Posted inଜାତୀୟ

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି। ଇସଲାମିକ ମୌଳବାଦୀର ବିସ୍ତାର ଲାଗି ପାକିସ୍ତାନ ଏବଂ ତୁର୍କୀ ବିଭିନ୍ନ କାର୍ଯ୍ୟ କରିବାର ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଏହି ଏହାକୁ ରୋକିବା ପାଇଁ ବର୍ତ୍ତମାନ ଭାରତ ଏବଂ ରୁଷିଆ ହାତ ମିଳାଇଛନ୍ତି। ଏନଏସଏ ଅଜିତ ଡୋଭାଲ ଏବଂ ରୁଷିଆର ପ୍ରତିପକ୍ଷ ନିକୋଲାଇ ପାଟ୍ରୁଶେଭଙ୍କ ମଧ୍ୟରେ ହୋଇଥିବା ବୈଠକରେ ମଧ୍ୟ ଏସୀୟ ଦେଶଗୁଡିକର ସୁରକ୍ଷା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି।

ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ କହିଛନ୍ତି ଯେ ତୁର୍କୀ ଏବଂ ପାକିସ୍ଥାନ ଏନଜିଓ ମାଧ୍ୟମରେ ମଧ୍ୟ ଏସିଆର ବିଭିନ୍ନ ଦେଶଗୁଡିକରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଇସଲାମୀକରଣ ପ୍ରୟାସ ପାଇଁ ଏହି ଏନଜିଓଗୁଡ଼ିକ ତୁର୍କୀରୁ ବୈଷୟିକ ସହାୟତା ମଧ୍ୟ ପାଉଛନ୍ତି। ମଧ୍ୟ ଏସୀୟ ଦେଶରେ ଇସଲାମ ଧର୍ମ ତାଲିବାନ ଭଳି କଠୋରବାଦୀ ନୁହେଁ।

ପାକିସ୍ତାନ ଏବଂ ତୁର୍କୀର ଏବେ ମୌଳବାଦୀ ଇସଲାମ ବିସ୍ତାର କରିବାର ମିଶନକୁ ପୂରଣ କରିବା ପାଇଁ ତାଲିବାନ ଶାସିତ ଆଫଗାନିସ୍ତାନ ସହାୟତା ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅଲ-କାଏଦାର ସହଯୋଗୀ ଇସଲାମିକ ମୁଭମେଣ୍ଟ ଅଫ ଉଜବେକିସ୍ତାନ (ଆଇଏମୟୁ)ର ଆଫଗାନିସ୍ତାନରେ ଏକ ସକ୍ରିୟ କ୍ୟାଡର ରହିଛି। ଉଜବେକିସ୍ତାନର ଫର୍ଗାନା ଉପତ୍ୟକାରେ ଏହା ଏକ ପ୍ରଭାବଶାଳୀ ସଂଗଠନ ଭାବରେ ପରିଚିତି ମଧ୍ୟ ହାସଲ କରିଛି।

ଡୋଭାଲ-ପାଟ୍ରୁଶେଭ ବୈଠକରେ ଯେଉଁଠାରେ ମଧ୍ୟ ଏସୀୟ ଦେଶଗୁଡିକର ସୁରକ୍ଷା ଉପରେ ଆଲୋଚନା କରାଯାଇଛି। ରୁଷ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏହି ଦେଶଗୁଡିକର ସୁରକ୍ଷା ନିୟନ୍ତ୍ରଣରେ ଅଛି। କିନ୍ତୁ ପାକିସ୍ତାନ ନେତୃତ୍ୱରେ ତାଲିବାନ ଏଠାରେ ନିଜର କାର୍ଯ୍ୟ କଳାପ ବିସ୍ତାର କରିବାକୁ ଚେଷ୍ଟା କଲେ ସ୍ଥିତି ସଙ୍କଟ ଜନକ ହେବ।

ଏପରିସ୍ଥଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ସରକାରଙ୍କ ସହଯୋଗରେ ମଧ୍ୟ ଏସିଆରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଭାରତ ସହିତ ତାଜିକିସ୍ତାନର ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବିଡ଼ ସମ୍ପର୍କ ରହିଛି। ଏହା ଦ୍ୱାରା ମଧ୍ୟ ଏସିଆରେ ଭାରତ ରୁଷିଆର ମିଳିତ ପ୍ରୟାସରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବା ସାମ୍ପ୍ରତିକ ସ୍ଥିତିରେ ଅପରିହାର୍ଯ୍ୟ ହୋଇ ପଡ଼ିଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?