Posted inଖେଳ

ଭାରତୀୟ ମହିଳା ପ୍ରଥମ ପିଙ୍କ୍‌ବଲ ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୧।୫(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ପିଙ୍କ୍‌ବଲ ଟେଷ୍ଟ ଖେଳିବାର ସୌଭାଗ୍ୟ ହାସଲ କରିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦିବାରାତ୍ର ଟେଷ୍ଟ ଖେଳି ଇତିହାସ ସୃଷ୍ଟି କରିବ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ମଧ୍ୟରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।
ଏହି ଦିବାରାତ୍ର ମ୍ୟାଚ୍‌ ପର୍ଥରେ ଆୟୋଜନ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଏ ନେଇ ଘୋଷଣା କରିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ପର୍ଥରେ ଅବଶ୍ୟ ଏ ପର୍ଯ୍ୟନ୍ତ କୌଣସି ଦିବାରାତ୍ର ଟେଷ୍ଟ ଖେଳାଯାଇ ନାହିଁ ବୋଲି ସୂଚନା ଦେଇଛି। ମହିଳ କ୍ରିକେଟର ପ୍ରଚାର ଓ ପ୍ରସାର ପାଇଁ ଆମର ପ୍ରୟାସ ଜାରି ରହିଛି। ଫଳସ୍ବରୂପ ଭାରତୀୟ ମହିଳା ଦଳ ଏହି ପିଙ୍କ ବଲ୍‌ ଟେଷ୍ଟ ଖେଳିବ ବୋଲି ଶାହା ଟୁଇଟ କରି ଜଣାଇଛନ୍ତି। ଦୀର୍ଘ ୭ ବର୍ଷ ପରେ ଭାରତୀୟ ମହିଳା ଦଳ ଜୁନ ୧୬ରେ ଇଂଲଣ୍ଡରେ ପ୍ରଥମଥର ପାଇଁ ଟେଷ୍ଟ ଖେଳିବ। ଏହାପରେ ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ଟେଷ୍ଟ ଖେଳିବ। ଭାରତ ମଧ୍ୟ ସେପ୍ଟେମ୍ବର ୧୯ରୁ ୨୪ ମଧ୍ୟରେ ୩ଟି ଦିନିକିଆ ଓ ଅକ୍ଟୋବର ୭ରୁ ୧୧ ମଧ୍ୟରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ୨୦୦୬ରେ ଭାରତ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲା। ମହିଳା କ୍ରିକେଟ ଇତିହାସରେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ପିଙ୍କ୍‌ ବଲ୍‌ ଟେଷ୍ଟରେ ପରସ୍ପରକୁ ଭେଟିବେ। ତେବେ ଏ ପର୍ଯ୍ୟନ୍ତ ୨୦୧୭ ନଭେମ୍ବରରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଦିବାରାତ୍ର ଟେଷ୍ଟ ଖେଳାଯାଇଛି ଓ ଏହା ଅମୀମାଂସିତ ରହିଥିଲା।
ପିଙ୍କ୍‌ବଲ ଟେଷ୍ଟ ଭାରତ ପାଇଁ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ବୋଲି ଜଣେ ପୂର୍ବତନ କ୍ରିକେଟର କହିଛନ୍ତି। ଭାରତୀୟ ମହିଳା କ୍ରିକେଟରମାନେ ପୂର୍ବରୁ ପିଙ୍କ୍‌ବଲରେ ଖେଳି ନାହାନ୍ତି। ଫଳରେ ଭାରତକୁ ନିଶ୍ଚିତ ଭାବେ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା ଦଳ ନିୟମିତ ଭାବେ ଟେଷ୍ଟ ଖେଳିଆସୁଛନ୍ତି। ଏବେ ଭାରତ ଏହି ଦୁଇ ଶ୍ରେଷ୍ଠ ଦଳ ବିପକ୍ଷରେ ଟେଷ୍ଟ ଖେଳିବ। ଟେଷ୍ଟ ଖେଳିବାକୁ ଆମେ ବ୍ୟଗ୍ର ଅଛୁ ବୋଲି ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଂ କହିଛନ୍ତି। ଏହି ପିଙ୍କ୍‌ବଲ ଟେଷ୍ଟ ନିଶ୍ଚିତ ଭାବେ ରୋମାଞ୍ଚକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
କାର୍ଯ୍ୟସୂଚୀ
ତାରିଖ ମ୍ୟାଚ୍‌ ଭେନ୍ୟୁ
ସେପ୍ଟେମ୍ବର ୧୯ ପ୍ରଥମ ଦିନିକିଆ ସିଡ୍‌ନୀ ଓଭାଲ (ଦିବାରାତ୍ର)
ସେପ୍ଟେମ୍ବର ୨୨ ଦ୍ୱିତୀୟ ଦିନିକିଆ ଜଙ୍କସନ ଓଭାଲ
ସେପ୍ଟେମ୍ବର ୨୪ ତୃତୀୟ ଦିନିକିଆ ଜଙ୍କସନ ଓଭାଲ
ସେପ୍ଟେମ୍ବର ୩୦- ଅକ୍ଟୋବର ୩ ପିଙ୍କ୍‌ବଲ ଟେଷ୍ଟ ଓ୍ବାକା ଗ୍ରାଉଣ୍ଡ (ଦିବାରାତ୍ର)
ଅକ୍ଟୋବର ୭ ପ୍ରଥମ ଟି୨୦ ନର୍ଥ ସିଡ୍‌ନୀ ଓଭାଲ
ଅକ୍ଟୋବର ୯ ଦ୍ୱିତୀୟ ଟି୨୦ ନର୍ଥ ସିଡ୍‌ନୀ ଓଭାଲ
ଅକ୍ଟୋବର ୧୧ ତୃତୀୟ ଟି୨୦ ନର୍ଥ ସିଡ୍‌ନୀ ଓଭାଲ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri