ଜୈବବିବିଧତାର ସ୍ୱଦେଶୀ ରକ୍ଷକ

ଫିଲିପାଇନ୍ସର ଦକ୍ଷିଣପଶ୍ଚିମରେ ଥିବା ଜଙ୍ଗଲରେ ବଟାକ୍‌ ଜନଜାତି ଲୋକେ ରହନ୍ତି। ଏହି ଜଙ୍ଗଲ ଜୈବବିବିଧତାର ପ୍ରମୁଖ ସ୍ଥଳୀ। କାନାଡ଼ାର ମଣ୍ଟ୍ରିଲ ଆକାର ଏହି ଜଙ୍ଗଲରେ ସ୍ତନ୍ୟପାୟୀ ପାଙ୍ଗୋଲିନ୍‌ ସମେତ ବିପଦରେ ଥିବା ତଥା ବିଲୁପ୍ତପ୍ରାୟ ୩୧ଟି ପ୍ରଜାତି ଜୀବ ଦେଖାଯାଆନ୍ତି। ୨୦୨୧ର ଶେଷାର୍ଦ୍ଧର ସୁପର୍‌ ଟାଇଫୁନ ଓଡେଟେରୁ ଲୋକମାନଙ୍କୁ ସୁରକ୍ଷା ଦେବାରେ ମୁଖ୍ୟ ଭୂମିକା ନେଇଥିଲା ଏହି ଜଙ୍ଗଲ। ବଟାକ୍‌ ସମୁଦାୟ ମାତ୍ର ୨୦,୦୦୦ ଆମେରିକୀୟ ଡଲାରରେ ଏହି ଜଙ୍ଗଲର ସ୍ଥିତି ବଜାୟ ରଖିବା ସହ ଏହାର ଯତ୍ନ ନିଅନ୍ତି । ବାସ୍ତବରେ ଏହି ପରିମାଣର ଅର୍ଥରାଶି ଗୋଟିଏ ରୋଲେକ୍ସ ଘଣ୍ଟାର ମୂଲ୍ୟଠାରୁ ବି କମ୍‌। ଜୈବବିବିଧତାପୂର୍ଣ୍ଣ ଜଙ୍ଗଲରେ କେବଳ ବଟାକ ଜନଜାତି ରହୁନାହନ୍ତି, ବରଂ କାନାଡାର ନିତାସିନାନ (ଏବେ କ୍ୟୁବେକ୍‌ ଓ ଲାର୍ବାଡୋର ଭାବେ ଜଣାଶୁଣା)ର ଅତି ଥଣ୍ଡା ଜଙ୍ଗଲରେ ଇନ୍ନୁ ଜନଜାତିି ରହୁଛନ୍ତି। ଏହା ପୃଥିବୀର ଏକମାତ୍ର ଜଙ୍ଗଲ ଯାହାର ପ୍ରାକୃତିକ ଦୃଶ୍ୟ ଓ ପରିସଂସ୍ଥା ଅକ୍ଷୁଣ୍ଣ ରହିଛି। ଏହା ଉଡ୍‌ଲାଣ୍ଡ କାରିବୌ, ବଣ ବିଲେଇ, ହେଟା,ମେରୁ ଅଞ୍ଚଳରେ ଦେଖାଯାଉଥିବା ଧଳାଭାଲୁଙ୍କ ବାସସ୍ଥଳୀ। ମୁଖ୍ୟତଃ, ଏହି ଜଙ୍ଗଲ ଉପର ଦେଇ ପ୍ରବାସୀ ପକ୍ଷୀମାନେ ଯାଇଥାନ୍ତି। ବୈଜ୍ଞାନିକମାନଙ୍କ ଆକଳନ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାଣୀ ଓ ଉଦ୍ଭିଦଙ୍କ ବାସସ୍ଥଳୀରେ ପରିବର୍ତ୍ତନ ହେଉଥିବାରୁ ଭବିଷ୍ୟତରେ ଏହି ଜଙ୍ଗଲ ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ହେବ। ଲାବ୍ରାଡୋରରେ ରହୁଥିବା ଇନ୍ନୁ ଜନଜାତିର ସଂଗଠନ ‘ଇନ୍ନୁ ନେଶନ’ ଦୀର୍ଘଦିନ ହେଲା ଏହି ବନାଞ୍ଚଳର ଯତ୍ନ ନେଉଛି । ସ୍ବଦେଶୀ ସୁରକ୍ଷିତ ଓ ସଂରକ୍ଷିତ ଅଞ୍ଚଳଗୁଡ଼ିକ ପାଇଁ ପ୍ରସ୍ତାବ ଦେଇ ଏପରିକି ତାହା ଗଠନ କରି ସେଗୁଡ଼ିକର ସୁରକ୍ଷା ପାଇଁ ଚେଷ୍ଟାକରୁଛି।
ଏକ ଆକଳନରୁ ଜଣାପଡ଼ିଛି ଯେ, ପୃଥିବୀରେ ଏବକାର ଜୈବବିବିଧତାର ୮୦% ଆଦିବାସୀ ଏବଂ ସ୍ଥାନୀୟ ସମୁୁଦାୟ ରହୁଥିବା ଅଞ୍ଚଳରେ ଦେଖିବାକୁ ମିଳେ। ଏବେ ୧୦ ଲକ୍ଷରୁ ଅଧିକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀମାନେ ବିଲୁପ୍ତିର ଦ୍ୱାରଦେଶରେ ଥିବାବେଳେ ପରିବେଶ ସୁରକ୍ଷା ପାଇଁ ସ୍ପଷ୍ଟ ଭାବେ ଏହିସବୁ ସମୁଦାୟକୁ ସଶକ୍ତ କରାଯିବା ଉଚିତ। ନିକଟରେ ନିତାସିନାନର ଦକ୍ଷିଣକୁ ଅନେକ ଶହ ମାଇଲ ଦୂର ମଣ୍ଟ୍ରିଲରେ ଶେଷ ହୋଇଥିବା ଜାତିସଂଘର ଜୈବବିବିଧତା ସମ୍ମିଳନୀ(କପ୍‌୧୫) ତାହା କରିବା ଲାଗି ଏକ ସୁଯୋଗ ଦେଇଛି। ପୃଥିବୀରୁ ପ୍ରାଣୀ ବିଲପ୍ତି ସଙ୍କଟର ଗମ୍ଭୀରତାକୁ ସ୍ବୀକାର କରିବାରେ ବିଶ୍ୱ ଅସଫଳ ହୋଇଥିବାରୁ ଏହାର ସମାଧାନ ପାଇଁ ଆମକୁ ଏକାକୀ ପଦକ୍ଷେପ ନେବାକୁ ହେବ। କୋଭିଡ୍‌ ମହାମାରୀ ଯୋଗୁ କପ୍‌୧୫ ସମ୍ମିଳନୀରେ ୧ ବର୍ଷ ବିଳମ୍ବ ହେଲା, କିନ୍ତୁ ସମସ୍ୟା ସବୁ ବହୁ ପଛରେ ରହିଗଲା। ଏକ ଦଶନ୍ଧିରୁ ଅଧିକ ସମୟ ହେଲା ବୈଜ୍ଞାନିକମାନେ ବିଲୁପ୍ତି ସଙ୍କଟ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରୁଛନ୍ତି। ଆଦିବାସୀ ସମୁଦାୟଗୁଡ଼ିକ ସେମାନଙ୍କ ବାସସ୍ଥାନକୁ ନଷ୍ଟ କରୁଥିବା ତଥା ବଳପୂର୍ବକ କରାଯାଉଥିବା ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁଛନ୍ତି। ଶେଷରେ ପରିସଂସ୍ଥାର ହୋଇଥିବା ଅତ୍ୟଧିକ କ୍ଷତି ରୋକିବାକୁ ଓ ପ୍ରକୃତିର ଶ୍ରେଷ୍ଠ ତତ୍ତ୍ୱାବଧାରକ ଭାବେ ନିଜକୁ ପ୍ରମାଣିତ କରିଥିବା ଜନଜାତି ଲୋକଙ୍କ ପ୍ରତି କରାଯାଉଥିବା ଅନ୍ୟାୟକୁ ନେଇ ବିଶ୍ୱର ନିଦ ଭାଙ୍ଗିଛି। ୨୦୩୦ ସୁଦ୍ଧା ସ୍ଥଳଭାଗ ଓ ସମୁଦ୍ରରେ ରହୁଥିବା ଜୀବମାନଙ୍କ ମଧ୍ୟରୁ ଅତି କମ୍‌ରେ ୩୦%ର ସୁରକ୍ଷା ଲକ୍ଷ୍ୟ ‘୩୦x୩୦’ ହାସଲ କରିବାକୁ ସ୍ଥିର ହୋଇଛି। ଏହି ସମୟରେ ବିଭିନ୍ନ ପ୍ରଜାତିର ଧ୍ୱଂସକୁ ରୋକିବା ଲାଗି ଆଦିବାସୀ ଓ ସ୍ଥାନୀୟ ସମୁଦାୟର ଅଧିକାରଗୁଡ଼ିକୁ (ଜମି ଅଧିକାର ସହ) ଗ୍ରହଣ କରିବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାୟ । କପ୍‌୧୫ ଆଲୋଚନାରେ ଏହା ବି ଏକ ମୁଖ୍ୟ ବିଷୟ ରହିଥିଲା ଏବଂ ସମ୍ମିଳନୀର ଶେଷ ଦିନରେ ପାଖାପାଖି ୧୯୦ ଦେଶ ‘୩୦x୩୦ ’ ଲକ୍ଷ୍ୟ ସମ୍ବଳିତ ଏକ ଚୁକ୍ତିକୁ ସ୍ବୀକାର କରିଥିଲେ।
କପ୍‌୧୫ ସମ୍ମିଳନୀରେ ବିଶ୍ୱର ସବୁଆଡୁ ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏମାନଙ୍କ ଜମି ଅଧିକାରକୁ ସ୍ବୀକାର କରିବା, ପ୍ରଭାବୀ ଓ ଉପଯୋଗୀ ସାବ୍ୟସ୍ତ ହୋଇଥିବା ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ଏବଂ ସହନୀୟ ଜୈବବିବିଧତା ପାଇଁ ସେମାନଙ୍କ ଲକ୍ଷ୍ୟ ସହ ତାଳଦେଇ କାମ କରିବାକୁ ବିଶ୍ୱ ନେତାମାନଙ୍କୁ ପ୍ରେରିତ କରିବାକୁ ସେମାନେ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ସେମାନଙ୍କ ଦାବି ଚୁକ୍ତିରେ ସ୍ଥାନୀୟ ଅଧିକାର ବ୍ୟବସ୍ଥା ସମ୍ପର୍କିତ ଲେଖା ସାମିଲ କରିବାକୁ ନିଶ୍ଚିତ କରିଥିଲା। ଏହା ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକ ପାଇଁ ‘୩୦x୩୦’ ଲକ୍ଷ୍ୟ ହାସଲ କରିବାର ପଦକ୍ଷେପ ଯୋଗୁ ସୃଷ୍ଟି ହେବାକୁ ଥିବା ବିସ୍ଥାପନ ଭୟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାକବଚ ହୋଇପାରିବ। ତେବେ ଉକ୍ତ ଲକ୍ଷ୍ୟ ସମ୍ପର୍କିତ ପଦକ୍ଷେପଗୁଡ଼ିକରେ ତଥ୍ୟ ସମ୍ବଳିତ ମତାମତ ଦେବା ଲାଗି ଆଦିବାସୀ ଓ ସ୍ଥାନୀୟ ସମୁଦାୟଗୁଡ଼ିକ ପାଇଁ ସୁଯୋଗ ରହିବା ଉଚିତ। ଏଥିରେ ମାନବ ଅଧିକାର ଆଧାରିତ ଦୃଷ୍ଟିକୋଣ ଆପଣାଇବା ଦରକାର । ଜୈବବିବିଧତା ସୁରକ୍ଷା ଲାଗି ସେମାନେ ପ୍ରତ୍ୟକ୍ଷ ଭାବେ ପାଣ୍ଠି ପାଇବା ଆବଶ୍ୟକ। ଉକ୍ତ ପରିପ୍ରେକ୍ଷୀରେ କାନାଡା ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସାରା ବିଶ୍ୱରେ ଜନଜାତି ଲୋକଙ୍କ ଭଳି ଇନ୍ନୁ ସମେତ କାନାଡାରେ ପ୍ରଥମରୁ ରହିଆସିଥିବା ଅନ୍ୟ ଜନଜାତି ସ୍ଥାୟୀ ଭାବେ ପରିସଂସ୍ଥାକୁ କିଭଳି ସଞ୍ଚାଳନ କରିବାକୁ ହୁଏ ତାହା ସେମାନଙ୍କୁ ଜଣା ବୋଲି ପ୍ରମାଣ କରିଛନ୍ତି। ବିଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହେଲା କାନାଡାରେ ୯୦% ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବାରେ ଆଦିବାସୀ ଓ ସ୍ଥାନୀୟ ସମୁଦାୟର ନେତୃତ୍ୱ କିମ୍ବା ଭାଗୀଦାରି ରହିଆସିଛି। ଆହୁରି ଅଧିକ ସୁରକ୍ଷିତ ଅଞ୍ଚଳ ଗଢ଼ିବା ପ୍ରସ୍ତାବ ରଖିବାରେ ଏମାନେ ମୁଖ୍ୟ ଭୂମିକା ନେଉଛନ୍ତି। ଜୈବବିବିଧତା ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଆଦିବାସୀମାନଙ୍କ ଭାଗୀଦାରି ଆବଶ୍ୟକତାକୁ କାନାଡା ସରକାର ସ୍ବୀକାର କରିଛନ୍ତି। ଗତବର୍ଷ ଏମାନଙ୍କ ଚାଲିଥିବା ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ନୂଆକରି ସରକାର ୩୪୦ ମିଲିୟନ କାନାଡିଆନ ଡଲାର( ୨୫୮ ମିଲିୟନ ଆମେରିକୀୟ ଡଲାର) ପାଣ୍ଠି ଘୋଷଣା କରିଥିଲେ ଓ ଏହା ୫ ବର୍ଷ ଧରି ଯୋଗାଇ ଦିଆଯିବ। ଅନ୍ୟ ଶିଳ୍ପଭିତ୍ତିକ ଦେଶଗୁଡ଼ିକ ଏହି ମଡେଲ ଅନୁସରଣ କରିବେ କି ନାହିଁ ତାହା ଉପରେ କପ୍‌୧୫ ବୁଝାମଣାର ସଫଳତା ନିର୍ଭର କରେ।
ସାମ୍ପ୍ରତିକ ସ୍ଥିତିରେ ଜନଜାତିର ଲୋକେ ଏବଂ ସ୍ଥାନୀୟ ସମୁଦାୟଗୁଡ଼ିକ ଅନ୍ତର୍ଜାତୀୟ ସଂରକ୍ଷଣ ଅନୁଷ୍ଠାନଗୁଡ଼ିକଠାରୁ ଅଞ୍ଚଳର ସୁରକ୍ଷା ପାଇଁ ମୋଟରେ କେବଳ ୧୬-୨୩% ସହଯୋଗ ପାଇଛନ୍ତି। କିନ୍ତୁ ଆମେ ସେମାନଙ୍କୁ କମ୍‌ ସଂସାଧନ ଯୋଗାଇ ଦେଉଛୁ। ଅନ୍ୟ ଅର୍ଥରେ, ଆଦିବାସୀ ଲୋକେ ଓ ସ୍ଥାନୀୟ ସମୁଦାୟଗୁଡ଼ିକ କେବଳ ଜୈବବିବିଧତାର ଶ୍ରେଷ୍ଠ ରକ୍ଷକ ନୁହନ୍ତି ବରଂ ଅର୍ଥ ଅନୁଯାୟୀ ଭଲ ପରିଣାମ ଦେଉଛନ୍ତି। ଜୈବବିବିଧତାର ତତ୍ତ୍ୱାବଧାନ ଓ ସଂରକ୍ଷଣ ପାଇଁ ସେମାନଙ୍କ ସହଯୋଗ ମାନବଜାତି ଓ ପୃଥିବୀ ଲାଗି ଉପକାରୀ। ଜୈବିବିବିଧତା ସଙ୍କଟ ଦୂର କରିବା ଲାଗି କପ୍‌୧୫ ବୁଝାମଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ତୁ ଯେଭଳି ଭାବେ ବିଲୁପ୍ତି ସଙ୍କଟ ବଢିଚାଲିଛି ତାହାକୁ ଦେଖିଲେ ସମ୍ମିଳନୀର ପ୍ରତିବଦ୍ଧତାକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବା ଜରୁରୀ। ଆମେ ପୃଥିବୀର ଜୈବବିବିଧତାକୁ ସୁରକ୍ଷା କରି କରିପାରିବା ବୋଲି ଆଦିବାସୀ ଲୋକମାନେ ଦେଖାଇଦେଇଛନ୍ତି। ହେଲେ ଆମେ ଏହାକୁ ଏକାକୀ କରିପାରବା ନାହିଁ, ଏଥିପାଇଁ ବିଶ୍ୱର ସହଯୋଗ ଲୋଡ଼ା।

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?