ଉତ୍ପାଦନ ବୃଦ୍ଧି ଲାଗି କ୍ୟାପ୍ଟିଭ ଖଣିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯।୯:  ନିଜସ୍ବ ବ୍ୟବହାର ଲାଗି କୋଇଲା ଖଣି ପାଇଥିବା କମ୍ପାନୀଙ୍କୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀଗୁଡିକ ଅଦ୍ୟାବଧି ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇନାହାନ୍ତି। ଯଦି କମ୍ପାନୀଗୁଡିକ ଉତ୍ପାଦନ ନ ବଢ଼ାନ୍ତି ତେବେ କୋଲ୍‌ ଇଣ୍ଡିଆରୁ ଯୋଗାଣ ହେଉଥିବା କୋଇଲାକୁ ବନ୍ଦ କରାଯିବ ବୋଲି ସରକାର ନିର୍ଦ୍ଦେଶରେ କହିଛନ୍ତି। କୋଇଲା ଖଣି ପାଇଥିବା କମ୍ପାନୀଗୁଡିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ନ ଥିବା କେନ୍ଦ୍ର ସରକାର ସମୀକ୍ଷାରୁ ଜାଣିପାରିଛନ୍ତି। ଦେଶରେ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକରେ ବର୍ତ୍ତମାନ କୋଇଲାର ଘୋର ସଙ୍କଟ ଦେଖାଯାଇଛି। ବର୍ତ୍ତମାନ ୪୩ କ୍ୟାପ୍ଟିଭ କୋଇଲା ଖଣି କାର୍ଯ୍ୟକ୍ଷମ ରହିଥିଲେ ମଧ୍ୟ କୌଣସି ଗୋଟିଏ କମ୍ପାନୀ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଖଣିଗୁଡ଼ିକ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨ ଦଶନ୍ଧି ମଧ୍ୟରେ ପ୍ରଦାନ କରାଯାଇଥିବା କୋଇଲା ଖଣି ଲିଜ୍‌ ବାତିଲ କରିବାକୁ ସୁପ୍ରିମକୋର୍ଟ ୨୦୧୪ରେ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ ଇ-ନିଲାମ ପ୍ରକ୍ରିୟାରେ ୩ଟି ପର୍ଯ୍ୟାୟରେ ୩୪ଟି ଖଣି କ୍ୟାପ୍ଟିଭ ବ୍ୟବହାର ଲାଗି ପ୍ରଦାନ କରାଯାଇଥିଲା। ହିଣ୍ଡାଲ୍‌କୋ, ବାଲ୍‌କୋ, ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ, ଆଦାନୀ, ଜିଏମ୍‌ଆର୍‌, ଏସାର ଭଳି କମ୍ପାନୀ ଏହି କୋଇଲା ଖଣି ପାଇଛନ୍ତି। ୨ ବର୍ଷ ପରେ ଗତ ବର୍ଷ ୩ଟି ପର୍ଯ୍ୟାୟରେ ୯ଟି କୋଇଲା ବ୍ଲକ ପ୍ରଦାନ କରାଯାଇଛି। ଖଣିଗୁଡିକର ପିକ୍‌ ରେଟ୍‌ କାପାସିଟି(ପିଆର୍‌ସି)ଠାରୁ ବହୁ ପଛରେ ରହୁଥିବା କୋଇଲା ମନ୍ତ୍ରଣାଳୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ବର୍ତ୍ତମାନ ୪୧ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଘୋର କୋଇଲା ସଙ୍କଟ ଦେଖାଯାଇଛି। ଏହି ୟୁନିଟଗୁଡିକରେ ବ୍ୟବହାର ଲାଗି ଗଚ୍ଛିତ ଥିବା କୋଇଲା ପରିମାଣ ୭ ଦିନରୁ କମ୍‌ ହେବ। ବର୍ତ୍ତମାନର ଜଟିଳ ସ୍ଥିତିକୁ ନଜରରେ ରଖି ଉତ୍ପାଦନ ବଢ଼ାଇବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କମ୍ପାନୀଗୁଡିକ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ କୋଲ୍‌ ଇଣ୍ଡିଆଠାରୁ କୋଇଲା ଯୋଗାଣକୁ ନିୟନ୍ତ୍ରିତ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
୨୦୧୮-୧୯ରେ ମାତ୍ର ୩ ଖଣି ବାର୍ଷିକ ପିଆର୍‌ସିକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ଜଙ୍ଗଲ ଏବଂ ପରିବେଶ ମଞ୍ଜୁରୀ ପାଇବାକୁ ଅସୁବିଧା ଉପୁଜିବାରୁ ଉତ୍ପାଦନ କରିବାକୁ ସକ୍ଷମ ହେଉ ନ ଥିବା ଅଧିକାଂଶ କମ୍ପାନୀ ମତ ରଖିଥିଲେ। ଏବେ ଅଧିକାଂଶ କ୍ୟାପ୍ଟିଭ ଖଣି ଉତ୍ପାଦନ କରିବାକୁ ସକ୍ଷମ ହେଲେଣି। ଏଗୁଡିକର ମିଳିତ କୋଇଲା ପିଆର୍‌ସି ୧୪୫ ନିୟୁତ ଟନ୍‌ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଏମାନେ ମିଳିତ ଭାବେ ୫୪ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିବେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏମାନେ ୧୮ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଛନ୍ତି। ଗତ ୨ ସପ୍ତାହ ହେବ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକରେ କୋଇଲା ସଙ୍କଟ ଉତ୍କଟ ରୂପ ଧାରଣ କଲାଣି। ୧୫ ଗିଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟଗୁଡିକ ନିକଟରେ ୨ ଦିନରୁ କମ୍‌ ସମୟ ଲାଗି କୋଇଲା ଗଚ୍ଛିତ ରହିଛି। ସେହିଭଳି ୧୧ ଗିଗାଓ୍ବାଟ ଲାଗି ଏହା ୬ ଦିନରୁ କମ୍‌ ହେବ ବୋଲି ଜଣାପଡିଛି। ଗ୍ରୀଷ୍ମ ମାସଗୁଡ଼ିକରେ କୋଇଲା ଯୋଗାଣ ଲାଗି ଅର୍ଥ ପ୍ରଦାନ କରିବାରେ ଅଧିକାଂଶ ରାଜ୍ୟ ବିଫଳ ହୋଇଛନ୍ତି। ଫଳରେ କୋଲ୍‌ ଇଣ୍ଡିଆ ଥର୍ମାଲ ୟୁନିଟଗୁଡ଼ିକୁ କୋଇଲା ଯୋଗାଣ ନିୟନ୍ତ୍ରଣ କରିଛି। ବର୍ଷା ଯୋଗୁ ଜୁଲାଇ ପରଠାରୁ କୋଲ୍‌ ଇଣ୍ଡିଆର କୋଇଲା ଉତ୍ପାଦନ ପ୍ରଭାବିତ ହୋଇ ରହିଛି। ଫଳରେ ୯୦ ଗିଗାଓ୍ବାଟ ଶକ୍ତି ଉତ୍ପାଦନ କ୍ଷମତା ଲାଗି ପ୍ରାୟ ୮ ଦିନରୁ କମ୍‌ ସମୟ ଅବଧି ଲାଗି କୋଇଲା ଗଚ୍ଛିତ ଥିବା ଜଣାପଡିଛି। ଉଭୟ ରେଳପଥ ଏବଂ ରାଜପଥରେ ୨୩ ଖଣିରୁ ୪୦.୩ ନିୟୁତ ଟନ୍‌ ଗଚ୍ଛିତ କୋଇଲା ଯୋଗାଣ ଲାଗି କୋଲ୍‌ ଇଣ୍ଡିଆ ନିକଟରେ ପ୍ରସ୍ତାବ ଦେଇଛି। କୋଇଲା ଅଭାବ ଥିବା ୟୁନିଟ୍‌ଗୁଡିକ ବାହାରୁ ମଧ୍ୟ କୋଇଲା ଆମଦାନୀ କରିପାରିବେ ବୋଲି ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?