Posted inଖେଳ

ଟୋକିଓରେ ଭାରତ ପଦକ ୨ ଅଙ୍କ ଛୁଇଁବ: ରିଜିଜୁ

ନୂଆଦିଲ୍ଲୀ, ୧୫।୪(ପି.ଟି.)- ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ଆରମ୍ଭ ହୋଇଥିବାବେଳେ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ପଦକ ସଂଖ୍ୟା ଦୁଇଅଙ୍କ ଛୁଇଁବ ବୋଲି ଆଶା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଦେଶର ଆଥ୍‌ଲେଟଙ୍କୁ ସରକାର ଯଥାସମ୍ଭବ ସହଯୋଗ କରୁଛନ୍ତି। ଏବେ ଆଗାମୀ ଗେମ୍ସକୁ ସ୍ମରଣୀୟ କରିବା ସେମାନଙ୍କ ଦାୟିତ୍ୱ ବୋଲି ରିଜିଜୁ କହିଛନ୍ତି। ”ଆଗାମୀ ଅଲିମ୍ପିକ୍ସକୁ ଆମେ ସ୍ମରଣୀୟ କରିବାକୁ ଚାହୁଁ। ଭାରତ ପାଇଁ ଏହା ଯେପରି ସବୁଠାରୁ ଖୁସିପ୍ରଦ ହେବ ସେ ଦିଗରେ ଆଥ୍‌ଲେଟମାନେ ଧ୍ୟାନଦେବା ଜରୁରୀ“ ବୋଲି ସେ ପ୍ରକାଶ କରିଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀ ଏବଂ କ୍ୱାଲିଫାଇଂ ଇଭେଣ୍ଟ ଖେଳିବାକୁ ଯାଉଥିବା ଆଥ୍‌ଲେଟଙ୍କୁ ସବୁପ୍ରକାର ସହଯୋଗ କରାଯାଉଛି। ଆଥ୍‌ଲେଟଙ୍କ ସବୁ ଆବଶ୍ୟକତାକୁ ପୂରଣ କରିବା ଆମ କାମ ବୋଲି ଟୋକିଓ ଗେମ୍ସ ୧୦୦ ଦିନିକିଆ ଅବଗଣନା ଅବସରରେ ଆୟୋଜିତ ଭର୍ଚୁଆଲ ଓ୍ବେବିନାରରେ ଯୋଗଦେଇ ରିଜିଜୁ ଏହା କହିଛନ୍ତି। ଚଳିତ ବର୍ଷ ଜୁଲାଇ ୨୩ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ। ”ଆମେ ତୁମ ପାଇଁ ସବୁକିଛି କରୁଛୁ। ତୁମେ ପଦକ ସଂଖ୍ୟାକୁ ଦୁଇଅଙ୍କରେ ପହଞ୍ଚାଇବା ଲକ୍ଷ୍ୟରେ ଅଗ୍ରସର ହୁଅ। ପ୍ରତିଯୋଗିତାରେ ଯେପରି ଶ୍ରେଷ୍ଠ ପ୍ରଦର୍ଶନ ହେବ ସେ ଦିଗରେ ଧ୍ୟାନ ଦିଅ“ ବୋଲି ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିତ୍ବା ଭାରତୀୟ ଆଥ୍‌ଲେଟଙ୍କ ଉଦ୍ଦେଶ୍ୟରେ ରିଜିଜୁ କହିଛନ୍ତି। ଆଗକୁ ଅନେକ ଚ୍ୟାଲେଞ୍ଜ ଅଛି। ଯଦି କୌଣସି ଦଳର ଜଣେ ଆଥଲେଟ୍‌ କୋଭିଡ୍‌ ପଜିଟିଭ ହୁଅନ୍ତି ତେବେ ତାହା ସମଗ୍ର ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ। ତେଣୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଆମେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନର ପ୍ରୋଟୋକଲଙ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ଏହି ଓ୍ବେବିନାରରେ କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ଏବଂ ମହାସଚିବ ରାଜୀବ ମେହେଟା ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri