Posted inଜାତୀୟ

ଇସ୍ତଫା ଦିଅନ୍ତୁ ନୀତୀଶ: ସୁଶୀଲ ମୋଦି

ପାଟନା,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକଭାବେ ଜଣାଶୁଣା ଅତ୍ୟନ୍ତ ପଛୁଆ ବର୍ଗ (ଇବିସି)ଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଣଦେଖା କରୁଥିବା ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଅଭିଯୋଗ କରିଛନ୍ତି। ପୌର ନିର୍ବାଚନରେ ଓବିସି ଏବଂ ଇବିସିଙ୍କ ପାଇଁ ଦିଆଯାଇଥିବା କୋଟାକୁ ପାଟନା ହାଇକୋର୍ଟ ବେଆଇନ ଘୋଷଣା କରିଥିଲେ। ଏଭଳି ପ୍ରତିକୂଳ ରାୟ ପାଇଁ ସୁଶୀଲ ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏଭଳି କୋଟା ପାଇଁ ସୁପ୍ରିମକୋର୍ଟଙ୍କ ତିନୋଟି ପରୀକ୍ଷା ନିୟମ ଧାର୍ଯ୍ୟ କରିଥିଲେ। ଏଥିପାଇଁ କମିଶନ ଗଠନ ନିମନ୍ତେ ଆଡଭୋକେଟ ଜେନେରାଲ ଲଳିତ କିଶୋର ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏହା ଉପରେ ରାଜ୍ୟ ନିର୍ବାଚନ କମିଶନ ମାର୍ଚ୍ଚ ୨୨ ଓ ମେ’ ୧୧ରେ ସରକାରଙ୍କ ପରାମର୍ଶ ଲୋଡ଼ିଥିଲେ। ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ତେଣୁ ଓବିସିମାନଙ୍କ ପଛୁଆପଣର ତଥ୍ୟ ସଂଗ୍ରହ ଲାଗି କମିଶନ ଗଠନ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନାଗ୍ରହ ଯୋଗୁ ଆଡଭୋକେଟ ଜେନେରାଲ ମତ ବଦଳାଇଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ୩ ପରୀକ୍ଷା ନିୟମରେ ଅଟଳ ରହିଥିଲେ। ସେମାନଙ୍କର ପରସ୍ପର ବିରୋଧୀ ଆଭିମୁଖ୍ୟ ଯୋଗୁ ଗତ ୪ ତାରିଖରେ ହାଇକୋର୍ଟ କୋଟା ଆବେଦନକୁ ଖାରଜ କରିଦେଇଥିଲେ ବୋଲି ସୁଶୀଲ କହିଛନ୍ତି। ଇବିସିମାନେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ହୋଇଥିବାରୁ ନୀତୀଶ ଜାଣିଶୁଣି ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବିହାରରେ ଜନ ସୁରାଜ ପଦଯାତ୍ରା ଚଳାଇଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ସମାଲୋଚନା କରିଛନ୍ତି। ଜେଡିୟୁ ନେତା ଭ୍ରମର ଶିକାର ହେବା ସହ ରାଜନୈତିକ କ୍ଷେତ୍ରରେ ଏକଘରିକିଆ ହୋଇଗଲେଣି। ବୟସାଧିକ୍ୟ ଯୋଗୁ ନୀତୀଶ କହିବାବେଳେ ହଡ଼ବଡ଼େଇ ଯାଉଛନ୍ତି ଓ ତାଙ୍କ କଥାବାର୍ତ୍ତାରୁ ଭୟ ବାରିହେଉଛି ବୋଲି ପ୍ରଶାନ୍ତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ପୂର୍ବ ଜନ୍ମରେ ନିଶ୍ଚେ ଭଲ କାମ କରିଥିଲି, ସିସୋଡିଆଙ୍କ ଭଳି ସାଥୀ ପାଇଛି’

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବାସଭବନରେ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ଏଏପି...

ଟ୍ରମ୍ପଙ୍କୁ ଭେଟିଲେ ମୋଦି: ଟ୍ରମ୍ପ୍‌ କହିଲେ, ଭାରତ ଏବଂ ଆମେରିକା ଭଲ ବନ୍ଧୁ

ଓସାକା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ...

ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି ।...

ଦେଶରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୩୦ ।୧୨: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଲାଣି । କୋଭିଡର ନୂଆ ଭାରିଏଣ୍ଟ ଆଶା କରାଯାଉଥିବା ତୁଳନାରେ ଅଧିକ ବଢିବାରେ ଲାଗିଛି ।...

ବଳାତ୍କାର ଘଟଣାକୁ ନେଇ ଚୁପ୍‌ ରହିଲେ ଉପ ମୁଖ୍ୟମନ୍ତ୍ରୀ

ପାଟନା,୭।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସୁଶାସନ ଦେଉଥିବା ଦାବି କରୁଛନ୍ତି ସତ। ହେଲେ ଏବେ ବିହାର ବଳାତ୍କାରୀଙ୍କ ରାଜ୍ୟ ପାଲଟି ଯାଇଛି। ପ୍ରାୟ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼,୨୧।୭ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌...

ଆମେରିକା ସହିତ ମିଳିତ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା: ୧୦ ଏପ୍ରିଲ ଆରମ୍ଭ…

ନୂଆଦିଲ୍ଲୀ,୩।୪ : ସାମ୍ପ୍ରତିକ ସମୟରେ ଭାରତ ଏବଂ ଆମେରିକା ବହୁତ ନିକଟତର ହୋଇଛନ୍ତି। ରଣନୀତିକ କ୍ଷେତ୍ରରେ ମଧ୍ୟ ଏହି ସହଯୋଗ ବିସ୍ତାର ହେଉଛି। ଫଳସ୍ବରୂପ, ଭାରତୀୟ...

ଏସ ଜୟଶଙ୍କର-ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ କୌଣସି ବୈଠକ ହେବାର ସମ୍ଭାବନା ନାହିଁ…

ନୂଆଦିଲ୍ଲୀ,୨୬।୪: ଭାରତ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହେବାର ସମ୍ଭାବନା...

Advertisement
Archives

Model This Week