Posted inଖେଳ

ଭାରତର ଶ୍ରୀଲଙ୍କା ଟୁର୍‌: ଅଧିନାୟକ ହୋଇପାରନ୍ତି ଧାଓ୍ବନ କିମ୍ବା ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ-ବଲ୍‌ ଟୁର୍‌ ପାଇଁ ଶ୍ରେୟାସ ଆୟାର ଯଦି ଫିଟ୍‌ ନ ରୁହନ୍ତି ତେବେ ଭେଟେରାନ ଓପନର ଶିଖର ଧାଓ୍ବନ କିମ୍ବା ଅଲରାଉଣ୍ଡରରୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ବନିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ କେହି ଅଧିନାୟକତ୍ୱ ଭାର ଗ୍ରହଣ କରିବେ। ଜୁଲାଇ ମାସ ଦ୍ୱିତୀୟ ଭାଗରେ ହେବାକୁ ଥିବା ଟୁର୍‌ରେ ଭାରତର ସୀମିତ ଓଭର ସ୍ପେଶାଲିଷ୍ଟମାନେ ଶ୍ରୀଲଙ୍କାରେ ତିନୋଟି ଅନ୍ତର୍ଜାତୀୟ ଟି୨୦ ଓ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବ। ବିରାଟ କୋହଲି ଓ ରୋହିିତ ଶର୍ମାଙ୍କ ଭଳି ଷ୍ଟାର ଖେଳାଳି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ସେତେବେଳେ ଇଂଲଣ୍ଡରେ ଥିବେ। ଶ୍ରୀଲଙ୍କା ଟୁର୍‌ ବେଳକୁ ଶ୍ରେୟାସ ଫିଟ୍‌ ଥିବେ କି ନା ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ଆଘାତପ୍ରାପ୍ତ ଶ୍ରେୟାସଙ୍କ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ସେ ରିହାବିିଲିଟେଶନରେ ଅଛନ୍ତି। ଶ୍ରୀଲଙ୍କା ଟୁର୍‌ ବେଳକୁ ଯଦି ଶ୍ରେୟାସ ଉପଲବ୍ଧ ହୁଅନ୍ତି ତେବେ ସେ ଅଧିନାୟକ ହେବା ସ୍ବାଭାବିକ ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି। ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅଧିନାୟକ ପଦବୀ ପାଇଁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ୩୫ବର୍ଷୀୟ ଧାଓ୍ବନ ମୁଖ୍ୟ ଦାବିଦାର। ଗତ ଦୁଇଟି ସିଜନରେ ଆଇପିିଏଲ୍‌ରେ ତାଙ୍କ ପ୍ରଦର୍ଶନ ପ୍ରଭାବୀ ରହିଛି। ଅନ୍ୟପକ୍ଷରେ ଜୁନିୟର ପାଣ୍ଡ୍ୟାଙ୍କୁ ଅନ୍ୟତମ ସଫଳ ମ୍ୟାଚ ବିଜୟୀ ଖେଳାଳି ବିବେଚନା କରାଯାଉଛି। ସିଲେକ୍ସନ ପାଇଁ ଉପଲବ୍ଧ ସମସ୍ତ ଖେଳାଳିଙ୍କ ମଧ୍ୟରେ ଧାଓ୍ବନ ସବୁଠାରୁ ସିନିୟର। ଭାରତ ପାଇଁ ସେ ସବୁଠାରୁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଅନ୍ୟପକ୍ଷରେ ଜଣେ ହ୍ବାଇଟ୍‌ ବଲ୍‌ ମ୍ୟାଚ ବିଜୟୀ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଡାଇ ଦେଇହେବ ନାହିଁ। ତାଙ୍କର ଲମ୍ବା ଭବିଷ୍ୟତ ଅଛି। ଅତିରିକ୍ତ ଦାୟିତ୍ୱ ଦିଆଗଲେ ହୁଏତ ସେ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିପାରନ୍ତି। ଇଂଲଣ୍ଡ ଟୁର୍‌କୁ ଲକ୍ଷ୍ୟ ରଖି ପାଣ୍ଡ୍ୟାଙ୍କୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଘରୋଇ ସିରିଜରେ ଖେଳାଯାଇଥିଲା। ଏହାଦ୍ୱାରା ତାଙ୍କ ବୋଲିଂ ଓ୍ବାର୍କଲୋଡ୍‌ ବୃଦ୍ଧିପାଇବ ବୋଲି ଆଶା କରାଯାଇଥିଲା। କିନ୍ତୁ ଯାହା ଦେଖାଗଲା ସେ ନିକଟ ଭବିଷ୍ୟତରେ ଟି୨୦ ଅବା ଦିନିକିଆ ଫର୍ମାଟରେ ଗୋଟିଏ କିମ୍ବା ଦୁଇ ଓଭରରୁ ଅଧିକ ବୋଲିଂ କରିବାରେ ସକ୍ଷମ ହେବେ ନାହିଁ। ପିଠିରେ ଅସ୍ତ୍ରୋପଚାର ପରଠାରୁ ହାର୍ଦ୍ଦିକ ଆଉ ପୂର୍ବଭଳି ବୋଲିଂ କରିପାରୁନାହାନ୍ତି। ଇଞ୍ଜୁରି ପୂର୍ବରୁ ସେ ମିଡିୟମ ଫାଷ୍ଟ ବୋଲର ଥିଲେ। କିନ୍ତୁ ବର୍ତ୍ତମାନ ଲଗାତର ଘଣ୍ଟାପ୍ରତି ୧୩୫ କିଲୋମିଟର ବେଗରେ ବୋଲିଂ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। କାରଣ ଏହାଦ୍ୱାରା ତାଙ୍କ ପିଠିରେ ଯନ୍ତ୍ରଣା ହୋଇପାରେ। ତେଣୁ ସେ ବର୍ତ୍ତମାନ ମ୍ୟାଚ୍‌ ପିନିଶିଂ ଦାୟିତ୍ୱ ତୁଲାଇବା ଉପରେ ବିଶେଷ ଧ୍ୟାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri