କାନାଡ଼ାର ଭଗବଦ୍‌ ଗୀତା ପାର୍କରେ ଭଙ୍ଗାରୁଜା…

ଅଟଓ୍ବା,୨।୧୦ : କାନାଡାରେ ଭାରତୀୟଙ୍କ ପ୍ରତି ହିଂସା ଜାରି ରହିଛି। ବର୍ତ୍ତମାନ ଏଠାରେ ଭଗବଦ୍‌ ଗୀତା ପାର୍କର ପ୍ରତୀକ ଚିହ୍ନକୁ ଭଙ୍ଗାରୁଜା କରାଯାଇଛି। ମେୟର ପାଟ୍ରିକ ବ୍ରାଉନ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି,କିଛି ଦିନ ତଳେ ଏହି ପାର୍କକୁ ଲୋକାର୍ପଣ କରାଯାଇଥିଲା।

ଏହି ଘଟଣା ପୂର୍ବରୁ କାନାଡାର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା। ଏହା ପରେ ଭଗବଦ ଗୀତା ପାର୍କର ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥି ସହିତ ମେୟର ପାଟ୍ରିକ ବ୍ରାଉନ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏଭଳି ଘଟଣା ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନର ରାଜଧାନୀ କିଭ୍‌ରେ ଏୟାର ଷ୍ଟ୍ରାଇକ କଲା ରୁଷିଆ, ୨ ଜଣ ଆହତ

କିଭ୍‌,୧୧।୧୨: ୟୁକ୍ରେନର ରାଜଧାନୀ କିଭ୍‌ରେ ଏକ ବଡ଼ ବିସ୍ଫୋରଣ ହୋଇଛି। ୟୁକ୍ରେନ ରାଜଧାନୀର ମେୟର ଭିଟାଲି କ୍ଲିଚକୋ ସୋମବାର କହିଛନ୍ତି , ରୁଷିଆ ରାତିସାରା କିଭ୍‌ରେ...

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଗିଗଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା...

ହମାସର ଚେତାବନୀ ପରେ ବି ଗାଜାରେ ଆକ୍ରମଣ ଜାରି, ରକେଟ ମାଡ କଲା ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୨: ହମାସର ଚେତାବନୀ ପରେ ଇସ୍ରାଏଲ ସୋମବାର ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆକ୍ରମଣ ଜାରି ରଖିଛି। ପ୍ରକୃତରେ, ହମାସ କହିଥିଲା ଯେ ଯଦି...

ୟୁରୋପ ପହଞ୍ଚିଲା ନୂଆ ଚାଇନା ଭାଇରସ, ବ୍ରିଟିଶ ବୈଜ୍ଞାନିକ କହିଲେ ଏହା କୋଭିଡର ହିଁ ରୂପ

ଆମଷ୍ଟାରଡମ,୧୧।୧୨: ଚାଇନାରେ ବହୁ ସଂଖ୍ୟକ ଶିଶୁ ଅସୁସ୍ଥ ହେବା ପରେ ନିମୋନିଆର ଲକ୍ଷଣ ଥିବା ଏକ ନୂତନ ଜୀବାଣୁ ୟୁରୋପରେ ମଧ୍ୟ ପହଞ୍ଚିଲାଣି। ଏହି ସମୟରେ,...

ଅଏଲ ରିଫାଇନାରୀରେ ଅଗ୍ନିକାଣ୍ଡ ପରେ ଦୁଇଟି ବଡ ବିସ୍ଫୋରଣ

ତେହରାନ,୧୧।୧୨: ଇରାନର ବିରଜାଣ୍ଡ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ଏକ ତୈଳ ବିଶୋଧନାଗାରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇରାନର ଇସଲାମିକ ରିପବ୍ଲିକ...

କେବଳ ଦେଶଭକ୍ତ ଦେଲେ ଭୋଟ, ମାତ୍ର ୨୭ ପ୍ରତିଶତ ମତଦାନ…

ହଂକଂ,୧୧।୧୨ : ହଂକଂରେ ହୋଇଥିବା ଜିଲା ପରିଷଦ ପାଇଁ ମତଦାନ ରବିବାର ହୋଇଥିଲା। ଏହି ନିର୍ବାଚନରେ କେବଳ ୨୭.୫୪ ପ୍ରତିଶତ ମତଦାନ ହୋଇଥିଲା, ଯାହା ହଂକଂ...

୨୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିନେଲା ଶ୍ରୀଲଙ୍କା ନୌସେନା, ସ୍ବଦେଶ ଫେରିବା ଲାଗି ଜୟଶଙ୍କରଙ୍କୁ ଚିଠି…

କଲମ୍ବୋ,୧୧।୧୨ : ଶ୍ରୀଲଙ୍କା ନୌସେନା ୨୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ସେମାନଙ୍କ ଦୁଇଟି ଡଙ୍ଗା ଜବତ କରିଛି। ଶ୍ରୀଲଙ୍କା ;ନସେନା କହିଛି ଶନିବାର...

କପ୍‌୨୮: ମତଭେଦ ବଢ଼ୁଛି

ଦୁବାଇ,୧୧ା୧୨: ଜାତିସଂଘ ଜଳବାୟୁ ଆଲୋଚନା (କପ୍‌୨୮) ଶେଷ ହେବାକୁ ଆଉ ୨ ଦିନ ବାକି ଥିବାବେଳେ ଜଳବାୟୁ ପରିବର୍ତ୍ତନର ମୁକିବିଲା ଦିଗରେ ଦେଶଗୁଡ଼ିକ ଆପଣାଇବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri