Posted inଖେଳ

ଭାରତର ଅଲିମ୍ପିକ୍‌ ପ୍ରସ୍ତୁତିକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ ବୃଦ୍ଧି କରିଛନ୍ତି। ଏନ୍‌ଡିଟିଏଲ୍‌ ଅନ୍ତଃରାଷ୍ଟ୍ରୀୟ ସ୍ତରର ଅନୁରୂପ ହୋଇ ନ ଥିବାରୁ ଓ୍ବାଡା ଏହି କଡ଼ା ନିଷ୍ପତ୍ତି ନେଇଛି ବୋଲି କହିଛି। ଫଳରେ ଭାରତୀୟ କ୍ରୀଡ଼ାକୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହାଦ୍ୱାରା ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଓ୍ବାଡା ଗତବର୍ଷ ଅଗଷ୍ଟକୁ ଏନ୍‌ଡିଟିଏଲ୍‌କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଥିଲା। ପୁଣି ଥରେ ଓ୍ବାଡା ତରଫରୁ ଏକ ନୂଆ ପର୍ଯ୍ୟାୟର ଯାଞ୍ଚ କରାଯାଇଥିଲା। ତେବେ ଅନ୍ତଃରାଷ୍ଟ୍ରୀୟସ୍ତରର କୌଣସି ମାପଦଣ୍ଡକୁ ପୂରଣ କରଯାଇ ନ ଥିବା ଏହି ଯାଞ୍ଚ୍‌ରୁ ଜାଣିବାକୁ ମିଳିଥିଲା। ଫଳରେ ନୂଆଦିଲ୍ଲୀସ୍ଥିତ ଏନ୍‌ଡିଟିଏଲ୍‌ର ମାନ୍ୟତାକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ଲାଗି ସସ୍‌ପେଣ୍ଡ କରାଗଲା ବୋଲି ଓ୍ବାଡା ତରଫରୁ କୁହାଯାଇଛି। ବାସନ୍ଦ ହେବା ଦ୍ୱାରା ଏବେ ଏନ୍‌ଡିଟିଏ୍‌ ରକ୍ତ ଓ ମୂତ୍ର ନେଇ କୌଣସି ପରୀକ୍ଷା କରି ପାରିବ ନାହିଁ। ଏନ୍‌ଡିଟିଏଲ୍‌ର ପରୀକ୍ଷାଗାରରେ ଅନ୍ତଃରାଷ୍ଟ୍ରୀୟସ୍ତରର ସୁବିଧା ସୁଯୋଗ ନାହିଁ ବୋଲି ଓ୍ବାଡା ହୃଦୟଙ୍ଗମ କରିଛି। ଏନ୍‌ଡିଟିଏଲ୍‌ ଲାବରେଟୋରିରେ ଆଇସୋଟପ୍‌ ରେସିଓ ମାସ୍‌ ସ୍ପେଟ୍ରୋମେଟ୍ରି ମଧ୍ୟ ଅନ୍ତଃରାଷ୍ଟ୍ରୀସ୍ତରର ନୁହେଁ ଓ୍ବାଡା ଜାଣିବାକୁ ପାଇଛି।
ଏବେ ଯେଉଁ ମୂତ୍ର ନମୁନା ସଂଗ୍ରହ କାରାଯାଉଛି ସେଗୁଡିକୁ ଦୋହାସ୍ଥିତ ଓ୍ବାଡ଼ା ସ୍ବୀକୃତିପ୍ରାପ୍ତ ଲାବରେଟୋରିକୁ ପଠାଯାଉଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏନ୍‌ଡିଟିଏଲ୍‌ କୌଣସି ପରୀକ୍ଷା କରିପାରିବ ନାହିଁ କୁହାଯାଇଛି। ଯଦି ଏନ୍‌ଡିଟିଏଲ୍‌ର ସ୍ଥିତିରେ ସୁଧାର ନ ଆସେ ତା’ହେଲେ ଓ୍ବାଡା ଆଉ ୬ ମାସ ବାସନ୍ଦାଦେଶ ବଢାଇବ। ଇତିମଧ୍ୟରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ମଧ୍ୟରେ ଏନ୍‌ଡିଟିଏଲ୍‌ କୌଣସି ରକ୍ତ ନମୁନା ସଂଗ୍ରହ କରୁନାହିଁ ବୋଲି ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଡିଜି ନବୀନ ଅଗ୍ରଓ୍ବାଲ କହିଛନ୍ତି। ପୂର୍ବରୁ ଗତ ଅଗଷ୍ଟରେ ଏନ୍‌ଡିଟିଏଲ୍‌ ଓ କ୍ରୀଡ଼ା ମନ୍ତ୍ରଣାଳୟ ଓ୍ବାଡାର ବାସନ୍ଦାଦେଶ ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌) ଅପିଲ କରି ନ ଥିଲା। କିନ୍ତୁ ଏଥର ଅପିଲ କରାଯାଉଛି କି ନା ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ ମାରିବେ ୧୦ ଦ୍ୱିଶତକ: ଭବିଷ୍ୟବାଣୀ କଲେ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍‌ରୁ ଏହାର ପ୍ରମାଣ ମଧ୍ୟ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରିକେଟ ଜଗତରେ ହଇଚଇ: ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨।୧୦: ଭାରତର ଦିଗ୍ଗଜ ସ୍ପିନର ଯୁଜବେନ୍ଦ୍ର ଚହଲ ଫର୍ଷ୍ଟ-କ୍ଲାସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅର୍ଥାତ୍‌ ଏଣିକି କ୍ରିକେଟପ୍ରେମୀମାନେ ତାଙ୍କୁ ରେଡ-ବଲ କ୍ରିକେଟରେ ଖେଳୁଥିବା ଦେଖିପାରିବେ…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?