ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ

ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଶେଷରେ ହିଂସାର ରୂପ ନେଇଥିଲା । ଏହା ଏତେ ତୀବ୍ର ହେଲା ଯେ ଏବେ ପର୍ଯ୍ୟନ୍ତ ଏହି ହିଂସାରେ ପ୍ରାୟ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହାସହ ଶହ ଶହ ଲୋକ ଆହତ ବି ହୋଇଛନ୍ତି । ଘଟଣା ଆରମ୍ଭରୁ ଏହାକୁ କାବୁ କରିବାକୁ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରୁ ଉତ୍ତେଜିତ ଲୋକେ ପୋଲିସ ଉପରେ ବି ଆକ୍ରମଣ କରିଥିଲେ । ଫଳରେ ଅନେକ ଲୋକ ମୃତା ହତ ହୋଇଥିଲେ । ଏବେ ପର୍ଯ୍ୟନ୍ତ ୧୮୦ରୁ ଅଧିକ ଜଣ ଆହତଙ୍କର ଚିକିତ୍ସା ଚାଲିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଇଣ୍ଡୋନେସିଆର ଏକ ବଡ ଷ୍ଟାଡିୟମରେ ଅରେମା ଏଫସି ଓ ପରସେବାୟା କ୍ଳବ ମଧ୍ୟରେ ଫୁଟବଲ ମ୍ୟାାଚ ଖେଳା ଯାଉଥିଲା ।

ଷ୍ଟାଡିୟମରେ ଦୁଇ ଦଳର ସମର୍ଥକଙ୍କ ପ୍ରବଳ ଭିଡ ଥିଲା । ହେଲେ ସାମାନ୍ୟ କିଛି କଥାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଦେଖୁ ଦେଖୁ ଏହା ସମଗ୍ର ଷ୍ଟାଡିମକୁ ବ୍ୟାପିଯିବା ସହ ଲୋକେ ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରିଦେଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ସେଠାରେ ଥିବା ସୁରକ୍ଷା କର୍ମୀ କୌଣସି ପ୍ରକାର ତାଙ୍କ ଜୀବନ ବଞ୍ଚାଇ ନେଇଥିଲେ । ଘଟଣାକୁ ଦେଖି ଇଣ୍ଡୋନେସିଆର ଆର୍ମଡ ଫୋର୍ସଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇ ସାରିଥିଲା ।

କୌଣସି ପ୍ରକାରେ ସେନା ଯବାନ ଷ୍ଟାଡିୟମ ଭିତରୁ ଲୋକଙ୍କୁ ବାହାରକୁ ବାହାର କରିଥିଲେ । ହେଲେ ଏହାପରେ ବି ଷ୍ଟାଡିୟମ ବାହାରେ ସମାନ ଘଟଣା ଘଟିଥିଲା । ଫଳରେ ଏହି ହିଂସାରେ ୧୭୪ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଅନେକ ଆହତ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌: ସାମୁଏଲଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୧୧ା୩ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ନାଟକର ରଶିନ୍‌...

ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍‌ଶଟ୍‌ ଶେୟାର କରି କହିଲେ…

କ୍ୱିଭ୍‌,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର...

ମିଳିମିଳା ବିଶ୍ୱ ପାଇଁ ବିପଦ, ଏହାକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣ ଜରୁରୀ : ଡବ୍ଲୁଏଚଓ

ଜେନେଭା,୨୪ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଓ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସଡିସି) ବୁଧବାର କହିଛି କରୋନା ଭାଇରସ ମହାମାରୀ ଆରମ୍ଭ...

ଇଣ୍ଡିଆ ଓପନ୍‌ ଆୟୋଜନ କରିବାକୁ ବିଏଆଇ ପ୍ରସ୍ତୁତ

ନୂଆଦିଲ୍ଲୀ,୨୮।୪ (ପି.ଟି.): ଆସନ୍ତା ଡିସେମ୍ବର- ଜାନୁୟାରୀରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଇଣ୍ଡିଆ ଓପନ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି...

୮୯ ୟୁକ୍ରେନ୍‌ ଆଥଲେଟ୍‌ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…

କ୍ୱିଭ୍‌, ୪।୭ : ରୁଷିଆ ୟୁକ୍ରେନ୍‌ର ୮୯ ଆଥଲେଟ୍‌ କୋଚ୍‌ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍‌ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ଓପନିଂ ବ୍ୟାଟିଂ, ମିଡିଲ ଅର୍ଡର ବ୍ୟାଟିଂ ତଥା...

ନେଟ୍ସରେ ହାର୍ଦ୍ଦିକଙ୍କ ଜୋରଦାର ଅଭ୍ୟାସ

ଅହମଦାବାଦ,୧୦।୩(ପି.ଟି.): ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍ସରେ...

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ...

Advertisement
Archives

Model This Week