Posted inଜାତୀୟ

ଯାତ୍ରୀଙ୍କୁ ନେଇ ବିଶାଖାପଟ୍ଟନମ ପହଞ୍ଚିଲା ଇଣ୍ଡିଗୋ ବିମାନ, ହାଇଦ୍ରାବାଦରେ ରହିଗଲା ୩୭ ଯାତ୍ରୀଙ୍କ ଲଗେଜ

ବିଶାଖାପାଟ୍ଟନମ,୧୦ ।୨: ବିମାନ ଯାତ୍ରା ସମୟରେ କେବେ କେବେ ଜଣେ ଜଣେ ଯାତ୍ରୀଙ୍କ ଲଗେଜ ରହିଯାଇଥିବା ଖବର ସାମ୍ନକୁ ଆସିଛି । ଏହାକୁ ଏକ ସାଧାରଣ ଭୁଲ ବୋଲି ଧରାଯାଇଥାଏ । ହେଲେ ଗୋଟିଏ ବିମାନରେ ଯାତ୍ରା କରୁଥିବା ୩୭ ଜଣ ଯାତ୍ରୀଙ୍କ ସହ ଯଦି ଏମିତି ହୁଏ ତେବେ ତାକୁ କ’ଣ କୁହାଯିବ ବୋଲି ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ଗୁରୁବାର ଇଣ୍ଡିଗୋ ଏୟର ଲାଇନ୍ସର ଏକ ବିମାନ ହାଇଦ୍ରାବାଦରୁ ବିଶାଖାପଟ୍ଟନମ ପହଞ୍ଚିବା ପରେ ଏମିତି ଘଟଣା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଇଣ୍ଡିଗୋ ଏୟାର ଲାଇନ୍ସ ଏହି ଘଟଣାକୁ ନେଇ ଏକ ବୟାନ ଜାରି କରି କହିଛି, ଯାତ୍ରୀ ଭୋଗିଥିବା ଅସୁବିଧା ପାଇଁ ଏୟାର ଲାଇନ୍ସ ଦୁଃଖିତ । ତେବେ ସମସ୍ତ ଯାତ୍ରୀଙ୍କ ଲଗେଜ ସେମାନଙ୍କ ଠିକଣାରେ ସୁରକ୍ଷିତ ଭାବେ ପହଞ୍ଚିବ ବୋଲି କୁହାଯାଇଛି ।
କୁହାଯାଉଛି କି ହାଇଦ୍ରାବାଦ ଏୟାର ପୋର୍ଟରୁ ବିଶାଖାପାଟ୍ଟନ ଯିବାକୁ ଗୁରୁବାର ଏକ ବିମାନ ୬ଇ-୪୦୯ ଉଡାଣ ଆରମ୍ଭ କରିଥିଲା । ବିମାନଟି ଯେତେବେଳେ ତା’ର ଗନ୍ତବ୍ୟ ସ୍ଥାନରେ ପହଞ୍ଚିଥିଲା ସେତେବେଳେ ଯାତ୍ରୀମାନେ ସେମାନଙ୍କ ଲଗେଜ ଖୋଜିବା ଆରମ୍ଭ କରିଥିଲେ । ବେଶ କିଛି ସମୟ ଲଗେଜ ବେଲ୍ଟରେ ଲଗେଜକୁ ଅପେକ୍ଷା କରିବା ପରେ ସେମାନେ ବ୍ୟସ୍ତ ହୋଇଯାଇଥିଲେ । ପରେ ଜଣାପଡିଥିଲା କି ବିମାନରେ ଆସିଥିବା ୩୭ ଜଣଙ୍କ ଲଗେଜ୍ ମିସ୍ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri