ଅଜୀର୍ଣ୍ଣ ସମସ୍ୟା

ନିଜକୁ ସୁସ୍ଥ ରଖିବା ଲାଗି ଆମେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ଦରକାର। ଗରିଷ୍ଠ ତଥା ଅପାଚ୍ୟ ଖାଦ୍ୟ ଖାଇବା ସହ ପାଣି ପିଇବାରେ ଏପଟ ସେପଟ ହେଲେ ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ଗୁରୁତର ହେଲେ ହସ୍‌ପିଟାଲରେ ଆଡ୍‌ମିଶନ ହୋଇ ଚିକିତ୍ସିତ ହେବାକୁ ପଡିଥାଏ। ଯଦି ଆପଣ ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କେତୋଟି ଘରୋଇ ଉପଚାର ମାଧ୍ୟମରୁ ଏଥିରୁ ଉପଶମ ଲାଭ କରିପାରିବେ। ଏଥିପାଇଁ ପ୍ରଥମେ ଖାଦ୍ୟପେୟ ପ୍ରତି ସତର୍କ ହୁଅନ୍ତୁ। କେଉଁ ଖାଦ୍ୟ ଖାଇଲେ ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ତାହା ଜାଣିବା ଦରକାର। ଗୁରୁପାକଜାତୀୟ ଖାଦ୍ୟ ଯେତେ ନ ଖାଇବେ ତାହା ସେତେ ଭଲ। ଆଉ ଏକ କଥା-ଠିକ ସମୟରେ ଖାଦ୍ୟ ଖାଆନ୍ତୁ। ଅର୍ଥାତ୍‌, ନିଜର ଖାଦ୍ୟପେୟ ତାଲିକା ଏବଂ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବା ସହ ତାହାକୁ ଠିକ୍‌ ଭାବରେ ଅନୁସରଣ କରନ୍ତୁ। ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ର ଭୋଜନ ଶେଷ କରନ୍ତୁ। ତା’ସହ ରାତ୍ରଭୋଜନ ପରେ କିଛି ସମୟ ଚଲାବୁଲା କରନ୍ତୁ, ଯାହା ଖାଦ୍ୟକୁ ଠିକ୍‌ ଭାବରେ ହଜମ କରିବାରେ ସାହାଯ୍ୟ କରିଥାଏ। କଦାପି ତରତର ହୋଇ ଖାଆନ୍ତୁ ନାହିଁ। ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ, ଯାହାଦ୍ୱାରା ଏହା ସହଜରେ ହଜମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri