ଇଣ୍ଡିଆ ମେଣ୍ଟ ସଂକଳ୍ପକୁ ଅଧିକ ସଶକ୍ତ କରିବା ଆବଶ୍ୟକ: ଅଖିଳେଶ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଗସ୍ତ କାଳରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବା ସହିତ ଏକ ଖବରଦାତା ସମ୍ମିଳନୀ ମଧ୍ୟ କରିଛନ୍ତି। ଏହି ଅବସରରେ ଅଖିଳେଶ ସାମାଜିକ ନ୍ୟାୟ ବିଷୟରେ କହିବା ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ଅଖିଳେଶଙ୍କୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପାଲଟା ଜବାବ ଦେଇଛନ୍ତି। ଇଣ୍ଡିଆ ମେଣ୍ଟର ସଂକଳ୍ପକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ଅଖିଳେଶ ବୁଧବାର ଦ୍ୱିପହର ସମୟରେ ଭୁବନେଶ୍ୱରସ୍ଥିତ ଶ୍ରୀକାନ୍ତଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରାଯାଇଥିଲା। କିଛି ସମୟ ଶ୍ରୀକାନ୍ତଙ୍କ ଘର ଭିତରେ ଆଲୋଚନା ହେବା ପରେ ଅଖିଳେଶ ଖବରଦାତା ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କିଛିଦିନ ତଳେ ତାଙ୍କର ଶ୍ରୀକାନ୍ତଙ୍କ ସହ ଭେଟ ହୋଇଥିଲା। ତାଙ୍କର ଯେଉଁ ଚିନ୍ତା ରହିଛି, ତାହା ଏସ୍‌ପି କରିବାକୁ ଚେଷ୍ଟା କରୁଛି। ଏଠାକୁ ଆସିବା ଆଗରୁ ସିପିଆଇ, ସିପିଏମ୍‌, ଆର୍‌ଜେଡି ଆଦି ଦଳର ନେତାମାନେ ତାଙ୍କୁ ଭେଟିଥିଲେ। ଇଣ୍ଡିଆ ମେଣ୍ଟର ସଂକଳ୍ପକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି। ସମୟ ଥିଲା ସେମାନେ ଜନଗଣନା ପ୍ରସଙ୍ଗରେ କଂଗ୍ରେସ ସହିତ ଲଢ଼ୁଥିଲେ। ଏବେ ଖୁସି ଲାଗୁଛି, କଂଗ୍ରେସ ସେହି କଥାକୁ ସ୍ବୀକାର କରୁଛି ଜନଗଣନା ହେବା ଦରକାର। ସାମାଜିକ ନ୍ୟାୟ ବିନା ଜନଗଣନା ସମ୍ଭବ ନୁହେଁ। ସାମାଜିକ ନ୍ୟାୟ କଥା ଉଠାଇ ଶ୍ରୀକାନ୍ତ ଏଠାରେ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସାମାଜିକ ନ୍ୟାୟଭିତ୍ତିକ ରାଜ୍ୟ ସ୍ଥାପନ କରିବା ଲକ୍ଷ୍ୟ ରହିବା ଦରକାର। ଆଦିବାସୀ, ଦଳିତ, ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଏକ ଚିଠି ଲେଖିଥିଲେ। ଲଢ଼େଇ ବହୁତ ବଡ଼। ହେଲେ ଆମେ ଉତ୍ତରପ୍ରଦେଶ ଲୋକଙ୍କୁ ଜାଗ୍ରତ କରିବାରେ ସଫଳ ହେଲୁଣୁ। ଏଠି ଏତେଗୁଡିଏ ଦଳ, ସଙ୍ଗଠନକୁ ସାଙ୍ଗରେ ପାଇବା ପରେ ଲାଗୁଛି, ଏହି ଲଢ଼େଇ ଏକାଠି ଲଢ଼ିହେବ। ଓଡ଼ିଶାକୁ ଏହା ପ୍ରଥମ ଯାତ୍ରା ନୁହେଁ। ନନ୍ଦନକାନନରେ ଏକ ବାଘର ମୃତ୍ୟୁ ଘଟଣାରେ ସେ ଏଠାକୁ ଆସିଥିଲେ। ସାମାଜିକ ଲଢ଼େଇ ଓଡ଼ିଶାରେ ଆଗକୁ ବଢ଼ିବା ଦରକାର। ୟୁପିରେ ବହୁମାତ୍ରାରେ ଭେଦଭାବ ରହିଛି। ଓଡ଼ିଶାରେ ମଧ୍ୟ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ପଛୁଆ ବର୍ଗ ଏବଂ ଦଳିତଙ୍କୁ ସମାନ ଅଧିକାର ମିଳିବା ଦରକାର ବୋଲି ଅଖିଳେଶ କହିଛନ୍ତି। ସେ ଆହୁରି କହିଛନ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି, ପୋଷକ ପିନ୍ଧିକି ଜଣେ ଯୋଗୀ ହୋଇଯିବେ। ହେଲେ ବହୁଥର ଆଗରୁ କହିଛି, ଆମର ସବୁଠାରୁ ବଡ଼ ଧାର୍ମିକ ଗ୍ରନ୍ଥ ଗୀତା। ଯିଏ ପରର ଦୁଃଖକୁ ନିଜର ବୋଲି ଭାବେ, ସେ ସବୁଠୁ ବଡ଼ ଯୋଗୀ। ଆମ ମୁଖ୍ୟମନ୍ତ୍ରୀ ଜଣେ ଅଣ୍ଡା ଅଟନ୍ତି। ତାଙ୍କଠାରୁ ଅଧିକ କ’ଣ ଆଶା କରାଯିବ। ଉତ୍ତରପ୍ରଦେଶ ଯୋଗୁ ନରେନ୍ଦ୍ର ମୋଦି ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ହେଲେ ବଜେଟ୍‌ ଆସିବା ବେଳକୁ ଉତ୍ତରପ୍ରଦେଶ ସହିତ ଭେଦଭାବ ହେଉଛି। ଓଡ଼ିଶାରେ ଇଞ୍ଜିନ କିପରି ଚାଲିଛି, ସେକଥା ଜଣାନାହିଁ। ୟୁପିରେ ଡବଲ ଇଞ୍ଜିନ ପରସ୍ପର ସହିତ ଧକ୍କା ଲାଗୁଛନ୍ତି। ଏବେ ଇଞ୍ଜିନ ସହିତ ଡବା ବି ଧକ୍କା ଲାଗୁଛି। ଇଡି ଏବେ ଯେଉଁ ଚଢ଼ାଉ କରୁଛି, ସେହି କଥା ପୂର୍ବରୁ ଆମେ କହିଛୁ। କଂଗ୍ରେସ ସରକାରରେ ଥିବାବେଳେ ଇଡି ଆଇନ ଆଣିଥିଲା। ସେତେବେଳେ ଆମେ କହିଥିଲୁ, ଏହାଦ୍ୱାରା ହଇରାଣ ହେବାକୁ ପଡ଼ିବ। ବହୁ ଦଳ ଏହାକୁ ବିରୋଧ କରି ସେତେବେଳେ କହିଥିଲେ, ଏହି ଆଇନ ଯୋଗୁ କଂଗ୍ରେସକୁ ମଧ୍ୟ ହଇରାଣ ହେବାକୁ ପଡ଼ିପାରେ। ମହାରାଷ୍ଟ୍ରରେ ଯେଉଁ ନେତାମାନେ ଭାଜପା ବିରୋଧରେ ଥିଲେ, ସମସ୍ତଙ୍କୁ ସିବିଆଇ, ଇଡି ଲଗାଇ ହଇରାଣ କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୀମା ପୁନଃନିର୍ଦ୍ଧାରଣ ନେଇ ଯେଉଁ ଆଭିମୁଖ୍ୟ ରଖିଛନ୍ତି, ସେଥିରେ ଆମେ ସହମତ। ଭାଜପା ସୀମା ପୁନଃନିର୍ଦ୍ଧାରଣ ନେଇ ଏପରି ଫର୍ମୁଲା ଆଣିବ, ଯାହା କାହାକୁ ଜଣା ନ ଥିବ। କିପରି ବିରୋଧୀଙ୍କ ନିର୍ବାଚନମଣ୍ଡଳୀରେ ସମସ୍ୟା ସୃଷ୍ଟି ହେବ ସେନେଇ ଭାଜପା ଚେଷ୍ଟା କରିବ।
ଅଖିଳେଶଙ୍କ ଖବରଦାତା ସମ୍ମିଳନୀ ଉପରେ ପ୍ରତିକ୍ରିୟା ରଖି ଭାଜପା ରାଜ୍ୟ ସଭାପତି ମନମୋହନ କହିଛନ୍ତି, ଅଖିଳେଶ ବିରୋଧୀ ମେଣ୍ଟର ଜଣେ ଅଂଶୀଦାର। ଅଖିଳେଶଙ୍କ ଶାସନକୁ ଉତ୍ତରପ୍ରଦେଶ ଲୋକ ଦେଖିଛନ୍ତି। ଅଖିଳେଶ ଶାସନର ୫ ବର୍ଷ ଭିତରେ ସେଠାରେ ଅରାଜକତା ସୃଷ୍ଟି କଲେ, ଆଇନଶୃଙ୍ଖଳା ଖରାପ ସ୍ଥିତିକୁ ନେଲେ। ୟୁପିରେ ଆତଙ୍କରାଜ ଚାଲିଲା। ସେଠାରେ ପାତରଅନ୍ତର ନୀତି ଆରମ୍ଭ କରିବାରୁ ଲୋକେ ତାଙ୍କୁ ଶାସନରୁ କାଢ଼ିଲେ। ସେଥିଲାଗି ଭାଜପା ବିଷୟରେ କହିବାକୁ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ମନମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?