ଭାରତର ଚିନ୍ତା

ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଶାସନ ଶରିଆତ୍‌ ଆଇନ ଅନୁସାରେ ହେବ ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ଅପସରିଯିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଯାଇଛି। ଚାଇନା, ପାକିସ୍ତାନ, ରୁଷିଆ ଓ ଇରାନ୍‌ ସେଠାରେ ନିଜର ସ୍ଥିତି ଜାହିର କରିବାକୁ ଆଗେଇ ଆସିଲେଣି। ଏବେ ଅଶାନ୍ତ ସ୍ଥିତିରେ ମଧ୍ୟ କାବୁଲରେ ଏହିସବୁ ଦେଶର ଦୂତାବାସ ଖୋଲା ରହିବା ଏହାର ପ୍ରମାଣ ଦେଉଛି। ତାଲିବାନ୍‌ କାର୍ଯ୍ୟକଳାପରେ ସୁଧାର ଆସିଲେ ସମ୍ଭବତଃ ନିକଟ ଭବିଷ୍ୟତରେ ଏହି ଦେଶଗୁଡ଼ିକ ତାହାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ କୁଣ୍ଠିତ ହେବେ ନାହିଁ ବୋଲି ପ୍ରକାଶ କଲେଣି। ଏଭଳି ସ୍ଥଳେ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖି ନ ଥିବା ଭାରତ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।
ତାଲିବାନ୍‌କୁ ସମର୍ଥନ କରିବା ପଛରେ ଚାଇନାର ସ୍ବାର୍ଥ ଜଡ଼ିତ ରହିଛି। ଆଫଗାନିସ୍ତାନରେ ଅନେକ ଛୋଟ ଛୋଟ ବିଦ୍ରୋହୀ ଗୋଷ୍ଠୀ ରହିଛନ୍ତି। ସେଥିମଧ୍ୟରୁ ଇଷ୍ଟ ତୁର୍କେସ୍ତାନ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ (ଇଟିଆଇଏମ୍‌) ଆଫଗାନିସ୍ତାନର ଉତ୍ତର ପଶ୍ଚିମାଞ୍ଚଳରେ ସକ୍ରିୟ ରହିଛି। ଚାଇନାର ଜିନ୍‌ଜିଆଙ୍ଗ ପ୍ରଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଉଇଗର ମୁସଲମାନଙ୍କୁ ବେଜିଂ ଦମନ କରି ରଖିଛି। ଇତିମଧ୍ୟରେ ଚାଇନାର ଏଭଳି ପଦକ୍ଷେପକୁ ଇଟିଆଇଏମ୍‌ ବିରୋଧ କରିଆସିଛି। ତେଣୁ ଉଇଗର ସମସ୍ୟା ଯେଭଳି ବ୍ୟାପକ ରୂପ ଧାରଣ ନ କରିବ ସେଥିଲାଗି ଇଟିଆଇଏମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ଚାଇନା ତାଲିବାନ୍‌ର ସହାୟତା କାମନା କରିବା ସ୍ବାଭାବିକ। ଏଥିସହିତ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ଏବଂ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରକୁ ସୁରକ୍ଷିତ ରଖିବା ସକାଶେ ଚାଇନା ତାଲିବାନ୍‌ର ସମର୍ଥନ ଚାହିଁବ। ଏଥିସହିତ ଯେଉଁ ପ୍ରମୁଖ ଉଦ୍ଦେଶ୍ୟ ରଖି ଚାଇନା ତାଲିବାନ୍‌କୁ ସମର୍ଥନ କରିବାକୁ ଆଗେଇ ଆସିଛି, ତା’ପଛରେ ବେଜିଂର ଏକ ବୃହତ୍‌ ଆର୍ଥିକ ଲାଭ ନିହିତ ରହିଛି। ଆଫଗାନିସ୍ତାନ ମାଟି ତଳେ ପର୍ଯ୍ୟାପ୍ତ ପରିମାଣର ସୁନା, ଲୁହା, ତମ୍ବା, ମାଙ୍ଗାନିଜ୍‌, ଗ୍ୟାସ୍‌, କେବାଲ୍ଟ, ଲିଥିୟମ୍‌, ଥୋରିୟମ୍‌ ଭଳି ଅଣଉତ୍ତୋଳିତ ଖଣିଜ ପଦାର୍ଥ ମହଜୁଦ ହୋଇ ରହିଛି। ଚାଇନା ମଧ୍ୟ ବହୁ ପୂର୍ବରୁ ଏସବୁ ଜାଣିି ତାଲିବାନ୍‌ ସହ ସ୍ଥିତି ମଜଭୁତ କରିଆସିଛି। ଏବେ ସେଠାରେ ଆମେରିକା ଭଳି ସାମରିକ ଶକ୍ତି ନ ଖଟାଇ କୂଟନୈତିକ ଓ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଚାଇନା ତାଲିବାନ୍‌କୁ ପରିଚାଳନା କରିବାକୁ ଚହିଁବା ତା’ ପାଇଁ ଲାଭଦାୟକ ହେବ ବୋଲି କୁହାଗଲାଣି। ଅନୁରୂପ ଭାବେ ରୁଷିଆ ଏହିଭଳି ଅଣ-ମିଲିଟାରି କୌଶଳ ଅନୁସରଣ କରି ତାଲିବାନ୍‌ ପ୍ରତି ଢଳି ରହିଛି। ଅତୀତରେ ଆଫଗାନିସ୍ତାନରେ ରୁଷିଆର ଉପସ୍ଥିତି ପ୍ରଭାବଶାଳୀ ରହି ଆସିଥିଲା। ବର୍ତ୍ତମାନ ଆମେରିକା ସେଠାରୁ ହଟିଯିବା ପରେ ରୁଷିଆ ପୁନଶ୍ଚ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ କଲାଣି। କେନ୍ଦ୍ରୀୟ ଏସିଆ ଅଞ୍ଚଳରେ ଇସ୍‌ଲାମୀୟ ମୌଳବାଦୀମାନେ ଯେଭଳି ସକ୍ରିୟ ନ ରହିବେ ସେହି ଦିଗରେ ସହଯୋଗ କରିବା ସକାଶେ ରୁଷିଆ ତାଲିବାନ୍‌ ସହ ଭିତିରି ବୁଝାମଣା କରିଥିବା କୁହାଯାଉଛି। ଏଥିସହିତ ଆଫଗାନିସ୍ତାନରେ ଉତ୍ପାଦିତ ହେଉଥିବା ପର୍ଯ୍ୟାପ୍ତ ଅଫିମ ଯେଭଳି ରୁଷିଆକୁ ଅଡ଼ୁଆରେ ନ ପକାଇବ ସେହି ଦିଗରେ ସଜାଗ ରହିବା ଲାଗି ଏହାର ନେତାମାନେ ତାଲିବାନୀଙ୍କ ସହ କଥା ହୋଇଥିବା କୁହାଯାଉଛି। ଏପଟେ ଚାଇନା ସହ ଉତ୍ତମ ସମ୍ପର୍କ ରଖିଥିବାରୁ ପାକିସ୍ତାନ ତାଲିବାନ୍‌ ଶାସନକୁ ଅଧିକ ପସନ୍ଦ କରିବା ସ୍ବାଭାବିକ। ଏମିତି ଦେଖିଲେ ପାକିସ୍ତାନର ଆଫଗାନିସ୍ତାନ ସହ ଏପରିକି ତାଲିବାନ୍‌ ସହିତ ମଧ୍ୟ ବର୍ଷ ବର୍ଷ ହେଲା ସମ୍ପର୍କ ସୁଦୃଢ଼ ରହିଆସିଛି। ଆତଙ୍କବାଦୀ ସଙ୍ଗଠନ ହକାନି ନେଟ୍‌ଓ୍ବର୍କ ତାଲିବାନ୍‌ ସହ ମିଶି କରି ରହିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଆଇଏସ୍‌ଆଇଠାରୁ ପ୍ରଶିକ୍ଷଣ ପାଇ ହକାନି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆମେରିକା ନୀତିର ଘୋର ବିରୋଧୀ ଇରାନ୍‌ ମଧ୍ୟ ତାଲିବାନ୍‌ ଶାସନକୁ ପରୋକ୍ଷରେ ସ୍ବୀକାର କରି ନେଲା ଭଳି ପ୍ରତୀୟମାନ ହେଉଛି। ଏଭଳି ଏକ ବିପଜ୍ଜନକ ସମୟରେ ଭାରତର ପରବର୍ତ୍ତୀ ପଦକ୍ଷେପ ଏହି ଅଞ୍ଚଳରେ ତା’ର ଭବିଷ୍ୟତକୁ ନିର୍ଦ୍ଧାରଣ କରିବ। ଏହା ଜଣାଶୁଣା ଯେ, ଆମେରିକା ସେନାର ବଳ ପାଇ ଆଫଗାନିସ୍ତାନରେ ଭାରତ ଭିତ୍ତିଭୂମି ଉନ୍ନୟନରେ ୩୦୦ କୋଟି ଆମେରିକୀୟ ଡଲାର ବିନିଯୋଗ କରିଥିଲା। ବିଶେଷକରି ଶକ୍ତି, ସ୍ବାସ୍ଥ୍ୟ, ଟେଲିକମ୍‌, ପରିବହନ, ରାସ୍ତା, ନଦୀବନ୍ଧ, ସ୍କୁଲ ନିର୍ମାଣ ଏପରି କି ଆଫଗାନିସ୍ତାନ ପାର୍ଲାମେଣ୍ଟ ଲାଗି କୋଠା ନିର୍ମାଣରେ ଭାରତ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରିଛି। ଏବେ ତାଲିବାନ୍‌ ସମ୍ପୂର୍ଣ୍ଣ ଦେଶକୁ ଅକ୍ତିଆର କରିନେବା ପରେ ଭାରତ ନିରୁପାୟ ହୋଇପଡ଼ିଛି। ଆମେରିକା ସର୍ବଦା ଆଫଗାନିସ୍ତାନରେ ରହି ଭାରତୀୟ ପ୍ରକଳ୍ପଗୁଡ଼ିକୁ ଜଗି ରହିବ ବୋଲି ଭାରତ ଧରି ନେଇଥିଲା। କିନ୍ତୁ ଏହା ବହୁବାର ଦେଖାଯାଇଛି ଯେ, ଯେଉଁଠାରେ ସ୍ବାର୍ଥ ରହିଛି ବୋଲି ଆମେରିକା ଅନୁଭବ କରିଥାଏ ସେହିଠାରେ ନିଜର ଉପସ୍ଥିତି ଜାହିର କରେ। ଆଜି ଭାରତ ପାଇଁ ଯେଉଁ ବୃହତ୍‌ ଆର୍ଥିକ କ୍ଷତି ହେବାକୁ ଯାଉଛି, ଅର୍ଥ ବିନଯୋଗ ପୂର୍ବରୁ ଯଦି ଚିନ୍ତା କରାଯାଇଥାଆନ୍ତା ହୁଏତ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଅବଶ୍ୟ ଆର୍ଥିକ କ୍ଷତି ଭାରତ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତା ନୁହେଁ। ବଦଳିଥିବା ଭୂରାଜନୈତିକ ସ୍ଥିତିରେ ଭାରତ ସକାଶେ ନିଜ ସୁରକ୍ଷା ସବୁଠୁ ବୃହତ୍‌ ସମସ୍ୟା ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri