Posted inଜାତୀୟ

ଭାରତର ଜନସଂଖ୍ୟା ୧୪୬ କୋଟି

ନୂଆଦିଲ୍ଲୀ,୧୧ା୬(ପି.ଟି.): ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି, ଯାହାକି ବିଶ୍ୱରେ ସର୍ବାଧିକ। ଜାତିସଂଘ ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ମୋଟ ପ୍ରଜନନ ହାର ପ୍ରତିସ୍ଥାପନ ହାର (ଅର୍ଥାତ୍‌ ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକ ପ୍ରଜନନ ସ୍ତର) ଠାରୁ କମ୍‌ ରହିଛି। ୟୁଏନ୍‌ଏଫ୍‌ପିଏର ଚଳିତ ବର୍ଷର ଷ୍ଟେଟ୍‌ ଅଫ୍‌ ଓ୍ବାଲର୍‌ଡ ପପୁଲେଶନ (ଏସ୍‌ଓଡବ୍ଲ୍ୟୁପି) ରିପୋର୍ଟ, ଦି ରିଅଲ ଫର୍ଟିଲିଟି କ୍ରାଇସିସ୍‌ର ତଥ୍ୟ ଅନୁଯାୟୀ, ବିଭିନ୍ନ ଦେଶରେ ପ୍ରଜନନ ହାର ଭୟଙ୍କର ଭାବେ ହ୍ରାସ ପାଉଛି, ଯାହା ପ୍ରଜନନ ଲକ୍ଷ୍ୟ ପୂରଣ ପାଇଁ ସମର୍ଥ ନୁହେଁ। ଅନେକ ଲକ୍ଷ ଲୋକ ସେମାନଙ୍କ ବାସ୍ତବ ପ୍ରଜନନ ଲକ୍ଷ୍ୟ ବୁଝିବାକୁ ଅସମର୍ଥ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ମହିଳାଙ୍କ ମୋଟ ପ୍ରଜନନ ହାର ୧.୯କୁ ହ୍ରାସ ପାଇଛି। ଜନସଂଖ୍ୟା ସ୍ତରକୁ ବଜାୟ ରଖିବାକୁ ହେଲେ ପ୍ରଜନନ ହାର ୨.୧ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୧.୯ରେ ପହଞ୍ଚତ୍ଛି। ଜନ୍ମ ହାର ହ୍ରାସ ସତ୍ତ୍ୱେ ଭାରତରେ ଯୁବ ଜନସଂଖ୍ୟା ବେଶ୍‌ ଭଲ ରହିଛି। ୦ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କ ହାର ୨୪% ହୋଇଥିବାବେଳେ ୧୦ରୁ ୧୯ ବର୍ଷ ବର୍ଗର ପିଲାଙ୍କ ହାର ୧୭% ଏବଂ ୧୦ରୁ ୨୪ ବର୍ଷ ପିଲାଙ୍କ ହାର ୨୬% ରହିଛି। କାର୍ଯ୍ୟକ୍ଷମ ବୟସ (୧୫ରୁ ୬୪ ବର୍ଷ)ର ଲୋକଙ୍କ ହାର ୬୮ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ୬୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୭ ପ୍ରତିଶତକୁ ହ୍ରାସ ପାଇଛି। ଆୟୁଷ ବଢ଼ିବା ସହ ଆଗାମୀ ଦିନରେ ବୟସ୍କ ଜନସଂଖ୍ୟା ବଢ଼ିବା ଆଶା କରାଯାଉଛି। ବର୍ତ୍ତମାନ ସମୟରେ ପ୍ରତ୍ୟାଶିତ ଆୟୁଷ ପୁରୁଷଙ୍କ ପାଇଁ ୭୧ ବର୍ଷ ଓ ମହିଳାଙ୍କ ପାଇଁ ୭୪ ବର୍ଷ ରହିଛି। ଜାତିସଂଘ ଆକଳନ ଅନୁଯାୟୀ ଭାରତର ବର୍ତ୍ତମାନର ଜନସଂଖ୍ୟା ୧୪୬.୩୯ କୋଟି ହୋଇଥିବାବେଳେ ଏହା ହ୍ରାସ ପାଇବା ଆରମ୍ଭ ହେବା ପୂର୍ବରୁ ଆଗାମୀ ୪୦ ବର୍ଷ ମଧ୍ୟରେ ୧୭୦ କୋଟିରେ ପହଞ୍ଚତ୍ବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି।
ଜାତିସଂଘ ଅଧ୍ୟୟନ ଅନୁଯାୟୀ, ଭାରତରେ ସନ୍ତାନ ଜନ୍ମ ସ୍ବାଧୀନତାରେ ଆର୍ଥତ୍କ ସୀମିତତା ବଡ଼ ପ୍ରତିବନ୍ଧକ ବୋଲି ୩୮ ପ୍ରତିଶତ ମତ ଦେଇଛନ୍ତି। ଭାରତ ସମେତ ୧୪ ଦେଶର ୧୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଆୟ ସୀମିତ ହୋଇଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନ ଥିବା ଭାରତର ୩୮ ପ୍ରତିଶତ ମତ ଦେଇଥିଲେ। ସେହିପରି ଚାକିରିରେ ସୁରକ୍ଷା ନ ଥିବା କାରଣରୁ ୨୧%, ଘର ସମସ୍ୟା ପାଇଁ ୨୨% ଏବଂ ବିଶ୍ୱସ୍ତ ଶିଶୁଯତ୍ନ ଅଭାବ ପାଇଁ ୧୮ ପ୍ରତିଶତ ପିଲା ଜନ୍ମ କରିବାକୁ ଚାହୁଁ ନ ଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଅସୁସ୍ଥତା, ବନ୍ଧ୍ୟାତ୍ୱ, ଗର୍ଭାବସ୍ଥା ସମୟର ଯତ୍ନର ଅଭାବ ଆଦି ଅନ୍ୟ କାରଣ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୨୫ରେ ବିଜେଡି ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ, ମହିଳା…

ଭୁବନେଶ୍ୱର,୨୩।୬: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ଛାତ୍ର ସଂଗଠନ ଆସନ୍ତା ଜୁନ ୨୫ ତାରିଖରେ ରାଜ୍ୟବ୍ୟାପୀ...

ଭାରତୀୟ ସେନାକୁ DRDO ଦ୍ୱାରା ବିକଶିତ ୪.୨୫ ଲକ୍ଷ CQB କାର୍ବାଇନ ଯୋଗାଇବ ଏହି କମ୍ପାନୀ, ଜିତିଲା ବିଡ୍

ନୂଆଦିଲ୍ଲୀ,୨୩।୬: ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ...

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ...

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର...

ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର...

ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…

ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ...

ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ...

ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…

ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri