Posted inଖେଳ

ଭାରତର ଅଲିମ୍ପିକ୍‌ ପ୍ରସ୍ତୁତିକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ ବୃଦ୍ଧି କରିଛନ୍ତି। ଏନ୍‌ଡିଟିଏଲ୍‌ ଅନ୍ତଃରାଷ୍ଟ୍ରୀୟ ସ୍ତରର ଅନୁରୂପ ହୋଇ ନ ଥିବାରୁ ଓ୍ବାଡା ଏହି କଡ଼ା ନିଷ୍ପତ୍ତି ନେଇଛି ବୋଲି କହିଛି। ଫଳରେ ଭାରତୀୟ କ୍ରୀଡ଼ାକୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହାଦ୍ୱାରା ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଓ୍ବାଡା ଗତବର୍ଷ ଅଗଷ୍ଟକୁ ଏନ୍‌ଡିଟିଏଲ୍‌କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଥିଲା। ପୁଣି ଥରେ ଓ୍ବାଡା ତରଫରୁ ଏକ ନୂଆ ପର୍ଯ୍ୟାୟର ଯାଞ୍ଚ କରାଯାଇଥିଲା। ତେବେ ଅନ୍ତଃରାଷ୍ଟ୍ରୀୟସ୍ତରର କୌଣସି ମାପଦଣ୍ଡକୁ ପୂରଣ କରଯାଇ ନ ଥିବା ଏହି ଯାଞ୍ଚ୍‌ରୁ ଜାଣିବାକୁ ମିଳିଥିଲା। ଫଳରେ ନୂଆଦିଲ୍ଲୀସ୍ଥିତ ଏନ୍‌ଡିଟିଏଲ୍‌ର ମାନ୍ୟତାକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ଲାଗି ସସ୍‌ପେଣ୍ଡ କରାଗଲା ବୋଲି ଓ୍ବାଡା ତରଫରୁ କୁହାଯାଇଛି। ବାସନ୍ଦ ହେବା ଦ୍ୱାରା ଏବେ ଏନ୍‌ଡିଟିଏ୍‌ ରକ୍ତ ଓ ମୂତ୍ର ନେଇ କୌଣସି ପରୀକ୍ଷା କରି ପାରିବ ନାହିଁ। ଏନ୍‌ଡିଟିଏଲ୍‌ର ପରୀକ୍ଷାଗାରରେ ଅନ୍ତଃରାଷ୍ଟ୍ରୀୟସ୍ତରର ସୁବିଧା ସୁଯୋଗ ନାହିଁ ବୋଲି ଓ୍ବାଡା ହୃଦୟଙ୍ଗମ କରିଛି। ଏନ୍‌ଡିଟିଏଲ୍‌ ଲାବରେଟୋରିରେ ଆଇସୋଟପ୍‌ ରେସିଓ ମାସ୍‌ ସ୍ପେଟ୍ରୋମେଟ୍ରି ମଧ୍ୟ ଅନ୍ତଃରାଷ୍ଟ୍ରୀସ୍ତରର ନୁହେଁ ଓ୍ବାଡା ଜାଣିବାକୁ ପାଇଛି।
ଏବେ ଯେଉଁ ମୂତ୍ର ନମୁନା ସଂଗ୍ରହ କାରାଯାଉଛି ସେଗୁଡିକୁ ଦୋହାସ୍ଥିତ ଓ୍ବାଡ଼ା ସ୍ବୀକୃତିପ୍ରାପ୍ତ ଲାବରେଟୋରିକୁ ପଠାଯାଉଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏନ୍‌ଡିଟିଏଲ୍‌ କୌଣସି ପରୀକ୍ଷା କରିପାରିବ ନାହିଁ କୁହାଯାଇଛି। ଯଦି ଏନ୍‌ଡିଟିଏଲ୍‌ର ସ୍ଥିତିରେ ସୁଧାର ନ ଆସେ ତା’ହେଲେ ଓ୍ବାଡା ଆଉ ୬ ମାସ ବାସନ୍ଦାଦେଶ ବଢାଇବ। ଇତିମଧ୍ୟରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ମଧ୍ୟରେ ଏନ୍‌ଡିଟିଏଲ୍‌ କୌଣସି ରକ୍ତ ନମୁନା ସଂଗ୍ରହ କରୁନାହିଁ ବୋଲି ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଡିଜି ନବୀନ ଅଗ୍ରଓ୍ବାଲ କହିଛନ୍ତି। ପୂର୍ବରୁ ଗତ ଅଗଷ୍ଟରେ ଏନ୍‌ଡିଟିଏଲ୍‌ ଓ କ୍ରୀଡ଼ା ମନ୍ତ୍ରଣାଳୟ ଓ୍ବାଡାର ବାସନ୍ଦାଦେଶ ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌) ଅପିଲ କରି ନ ଥିଲା। କିନ୍ତୁ ଏଥର ଅପିଲ କରାଯାଉଛି କି ନା ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri