ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି ଯେ ଭୂକମ୍ପ ପରେ ୧୫୧ ଜଣ ନିଖୋଜ ଥିବାବେଳେ ୧୦୮୩ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି ଯେ ୩୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଏକ ଖୁସି ଖବର ମଧ୍ୟ ଆସିଛି ଯେ ଜଣେ ୬ ବର୍ଷର ଶିଶୁକୁ ମାଟି ତଳ ଅଳିଆ ଆବର୍ଜନାରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି (ବିଏନପିବି) କହିଛି ଯେ ସିଆନଜୁର ରେଜେନ୍ସିର କୁଗେନାଙ୍ଗ ଉପ-ଜିଲାର ନାଗରାକ ଗ୍ରାମରେ ଉଦ୍ଧାରକାରୀମାନେ ଶିଶୁ ଅଜକା ମୌଲାନା ମଲିକଙ୍କୁ ଉଦ୍ଧାର କରିଛନ୍ତି। ଏଜେନ୍ସି କହିଛି ଯେ ଶିଶୁଟି ତାଙ୍କ ଜେଜେମା’ଙ୍କ ମୃତଦେହ ପାଖରେ ପୋତି ହୋଇ ରହିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଜକା ବର୍ତ୍ତମାନ ସିଆନଜୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଜେନ୍ସି କହିଛି ଯେ ଉଦ୍ଧାରକାରୀ ଦଳ ତାଙ୍କ ମାତାପିତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଭୂକମ୍ପ ଯୋଗୁ ସିଆନଜୁର ସହରରେ ସବୁଠାରୁ ଅଧିକ ବିପର୍ଯ୍ୟୟ ଘଟିଛି। ଏଠାରେ ଲଗାତାର ତିନି ମିନିଟ ପର୍ଯ୍ୟନ୍ତ ଭୂକମ୍ପ ହୋଇଥିଲା। ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ଏଠାରେ ଘଟିଛି। ତେବେ ମୃତ୍ୟୁର ସରକାରୀ ଆକଳନ ପ୍ରକାଶ ପାଇନାହିଁ।

ଏହି ଭୂକମ୍ପରେ ୫୬,୩୨୦ ଘର କ୍ଷତିଗ୍ରସ୍ତ ହୋଇଛି। ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଟ୍ଟାଳିକା ମଧ୍ୟରେ ୩୧ ଟି ବିଦ୍ୟାଳୟ, ୧୨୪ଟି ଧାର୍ମିକ ସ୍ଥଳ ଏବଂ ତିନୋଟି ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ବିସ୍ଥାପିତଙ୍କ ଲାଗି ୧୪ ଟି ଆଶ୍ରୟସ୍ଥଳ ନିର୍ମାଣ କରିଛି। ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୬ ହଜାରରୁ ଅଧିକ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri