ମହାବିରୋଡ ପ୍ରାଣୀ ଚିକିତ୍ସାଳୟରେ ତାଲା

କାମାକ୍ଷାନଗର,୨୪।୯(ଅମଜାଦ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡରେ ଥିବା ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚିକିତ୍ସାଳୟ କାନ୍ଥର ପ୍ଲାଷ୍ଟର ଅନେକ ସ୍ଥାନରେ ଫାଟି ଆଁ କରିଥିବାବେଳେ ଚତୁଃପାର୍ଶ୍ୱ ଅନାବନା ଘାସ ପରିପୂର୍ଣ୍ଣ ହୋଇରହିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏପରି ସମସ୍ୟା ଦେଖାଦେଇଛି। ସେହିପରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର ଓ କର୍ମଚାରୀ ଦୀର୍ଘଦିନ ହେବ ଆସୁ ନ ଥିବାରୁ ଚିକିତ୍ସାଳୟରେ ତାଲା ଝୁଲୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ମହାବିରରୋଡ ସମେତ ଚାନ୍ଦପୁର, କୁଟୁରିଆ, ଝିଲ୍ଲୀ, ବାମ, ଗଡ଼ପଳାଶୁଣି, ଦଶିପୁର, ପଙ୍ଗାତୀରା, ବିରିବୋଲେଇ, ଘାଗରମୁଣ୍ଡା, ଗାତରେଇ ଆଦି ପଞ୍ଚାୟତର ଗୋରୁ, ଛେଳି ଆଦି ପାଳନ କରିଥିବା ଚାଷୀମାନେ ତଥା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଘଟଣାରୁ ଜଣାପଡିଛି, ମହାବିରୋଡ୍‌ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ରହିଛି ୩ଟି ପ୍ରାଣୀଧନ ସହାୟକ କେନ୍ଦ୍ର। ସେଥିମଧ୍ୟରୁ ୨ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ କର୍ମଚାରୀ ରହିଥିବାବେଳେ ଅନ୍ୟଟିରେ କର୍ମଚାରୀ ନାହାନ୍ତି। ମହାବିରୋଡରେ ଥିବା ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ ପଞ୍ଚାୟତର ବାସିନ୍ଦା ନିର୍ଭର କରିଥାନ୍ତି। ଅନେକ ଲୋକ ଜୀବିକା ନିର୍ବାହ ପାଇଁ ଗୋରୁ ଓ ଛେଳି ଆଦି ପାଳନ କରିଛନ୍ତି। ବର୍ଷା ଲାଗି ରହିଥିବାରୁ ଏହି ଗୃହପାଳିତ ପ୍ରାଣୀମାନଙ୍କଠାରେ ଅନେକ ସଂକ୍ରାମକ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି। ହେଲେ ଦୀର୍ଘଦିନ ହେବ ଏହି ପ୍ରାଣୀ ଚିକିତ୍ସାଳୟରେ ତାଲା ଝୁଲୁଥିବାରୁ ଦୂରଦୂରାନ୍ତରୁ ଗୋରୁଙ୍କୁ ଧରି ଚିକିତ୍ସା ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଆବଶ୍ୟକ ଚିକିତ୍ସା ଅଭାବରୁ ଗୃହପାଳିତ ପ୍ରାଣୀ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି। ତୁରନ୍ତ ପ୍ରାଶସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀ ଚିକିତ୍ସକ ଡାକ୍ତର ସୁନୀତା ମେହରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ବିଡିଓ ଯଶୋବନ୍ତ ଦେହୁରୀ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri