ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ ଭାରତୀୟ ଦେଶ ଛାଡୁଛନ୍ତି। ସେମାନେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ପଳାୟନ କରୁଛନ୍ତି। ଏପର୍ଯ୍ୟନ୍ତ ଭାରତରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ବଡ଼ ବଡ଼ ଶିଳ୍ପପତି ଏବଂ ବଡ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବା ପାଇଁ ବିଦେଶ ମୁହାଁ ହୋଇଛନ୍ତି।

ଶିଳ୍ପ ଜଗତର ପଦାଧିକାରୀ କହିଛନ୍ତି ଯେ ସେମାନେ ଜାଣିଛନ୍ତି ଯେ ସେମାନଙ୍କ କମ୍ପାନୀର ବହୁ କର୍ମଚାରୀ ବୁଷ୍ଟର ଡୋଜ ନେବା ପାଇଁ ଭାରତ ବାହାରକୁ ଯାତ୍ରା କରୁଛନ୍ତି। ଲୋକମାନେ ସେମାନଙ୍କର ପ୍ରତିରୋଧକ ଶକ୍ତି ପାଇଁ ଚିନ୍ତିତ, ତେଣୁ ସେମାନେ ଡାକ୍ତରୀ ପରାମର୍ଶ ପରେ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି। ଏକ ବୃହତ କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ ସେମାନଙ୍କର ଅନେକ କର୍ମଚାରୀ ବୁଷ୍ଟର ଡୋଜ ପାଇଁ ଆମେରିକା ଯାଇଛନ୍ତି।

ବୁଷ୍ଟର ଡୋଜ ପାଇଁ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କର ପସନ୍ଦର ଦେଶ ହେଉଛି ବ୍ରିଟେନ ଏବଂ ଆମେରିକା। ଯେଉଁମାନେ ଫାଇଜର ଅତିରିକ୍ତ ଡୋଜ ନେବାକୁ ଚାହୁଁଛନ୍ତି ସେମାନେ ଦୁବାଇ ମଧ୍ୟ ଯାଉଛନ୍ତି। ଏକ କମ୍ପାନୀର ସିଇଓ କହିଛନ୍ତି ଯେ ଭାରତରେ ବୁଷ୍ଟର ଡୋଜ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, ଏହା ଆଇନଗତ କି ବେଆଇନ ତାହା ମୁଁ ଜାଣେ ନାହିଁ। କିନ୍ତୁ ଲୋକମାନେ ନିଜ ସ୍ବାସ୍ଥ୍ୟ ବିଷୟରେ ଚିନ୍ତିତ ଏବଂ ନିଜକୁ ସୁରକ୍ଷିତ କରିବାକୁ ଚାହାଁନ୍ତି, ସେମାନେ କୌଣସି ବିପଦ ନେବାକୁ ଚାହୁଁ ନାହାନ୍ତି। ତେଣୁ ବୁଷ୍ଟର ଡୋଜ୍‌ ନେବାକୁ ବିଦେଶ ଯାତ୍ରା କରୁଛନ୍ତି।

ଯଦିଓ ଭାରତରେ ବୁଷ୍ଟର ଡୋଜ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଶୀଘ୍ର ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଇପାରେ। କରୋନା ଟିକା ର ଅତିରିକ୍ତ ମାତ୍ରା ବିଷୟରେ କେତେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଜ୍ଞାନିକମାନେ ମଧ୍ୟ ଏହାର ଆବଶ୍ୟକତା ବିଷୟରେ କହିଛନ୍ତି। ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର କେନ୍ଦ୍ର ସରକାର ବୁଷ୍ଟର ଡୋଜ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିବାର ଆଶା ରହିଛି। ପ୍ରଥମ ପର୍ଯ୍ୟାୟରେ ବୟସ୍କ ଲୋକ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଆବଶ୍ୟକତା ରହିଛି। ବୁଷ୍ଟର ଡୋଜ୍‌ ସମ୍ପର୍କରେ ସେରମ ଇନଷ୍ଟିଚ୍ୟୁଟର ଆଦାର୍‌ ପୁନାୱାଲା କହିଛନ୍ତି ଯେ ବୁଷ୍ଟର୍‌ ଡୋଜ ପାଇଁ ୧.୫ କୋଟିରୁ ଅଧିକ କୋଭିଡଶିଲ୍ଡ ଡୋଜ ମହଜୁଦ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ...

ପୁଣି ଉପର ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ...

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି...

ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର

ଦିଗପହଣ୍ଡି,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ...

ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୧: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ଟିମ୍‌କୁ ବଡ଼ ସଫଳତା ମିଳିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ବର୍ଷୀୟ ଋଷିକେଶ ଦେଭଡିକର୍‌ଙ୍କୁ ପୋଲିସ...

ନୂଆବର୍ଷରେ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ହସ୍ତାନ୍ତର କରିବ ରୁଷିଆ…

ନୂଆଦିଲ୍ଲୀ/ମସ୍କୋ,୨୪।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସତ୍ତ୍ୱେ ରୁଷିଆ ଭାରତକୁ ନୂଆବର୍ଷ ଅର୍ଥାତ୍‌ ଆସନ୍ତା ୨୦୨୩ ବର୍ଷ ଜାନୁଆରୀ-ଫେବୃଆରୀରୁ ତୃତୀୟ ବ୍ୟାଚ...

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ...

Advertisement
Archives

Model This Week