ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି ଯେ ଭୂକମ୍ପ ପରେ ୧୫୧ ଜଣ ନିଖୋଜ ଥିବାବେଳେ ୧୦୮୩ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି ଯେ ୩୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଏକ ଖୁସି ଖବର ମଧ୍ୟ ଆସିଛି ଯେ ଜଣେ ୬ ବର୍ଷର ଶିଶୁକୁ ମାଟି ତଳ ଅଳିଆ ଆବର୍ଜନାରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି (ବିଏନପିବି) କହିଛି ଯେ ସିଆନଜୁର ରେଜେନ୍ସିର କୁଗେନାଙ୍ଗ ଉପ-ଜିଲାର ନାଗରାକ ଗ୍ରାମରେ ଉଦ୍ଧାରକାରୀମାନେ ଶିଶୁ ଅଜକା ମୌଲାନା ମଲିକଙ୍କୁ ଉଦ୍ଧାର କରିଛନ୍ତି। ଏଜେନ୍ସି କହିଛି ଯେ ଶିଶୁଟି ତାଙ୍କ ଜେଜେମା’ଙ୍କ ମୃତଦେହ ପାଖରେ ପୋତି ହୋଇ ରହିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଜକା ବର୍ତ୍ତମାନ ସିଆନଜୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଜେନ୍ସି କହିଛି ଯେ ଉଦ୍ଧାରକାରୀ ଦଳ ତାଙ୍କ ମାତାପିତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଭୂକମ୍ପ ଯୋଗୁ ସିଆନଜୁର ସହରରେ ସବୁଠାରୁ ଅଧିକ ବିପର୍ଯ୍ୟୟ ଘଟିଛି। ଏଠାରେ ଲଗାତାର ତିନି ମିନିଟ ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା। ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ଏଠାରେ ଘଟିଛି। ତେବେ ମୃତ୍ୟୁର ସରକାରୀ ଆକଳନ ପ୍ରକାଶ ପାଇନାହିଁ।

ଏହି ଭୂକମ୍ପରେ ୫୬,୩୨୦ ଘର କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଟ୍ଟାଳିକା ମଧ୍ୟରେ ୩୧ ଟି ବିଦ୍ୟାଳୟ, ୧୨୪ଟି ଧାର୍ମିକ ସ୍ଥଳ ଏବଂ ତିନୋଟି ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ବିସ୍ଥାପିତଙ୍କ ଲାଗି ୧୪ ଟି ଆଶ୍ରୟସ୍ଥଳ ନିର୍ମାଣ କରିଛି। ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୬ ହଜାରରୁ ଅଧିକ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri