Posted inଜାତୀୟ

ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ ଜି -୨୦ଏବଂ ଚନ୍ଦ୍ରୟାନ -୩ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ବିଶ୍ୱରେ ଭାରତର ସଫଳତା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲେ, ବିଭିନ୍ନ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ଲୋକ ଏହି ଘଟଣାର ସାକ୍ଷୀ ରହିଥିଲେ। ଇସ୍ରୋର ୟୁଟ୍ୟୁବ ଲାଇଭ ଚ୍ୟାନେଲରେ ଏହାକୁ ୮୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ, ଯାହା ଏକ ରେକର୍ଡ। ଏହା ଦର୍ଶାଇଛି ଚନ୍ଦ୍ରୟାନ-୩ ସହିତ କୋଟି କୋଟି ଭାରତୀୟ ଯୋଡ଼ି ହେବା କେତେ ଗୁରୁତ୍ୱପୂର୍ଣ୍ଣ।

ଚନ୍ଦ୍ରଯାନ ସଫଳତା ଉପରେ ଚାଲିଥିବା କୁଇଜ ପ୍ରତିଯୋଗିତା ଚନ୍ଦ୍ରୟାନ -୩ ମହାକୁଇଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପୋର୍ଟାଲର କୁଇଜ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି।

ସେହିପରି ଜି -୧୦ ର ଗ୍ରାଣ୍ଡ ଇଭେଣ୍ଟ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଭରତ ମଣ୍ଡପମ ନିଜେ ସେଲିବ୍ରିଟି ପରି ହୋଇଯାଇଛି। ଲୋକମାନେ ଏହା ସହ ସେଲଫି ନେଇଛନ୍ତି ଏବଂ ଗର୍ବର ସହିତ ପୋଷ୍ଟ କରିଛନ୍ତି।
ଆଫ୍ରିକୀୟ ୟୁନିଅନକୁ ଜି -୨୦ର ସମ୍ପୂର୍ଣ୍ଣ ସଦସ୍ୟ କରି ଭାରତ ଜି -୨୦ସମ୍ମିଳନୀରେ ନିଜର ନେତୃତ୍ୱକୁ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?