ଉତ୍ପାଦନ ବୃଦ୍ଧି ଲାଗି କ୍ୟାପ୍ଟିଭ ଖଣିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯।୯:  ନିଜସ୍ବ ବ୍ୟବହାର ଲାଗି କୋଇଲା ଖଣି ପାଇଥିବା କମ୍ପାନୀଙ୍କୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀଗୁଡିକ ଅଦ୍ୟାବଧି ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇନାହାନ୍ତି। ଯଦି କମ୍ପାନୀଗୁଡିକ ଉତ୍ପାଦନ ନ ବଢ଼ାନ୍ତି ତେବେ କୋଲ୍‌ ଇଣ୍ଡିଆରୁ ଯୋଗାଣ ହେଉଥିବା କୋଇଲାକୁ ବନ୍ଦ କରାଯିବ ବୋଲି ସରକାର ନିର୍ଦ୍ଦେଶରେ କହିଛନ୍ତି। କୋଇଲା ଖଣି ପାଇଥିବା କମ୍ପାନୀଗୁଡିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ନ ଥିବା କେନ୍ଦ୍ର ସରକାର ସମୀକ୍ଷାରୁ ଜାଣିପାରିଛନ୍ତି। ଦେଶରେ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକରେ ବର୍ତ୍ତମାନ କୋଇଲାର ଘୋର ସଙ୍କଟ ଦେଖାଯାଇଛି। ବର୍ତ୍ତମାନ ୪୩ କ୍ୟାପ୍ଟିଭ କୋଇଲା ଖଣି କାର୍ଯ୍ୟକ୍ଷମ ରହିଥିଲେ ମଧ୍ୟ କୌଣସି ଗୋଟିଏ କମ୍ପାନୀ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଖଣିଗୁଡ଼ିକ ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨ ଦଶନ୍ଧି ମଧ୍ୟରେ ପ୍ରଦାନ କରାଯାଇଥିବା କୋଇଲା ଖଣି ଲିଜ୍‌ ବାତିଲ କରିବାକୁ ସୁପ୍ରିମକୋର୍ଟ ୨୦୧୪ରେ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ ଇ-ନିଲାମ ପ୍ରକ୍ରିୟାରେ ୩ଟି ପର୍ଯ୍ୟାୟରେ ୩୪ଟି ଖଣି କ୍ୟାପ୍ଟିଭ ବ୍ୟବହାର ଲାଗି ପ୍ରଦାନ କରାଯାଇଥିଲା। ହିଣ୍ଡାଲ୍‌କୋ, ବାଲ୍‌କୋ, ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ, ଆଦାନୀ, ଜିଏମ୍‌ଆର୍‌, ଏସାର ଭଳି କମ୍ପାନୀ ଏହି କୋଇଲା ଖଣି ପାଇଛନ୍ତି। ୨ ବର୍ଷ ପରେ ଗତ ବର୍ଷ ୩ଟି ପର୍ଯ୍ୟାୟରେ ୯ଟି କୋଇଲା ବ୍ଲକ ପ୍ରଦାନ କରାଯାଇଛି। ଖଣିଗୁଡିକର ପିକ୍‌ ରେଟ୍‌ କାପାସିଟି(ପିଆର୍‌ସି)ଠାରୁ ବହୁ ପଛରେ ରହୁଥିବା କୋଇଲା ମନ୍ତ୍ରଣାଳୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ବର୍ତ୍ତମାନ ୪୧ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଘୋର କୋଇଲା ସଙ୍କଟ ଦେଖାଯାଇଛି। ଏହି ୟୁନିଟଗୁଡିକରେ ବ୍ୟବହାର ଲାଗି ଗଚ୍ଛିତ ଥିବା କୋଇଲା ପରିମାଣ ୭ ଦିନରୁ କମ୍‌ ହେବ। ବର୍ତ୍ତମାନର ଜଟିଳ ସ୍ଥିତିକୁ ନଜରରେ ରଖି ଉତ୍ପାଦନ ବଢ଼ାଇବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କମ୍ପାନୀଗୁଡିକ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ କୋଲ୍‌ ଇଣ୍ଡିଆଠାରୁ କୋଇଲା ଯୋଗାଣକୁ ନିୟନ୍ତ୍ରିତ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।
୨୦୧୮-୧୯ରେ ମାତ୍ର ୩ ଖଣି ବାର୍ଷିକ ପିଆର୍‌ସିକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ଜଙ୍ଗଲ ଏବଂ ପରିବେଶ ମଞ୍ଜୁରୀ ପାଇବାକୁ ଅସୁବିଧା ଉପୁଜିବାରୁ ଉତ୍ପାଦନ କରିବାକୁ ସକ୍ଷମ ହେଉ ନ ଥିବା ଅଧିକାଂଶ କମ୍ପାନୀ ମତ ରଖିଥିଲେ। ଏବେ ଅଧିକାଂଶ କ୍ୟାପ୍ଟିଭ ଖଣି ଉତ୍ପାଦନ କରିବାକୁ ସକ୍ଷମ ହେଲେଣି। ଏଗୁଡିକର ମିଳିତ କୋଇଲା ପିଆର୍‌ସି ୧୪୫ ନିୟୁତ ଟନ୍‌ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଏମାନେ ମିଳିତ ଭାବେ ୫୪ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିବେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏମାନେ ୧୮ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଛନ୍ତି। ଗତ ୨ ସପ୍ତାହ ହେବ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକରେ କୋଇଲା ସଙ୍କଟ ଉତ୍କଟ ରୂପ ଧାରଣ କଲାଣି। ୧୫ ଗିଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟଗୁଡିକ ନିକଟରେ ୨ ଦିନରୁ କମ୍‌ ସମୟ ଲାଗି କୋଇଲା ଗଚ୍ଛିତ ରହିଛି। ସେହିଭଳି ୧୧ ଗିଗାଓ୍ବାଟ ଲାଗି ଏହା ୬ ଦିନରୁ କମ୍‌ ହେବ ବୋଲି ଜଣାପଡିଛି। ଗ୍ରୀଷ୍ମ ମାସଗୁଡ଼ିକରେ କୋଇଲା ଯୋଗାଣ ଲାଗି ଅର୍ଥ ପ୍ରଦାନ କରିବାରେ ଅଧିକାଂଶ ରାଜ୍ୟ ବିଫଳ ହୋଇଛନ୍ତି। ଫଳରେ କୋଲ୍‌ ଇଣ୍ଡିଆ ଥର୍ମାଲ ୟୁନିଟଗୁଡ଼ିକୁ କୋଇଲା ଯୋଗାଣ ନିୟନ୍ତ୍ରଣ କରିଛି। ବର୍ଷା ଯୋଗୁ ଜୁଲାଇ ପରଠାରୁ କୋଲ୍‌ ଇଣ୍ଡିଆର କୋଇଲା ଉତ୍ପାଦନ ପ୍ରଭାବିତ ହୋଇ ରହିଛି। ଫଳରେ ୯୦ ଗିଗାଓ୍ବାଟ ଶକ୍ତି ଉତ୍ପାଦନ କ୍ଷମତା ଲାଗି ପ୍ରାୟ ୮ ଦିନରୁ କମ୍‌ ସମୟ ଅବଧି ଲାଗି କୋଇଲା ଗଚ୍ଛିତ ଥିବା ଜଣାପଡିଛି। ଉଭୟ ରେଳପଥ ଏବଂ ରାଜପଥରେ ୨୩ ଖଣିରୁ ୪୦.୩ ନିୟୁତ ଟନ୍‌ ଗଚ୍ଛିତ କୋଇଲା ଯୋଗାଣ ଲାଗି କୋଲ୍‌ ଇଣ୍ଡିଆ ନିକଟରେ ପ୍ରସ୍ତାବ ଦେଇଛି। କୋଇଲା ଅଭାବ ଥିବା ୟୁନିଟ୍‌ଗୁଡିକ ବାହାରୁ ମଧ୍ୟ କୋଇଲା ଆମଦାନୀ କରିପାରିବେ ବୋଲି ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

ସାଇବର ରିସ୍କ ପ୍ରତି ସଚେତନତା ଜରୁରୀ

ମୁମ୍ବାଇ,୧୬।୩: ବର୍ତ୍ତମାନ ଇଣ୍ଟରନେଟର ହାଇପର କନେକ୍ଟିଭିଟି ଯୋଗୁ ବିଭିନ୍ନ କାମ ଅନ୍‌ଲାଇନରେ ସହଜ ଏବଂ ତ୍ୱରିତ ଭାବେ ହୋଇପାରିଛି। ଏହା ଅନ୍‌ଲାଇନର ଏକ ଭଲ ଦିଗ...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌....

ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮:  ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ...

୨୦୦ ସହରରେ ଜିଓମାର୍ଟ ସାମଗ୍ରୀ ଡେଲିଭରି ଦେବ

ନୂଆଦିଲ୍ଲୀ,୨୬।୫: ରିଲାଏନ୍ସର ଅନ୍‌ଲାଇନ ଗ୍ରସେରି ଡେଲିଭରି ସର୍ଭିସ ପ୍ଲାଟ୍‌ଫର୍ମ ଜିଓମାର୍ଟ ପକ୍ଷରୁ ଦେଶର ୨୦୦ ସହରରେ ସେବା ଯୋଗାଇ ଦିଆଯିବ। ଏହି ସେବା ଦ୍ୱାରା ଆମାଜନ,...

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌...

ମୁମ୍ବାଇ ରାସ୍ତାକଡ଼ରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ ଅମ୍ବାନୀ ପରିବାରର ଅଲିଅଳି: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ପ୍ରତିଟି ଟିକିନିକି ଖବର ଲୋକମାନେ ଜାଣିବାକୁ ଚାହିଁଥାନ୍ତି। ଭାରତର ସବୁଠାରୁ...

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ...

Advertisement
Archives

Model This Week