Posted inଜାତୀୟ

ପୁଣି ସହାୟତାର ହାତ ବଢାଇଲେ ସୁଷମା

ନୂଆଦିଲ୍ଲୀ,୨୭।୪: ସୁଦୂର କାନାଡାରେ ଜଣେ ଯୁବ ଇଞ୍ଜିନିୟର ଓ ତାଙ୍କ ପୁଅ ସୁଇମିଂ ପୁଲରେ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ହେଲେ ଅର୍ଥାଭାବରୁ ସେମାନଙ୍କ ମୃତ ଦେହ ଭାରତ ଆସି ପାରୁ ନ ଥିବା ଜାଣି ସୁଷମା କହିଛନ୍ତି ଯେତେ ସମ୍ଭବ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ଓ ତୁରନ୍ତ ସେମାନଙ୍କ ମୃତଦେହକୁ ଭାରତ ଆଣିବାର ବ୍ୟବସ୍ଥା କରାଯିବ। ଟଙ୍କା ପାଇଁ ଏହି କାର୍ଯ୍ୟ ଅଟକି ଯିବନାହିଁ ବୋଲି ସେ କଥା ଦେବା ପରେ ଉକ୍ତ ଇଞ୍ଜିନିୟରଙ୍କ ପରିବାର ଆଶ୍ୱସ୍ତି ଲାଭ କରିଛନ୍ତି। ଏନେଇ ସୁଷମା କାନାଡାରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କ ସହ କଥା ହୋଇଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କନ୍ନୌଜ ବାସିନ୍ଦା ରାମ ନିଓ୍ବାସ ମିଶ୍ର କାନାଡାରେ ସପ୍ଟଓ୍ବେୟର ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ସହ ତାଙ୍କ ଦୁଇ ପୁଅ ଓ ପତ୍ନୀ କାନାଡାରେ ରହୁଥିଲେ। ନିକଟରେ ରାମ ନିଓ୍ବାସ ଓ ତାଙ୍କ ଦୁଇ ପୁଅ ଏକ ସୁଇମିଂ ପୁଲ୍‌ରେ ଗାଧୋଉଥିବା ସମୟରେ ହଠାତ୍‌ ବୁଡି ଯାଇଥିଲେ। ଉଦ୍ଧାର ହେବା ବେଳକୁ ରାମ ନିଓ୍ବାସ ଓ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ବଡ ପୁଅ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରହିଛନ୍ତି। ଆଉ ଏହି ଖବର ପାଇବା ପରେ ରାମ ନିଓ୍ବାସଙ୍କ ପତ୍ନୀଙ୍କ ଅବସ୍ଥା ଖରାପ ହୋଇଯାଇଛି। ସେ ଏବେ କାନାଡାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାମାନଙ୍କୁ ନେଇ ଏଭଳିି କହିଲେ ସେନାମୁଖ୍ୟ

ପୁଣେ,୨୯।୧୦: ପୁଣେର ଏନଡିଏ ୧୪୧ତମ ପାଠ୍ୟକ୍ରମ ପରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟ୍‌ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ମୁଖ୍ୟ ଜେନେରାଲ...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ, ୧୬।୫: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ...

ବନ୍ୟା ପରିସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଅନୁରୋଧ କଲେ ତେଜସ୍ବୀ

ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ...

ଗାନ୍ଧୀ ପରିବାର ସହ ରାଣାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୯ା୩: ମନିଲଣ୍ଡରିଂ ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରବିବାର ଭୋର ୩ଟାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ...

ଅଯୋଧ୍ୟା: ଟ୍ରଷ୍ଟ ଗଠନ ପୂର୍ବରୁ ମନ୍ଦିର ପୂଜାରୀ ନେଇ ଟଣାଓଟରା

ଅଯୋଧ୍ୟା,୩।୧୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏକ ମାସ...

ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା...

ହୋଟେଲ ଲେୱାନରେ ଭୟଙ୍କର ଅଗ୍ନିକାଣ୍ଡ, ଫସି ରହିଛନ୍ତି ଅନେକ ଲୋକ

ଲକ୍ଷ୍ନୌ,୫ ।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଲେୱାନ ହୋଟେଲରେ ସୋମବାର ସକାଳୁ ନିଆଁ ଲାଗି ଯାଇଛି । ହୋଟେଲ ସହରର ଭିଆଇପି ଅଞ୍ଚଳ ହଜରତଗଞ୍ଜରେ...

Advertisement
Archives

Model This Week