ୍କାର ଯିବ । ସଫେଇ ମିତ୍ର ଚ୍ୟାଲେଞ୍ଜ ପୁରସ୍କାର ଭାବେ ୧୨ କୋଟି ଟଙ୍କା ଦିଆଯିବ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲେ ମାଳବିକା

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଧିରେ ଧିରେ ସମ୍ନାକୁ ଆସିବାରେ ଲାଗିଛି । ଏଠାରେ କଂଗ୍ରେସ ଶାସନ ଥିବା ସତ୍ତ୍ୱେ ଏଥର କିନ୍ତୁ...

କାମ ନ ଥାଇ ଘରୁ ବାହାରିଲେ ଜରିମାନା ୧୦ ହଜାର…

ମୁମ୍ବାଇ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ମହାରାଷ୍ଟ୍ରରେ କରୋନା ସ୍ଥିତି...

ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ...

ବାବରପୁର ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୮ଟାଠାରୁ ଜାରି ରହିଛି। ଉତ୍ତର ପୂର୍ବ ଦିଲ୍ଲୀର ବାବରପୁର ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରରେ...

ସ୍କୁଲରେ ପଢୁଥିବାବେଳେ ନିଜ ପିଲାଙ୍କୁ ଦେଖିପାରିବେ ଅଭିଭାବକ…

ନୂଆଦିଲ୍ଲୀ, ୧।୫ : ରାଜଧାନୀ ଦିଲ୍ଲୀରେ, ଖୁବ୍‌ ଶୀଘ୍ର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ୍‌ରେ ପଢୁଥିବା ସମୟରେ  ମୋବାଇଲରେ  ଦେଖିପାରିବେ।  ଏହା ମେ ମାସରୁ ଆରମ୍ଭ...

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ...

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କେସିଆର୍‌

ହାଇଦ୍ରାବାଦ୍‌,୧୪।୨: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

Advertisement
Archives

Model This Week