‘ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ’

ଭୁବନେଶ୍ୱର, ୧୭।୨(ବ୍ୟୁରୋ):ବିଗତ ୫୦ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନି ମଧ୍ୟ କରୁଛି। ଏଥିସହ ଅନୁକୂଳ ନୀତି, ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ, ଉନ୍ନତ ଯୋଗାଣ ଓ ବଜାର ବ୍ୟବସ୍ଥା ଆଦି ଭାରତର ଖାଦ୍ୟ ସୁରକ୍ଷା ଦିଗରେ ସହାୟକ ହୋଇଛି। ଫଳରେ ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି।
ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ପାରାଜୁଲି କହିଲେ, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ଉପଲବ୍ଧତା ସମାନ ନୁହେଁ। ଆଜି ମଧ୍ୟ ବିଶ୍ୱରେ କ୍ଷୁଧା ବଢ଼ି ଚାଲିଛି। ଆମେ ପ୍ରଚୁର ଖାଦ୍ୟ ଉତ୍ପାଦନ କରିବା ସତ୍ତ୍ବେ ବିଶ୍ୱର ପାଖାପାଖି ୮୧୧ ମିଲିଅନ ଲୋକ ପର୍ଯ୍ୟାପ୍ତ ଖାଦ୍ୟ ପାଇପାରୁ ନ ଥିବାବେଳେ ୨୭୦ ମିଲିୟନ ଲୋକ ଭୋକରେ ରହୁଛନ୍ତି। ତେଣୁ ସମସ୍ତଙ୍କ ନିକଟରେ ଖାଦ୍ୟ କିପରି ପହଞ୍ଚତ୍ବ ତାହା ଆମର ସର୍ବପ୍ରଥମ ଦାୟିତ୍ୱ ହେବା ଉଚିତ ବୋଲି ପାରାଜୁଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ଉପରେ ମତ ରଖି ସେ କହିଲେ, ଖାଦ୍ୟ ଉତ୍ପାଦନ ବଢ଼ିବା ସହ ସ୍ଥାୟୀ କୃଷି ପ୍ରଣାଳୀ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ସମୁଦ୍ରପତ୍ତନ ବୃଦ୍ଧି ଭଳି ପ୍ରାକୃତିକ ବିପତ୍ତି ବୃଦ୍ଧି ପାଉଛି। ବ୍ୟାପକ ଫସଲ ହାନି ହେଉଛି। ତେଣୁ କିଟ୍‌ ଓ କିସ୍‌ ଭଳି ଉତ୍କର୍ଷ ଉଚ୍ଚତର ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଥାୟୀ କୃଷି ପ୍ରଣାଳୀ ଦିଗରେ ଶିକ୍ଷା ଓ ଗବେଷଣା କରିବା ଉଚିତ।
କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣରେ କହିଲେ, କିଟ୍‌ ଓ କିସ୍‌ ହେଉଛି ଦୁଇଟି ସାମାଜିକ ଦାୟିତ୍ୱବୋଧ ଉପରେ ପର୍ଯ୍ୟବସିତ ଅନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନ ଅଧିକାଂଶ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଆସୁଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, କିଟ୍‌ ବିଶ୍ୱବିଦ୍ୟାଳୟ ବିଶ୍ୱର ସମସ୍ତ ସଂସ୍କୃତିକୁ ଗୋଟିଏ ସ୍ଥାନରେ ଏକାଠି କରିବାର ପରିବେଶ ସୃଷ୍ଟି କରିପାରିଛି। ଏହା ୬୫ଟି ଦେଶର ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିପାରିଥିବାବେଳେ ପୁରାତନ ଛାତ୍ରୀଛାତ୍ର ୭୦ଟି ଦେଶରେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ କିସ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଭାରତ ମୁଖ୍ୟ ପାରାଜୁଲି ଓ କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଡ. ସାମନ୍ତ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri