Posted inଖେଳ

ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍‌, ଛାଡିଲେ ପଡିଆ

ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନାଙ୍କ ମୁଣ୍ଡରେ ଏକ ବାଉନ୍ସର ବଲ୍‌ ବାଜିଛି। ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ମ୍ୟାଚ ଆରମ୍ଭରେ ଶବନିମ୍‌ ଇସମାଇଲଙ୍କ ଏକ ବାଉନ୍ସର୍‌ ବଲ୍‌ ଦ୍ୱାରା ମନ୍ଧାନା ଆହତ ହୋଇଥିଲେ। ସେ ମାତ୍ର ୧୨ରନ ସ୍କୋର କରିପାରିଥିଲେ। ବାଉନ୍ସର୍‌ ମାଡ ହେବା ପରେ ଟିମ ଡାକ୍ତରଙ୍କ ଦ୍ୱାରା ମନ୍ଧାନାଙ୍କ ଟେଷ୍ଟ କରାଯାଇଥିଲା ଏବଂ ବ୍ୟାଟିଂ ଜାରି ରଖିବାକୁ ତାଙ୍କୁ ଫିଟ ଘୋଷଣା କରାଯାଇଥିଲା। ତେବେ ପରେ ସେ ପଡିଆରୁ ଫେରିଯାଇଥିଲେ। ସତର୍କତା ଅବଲମ୍ବନ କରି ସେ ପଡିଆ ଛାଡିଥିବା କୁହାଯାଇଛି। ପ୍ରଥମେ ବ୍ୟାଟିଂ କରୁଥିବା ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରିଥିଲା। ହରମାନପ୍ରୀତ କୌର ଏକ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ...

ପରାଜୟ ମୁହାଁ ଇଂଲଣ୍ଡ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍‌...

ପରଲୋକରେ ପୂର୍ବତନ କ୍ରିକେଟର ୟଶପାଲ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ର ବିଶ୍ୱ ବିଜେତା ଟିମ୍‌ର ସଦସ୍ୟ ରହିଥିବା ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୭ଟା ୪୦ରେ...

ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି

ରାଞ୍ଚି,୭।୫: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ଏନେଇ ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ସେହଓ୍ବାଗ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ ଏକ ମହତ କାମ ପାଇଁ ହାତ ବଢାଇଛନ୍ତି। ସେ ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪...

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ...

ରେକର୍ଡ ପାଇଁ ଦରକାର ୧୪୭ ରନ୍‌

ଧର୍ମଶାଳା,୨୭।୨: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କା ସମ୍ମାନଜନକ ସ୍କୋର ଛିଡ଼ା କରିଛି। ଅଧିନାୟକ ଦସୁନ ଶନାକା (୭୪ ରନ)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଶ୍ରୀଲଙ୍କା ୨୦...

Advertisement
Archives

Model This Week