ଅବିଭାଜ୍ୟ ମାନବବାଦ

ଭାରତୀୟ ଜନତା ପାର୍ଟି (ଭାଜପା) ତା’ ସମ୍ବିଧାନର ତୃତୀୟ ପୃଷ୍ଠାରେ ପାର୍ଟି ବା ଦଳ ସଦସ୍ୟତା ପାଇଁ ସର୍ତ୍ତ ରଖିଛି। ୧୮ ବର୍ଷରୁ ଅଧିକ ବୟସର ଯେକୌଣସି ଭାରତୀୟ ନାଗରିକ ଭାଜପା ସମ୍ବିଧାନର ଧାରା ୨, ୩ ଏବଂ ୫ (II, III ଓ IV)କୁ ଗ୍ରହଣକରି ଏକ ଲିଖିତ ଘୋଷଣା କରିବା ପରେ ଦଳର ସଦସ୍ୟ ହୁଅନ୍ତି। ଭାଜପା ସମ୍ବିଧାନର ଧାରା ୨ରେ ଉଲ୍ଲେଖ ରହିଛି , ପ୍ରତିଷ୍ଠିତ ଆଇନ ତଥା ସମାଜବାଦ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ନୀତି ଅନୁଯାୟୀ ଦଳ ଭାରତର ସମ୍ବିଧାନ ପ୍ରତି ବିଶ୍ୱସ୍ତ ରହିବ। ଧାରା ୫ ରେ କୁହାଯାଇଛି, ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ପାଇଁ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଗାନ୍ଧୀଙ୍କ ଦୃଷ୍ଟିକୋଣ ପ୍ରତି ଦଳ ପ୍ରତିବଦ୍ଧ। ପୁନଶ୍ଚ କହିଛି ଯେ, ଦଳ ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତିର ବିକେନ୍ଦ୍ରୀକରଣ ସପକ୍ଷବାଦୀ। ପ୍ରକୃତରେ ଏବେ ପାର୍ଟିର ପରିଚାଳନା ଢାଞ୍ଚାରେ ଏଗୁଡ଼ିକ ମଧ୍ୟରୁ କେଉଁଠିି ଅଛି? ଏହାର ବାସ୍ତବତା କୌତୂହଳପ୍ରଦ,ଯାହା ଅନ୍ୟ ସମୟରେ ଆଲୋଚନା କରିବା। କିନ୍ତୁ ଧାରା ୩ ହେଉଛି ଆଜିର ସ୍ତମ୍ଭର ବିଷୟବସ୍ତୁ , ଯାହା ଗୋଟିଏ ଧାଡ଼ି -‘ଅବିଭାଜ୍ୟ ବା ଏକାମତ୍ ମାନବବାଦ ପାର୍ଟିର ମୌଳିକ ଦର୍ଶନ ହୋଇ ରହିବ’ ଉପରେ ପର୍ଯ୍ୟବସିତ। ୧୯୬୫ ଏପ୍ରିଲ ୨୨ରୁ ୨୫ ମଧ୍ୟରେ ଦୀନ୍‌ଦୟାଲ ଉପାଧ୍ୟାୟ ମୁମ୍ବାଇରେ ୪ଟି ଅଭିଭାଷଣରେ ଅବିଭାଜ୍ୟ ମାନବବାଦ ଉପସ୍ଥାପନ କରିଥିଲେ ଓ ତାଙ୍କ ଯୁକ୍ତିର ଏକ ସାରାଂଶ ଏହିପରି। ଜାତୀୟ ପରିଚୟକୁ ଅବହେଳା କରିବା ଯୋଗୁ ଭାରତ ସମସ୍ୟାର ସମ୍ମୁଖୀନ ହେଉଛି। ଦେଶ ଜଣେ ବ୍ୟକ୍ତି ସଦୃଶ ଏବଂ ଯଦି ଏହାର ପ୍ରାକୃତିକ ପ୍ରବୃତ୍ତିକୁ ଅବମାନନା କରାଯାଏ କିମ୍ବା ଚାପିଦିଆଯାଏ ତେବେ ତାହା ରୁଗ୍‌ଣ ହୋଇଥାଏ । ସ୍ବାଧୀନତାର ୧୭ ବର୍ଷ ପରେ ମଧ୍ୟ ଭାରତ ବିକାଶର ଦିଗ ସ୍ଥିର କରି ନ ଥିଲା। ସ୍ବାଧୀନତା ସଂସ୍କୃତିକୁ ପ୍ରକାଶକଲେ ତାହା ଅର୍ଥପୂର୍ଣ୍ଣ ହୁଏ, କିନ୍ତୁ ଭାରତର ଧ୍ୟାନ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ସମସ୍ୟା ଉପରେ ଥିଲା। କାରଣ ପାଶ୍ଚାତ୍ୟ ବିଜ୍ଞାନ ସହିତ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ତତ୍ତ୍ୱ ଉପରେ ଏହାର ଏକ ପଶ୍ଚିମୀ ଦୃଷ୍ଟିଭଙ୍ଗୀ ଥିଲା। ଭାରତୀୟଙ୍କ ପ୍ରଗତି ସହିତ ପାଶ୍ଚାତ୍ୟକରଣ ସମାନାର୍ଥକ ଥିଲା। ତେବେ ପାଶ୍ଚାତ୍ୟ ଜାତୀୟତା, ଗଣତନ୍ତ୍ର ଏବଂ ସମାଜବାଦ ସହ ଖାପ ଖୁଆଇ ଚାଲିବାରେ ଅସମର୍ଥ ହେଲା। ଏସବୁ ପାଶ୍ଚାତ୍ୟ ବିଚାରଧାରା ମଧ୍ୟରେ ପାରସ୍ପରିକ ଦ୍ୱନ୍ଦ୍ୱ ଥିଲା। ଏହି ବିଚାରଧାରାଗୁଡ଼ିକ ବିଶ୍ୱସ୍ତରୀୟ ନ ଥିଲା କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ସଂସ୍କୃତିର ନିୟନ୍ତ୍ରଣରୁ ମୁକ୍ତ ନ ଥିଲା । ଆୟୁର୍ବେଦ କହେ ଯେ ଆମକୁ ସ୍ଥାନୀୟ ରୋଗର ଉପଶମ ପାଇଁ ସ୍ଥାନୀୟ ଚିକିତ୍ସା ଉପାୟ ଖୋଜିବା ଆବଶ୍ୟକ। ତେବେ ଏହି ନ୍ୟାୟରେ ଭାରତୀୟ ସଂସ୍କୃତି ବିଶ୍ୱ ପାଇଁ ଏକ ସମାଧାନ ବାଟ ଦେଖାଇପାରିବ କି? ଭାରତୀୟ ସଂସ୍କୃତିରେ ଧର୍ମକୁ ଅଗ୍ରଣୀ ସ୍ଥାନ ଦିଆଯାଇଛି। ଧର୍ମ କାର୍ଯ୍ୟନିର୍ବାହୀ, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକା ଏବଂ ବ୍ୟକ୍ତିଙ୍କଠାରୁ ଉଚ୍ଚରେ। ଧର୍ମ ବିରୋଧରେ କାର୍ଯ୍ୟ କରିବା ପାଇଁ ଲୋକଙ୍କର କୌଣସି ଅଧିକାର ନାହିଁ। ସମ୍ବିଧାନରେ ବ୍ୟବହୃତ ‘ଧର୍ମନିରପେକ୍ଷତା’ ଶବ୍ଦ ଭୁଲ୍‌ ଏବଂ ଖରାପ, କାରଣ ଦେଶ ପାଇଁ ଧର୍ମ ଏକ ଆବଶ୍ୟକୀୟ ସର୍ତ୍ତ। ଯାହା ଧର୍ମ ଉପରେ ଆଧାରିତ ନୁହେଁ ତାହା ଗ୍ରହଣୀୟ ନୁହେଁ ଏବଂ ସେଥିପାଇଁ ଧର୍ମନିରପେକ୍ଷତା ସାଂଘାତିକ ତ୍ରୁଟିପୂର୍ଣ୍ଣ ଥିଲା। ଜାତୀୟ ଏକତା ହେଉଛି ଭାରତର ଧର୍ମ ଏବଂ ସେଥିପାଇଁ ବିବିଧତାରେ ସମସ୍ୟା ଥିଲା। ଏହି କାରଣରୁ ଭାରତର ସମ୍ବିଧାନକୁ ସଂଘୀୟରୁ ଏକକୀୟ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ, ଯେଉଁଥିରେ ବୈଧାନିକ କ୍ଷମତା ରାଜ୍ୟଗୁଡ଼ିକ ପାଇଁ ନୁହେଁ, କେବଳ କେନ୍ଦ୍ର ସକାଶେ ରହିବ।
ସମାଜରେ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ମଧ୍ୟରେ ଦ୍ୱନ୍ଦ୍ୱ ହିଁ ଅବକ୍ଷୟ ଏବଂ ବିକୃତିର ସଙ୍କେତ। ବ୍ୟକ୍ତି ଏବଂ ଦେଶ ମଧ୍ୟରେ ଥିବା ପ୍ରତିକୂଳ ସମ୍ପର୍କକୁ ପ୍ରଗତିର କାରଣ ଭାବରେ ଦେଖିବା ପାଶ୍ଚାତ୍ୟର ଭୁଲ୍‌ ଥିଲା । ବ୍ୟକ୍ତି ଶରୀର, ମନ, ବୁଦ୍ଧି ଏବଂ ପ୍ରାଣକୁ ନେଇ ଗଠିତ । ମଣିଷ ଏକ ଆତ୍ମା ସହିତ ଜନ୍ମହୁଏ । ବ୍ୟକ୍ତିତ୍ୱ, ପ୍ରାଣ ଏବଂ ଚରିତ୍ର ପରସ୍ପରଠାରୁ ଭିନ୍ନ। ବ୍ୟକ୍ତିଗତ ଇତିହାସ ଦ୍ୱାରା ବ୍ୟକ୍ତିର ଆତ୍ମା ପ୍ରଭାବିତ ନୁହେଁ। ସେହିଭଳି ଜାତୀୟ ସଂସ୍କୃତି କ୍ରମାଗତ ଭାବରେ ଇତିହାସ ଦ୍ୱାରା ପରିବର୍ତ୍ତିତ ହୁଏ। ସଂସ୍କୃତି ସବୁ ବିଷୟକୁ ଭଲ ଏବଂ ପ୍ରଶଂସନୀୟ ଭାବରେ ଅନ୍ତର୍ଭୁକ୍ତକରେ, କିନ୍ତୁ ସେଗୁଡ଼ିକ ଜାତୀୟ ଆତ୍ମା ‘ଚିତି’ ବା ଚେତନକୁ ପ୍ରଭାବିତ କରେନାହିଁ। ଭାରତର ଜାତୀୟ ଚେତନା ମୌଳିକ ଏବଂ କେନ୍ଦ୍ରୀକୃତ। ଚେତନ ସାଂସ୍କୃତିକ ଅଗ୍ରଗତିର ଦିଶା ନିର୍ଣ୍ଣୟକରେ, ସଂସ୍କୃତିରୁ କ’ଣ ସବୁ ଦୂରକରିବାକୁ ହେବ ତାହା ଏହା କରିଥାଏ। ସମାଜଗୁଡ଼ିକର ବି ପ୍ରାଣ ଅଛି। ଗୋଟିଏ ସମାଜର ଶରୀର(ତତ୍ତ୍ୱ), ମନ, ବୁଦ୍ଧି ଏବଂ ଆତ୍ମା ଅଛି । କେତେଜଣ ପାଶ୍ଚାତ୍ୟବାସୀ ଏହି ସତ୍ୟକୁ ଗ୍ରହଣ କରିବାକୁ ଆରମ୍ଭ କଲେଣି। ସେଥିମଧ୍ୟରୁ ୱିଲିୟମ ମ୍ୟାକ୍‌ଡୁଗାଲ କହନ୍ତି , ଗୋଟିଏ ସମାଜ ବା ଜାତିର ମନ ଏବଂ ମନୋବିଜ୍ଞାନ ଅଛି; ଜଣେ ବ୍ୟକ୍ତି ଭଳି ଏହାର ନିଜସ୍ବ ଚିନ୍ତାଧାରା ଏବଂ କାର୍ଯ୍ୟ ପ୍ରଣାଳୀ ରହିଛି । ସମାଜଗୁଡିକର ଏକ ଜନ୍ମଜାତ ସ୍ବଭାବ ଅଛି, ଯାହା ଏହାର ଇତିହାସ ଉପରେ ଆଧାରିତ ନୁହେଁ । ଘଟଣାଗୁଡ଼ିକ ଏହାକୁ ପ୍ରଭାବିତ କରେନାହିଁ। ଏହି ସ୍ବଭାବ ଦୀର୍ଘବର୍ଷ ଧରି ବିକଶିତ ହୋଇଛି। ଗୋଟିଏ ଦେଶର ଉଭୟ ଆଦର୍ଶ ଏବଂ ମାତୃଭୂମି ଆବଶ୍ୟକ ଏବଂ ଏହା ଥିଲେ ହିଁ ତାହା ଦେଶବାଚ୍ୟ ହୋଇଥାଏ। ଏଭଳି ରାଷ୍ଟ୍ରର ସୁରକ୍ଷା ପାଇଁ ବ୍ୟବସ୍ଥା ରହିଛି। ଏହା ଥିଲା ଉପାଧ୍ୟାୟଙ୍କ ଚାରୋଟି ବକ୍ତବ୍ୟର ବାର୍ତ୍ତା । ଏସବୁର ଅର୍ଥ କ’ଣ ତାହା ଜାଣିବା ସହଜ ନୁହେଁ । ଉଦାହରଣ ସ୍ବରୂପ, ମନ ଏବଂ ବୁଦ୍ଧି ମଧ୍ୟରେ ପାର୍ଥକ୍ୟ କ’ଣ? ପ୍ରାଣ କ’ଣ? ଶରୀରରୁ ଏହି ତିନୋଟି କିପରି ଅଲଗା? ପ୍ରକୃତରେ ଜାତୀୟ ପ୍ରାଣ, ଚେତନ ଏବଂ ଗୋଷ୍ଠୀ ମନ ବୈଜ୍ଞାନିକ ବିଷୟ ନୁହେଁ ଏବଂ ଓ୍ବିଲିୟମ ମ୍ୟାକ୍‌ଡୁଗାଲଙ୍କ କାର୍ଯ୍ୟ ମଧ୍ୟ ବିଜ୍ଞାନସମ୍ମତ ନୁହେଁ। ଘୋଷଣାନାମାରେ କେତେଜଣ ଭାଜପା ସଦସ୍ୟ ସ୍ବାକ୍ଷରକରି ଅବିଭାଜ୍ୟ ମାନବବାଦକୁ ସେମାନଙ୍କ ମୌଳିକ ସିଦ୍ଧାନ୍ତ ଭାବେ ଗ୍ରହଣ କରିବା କଥା ଯାହା କହିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ। ବାସ୍ତବରେ ସେମାନେ କ’ଣ ସ୍ବୀକାର କରିଛନ୍ତି ତାହା ଏବେ ସହଜରେ ବୁଝିହେଉଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri