Posted inଖେଳ

ଐତିହାସିକ ବିଜୟ ଲକ୍ଷ୍ୟରେ

ଜୋହାନ୍ସବର୍ଗ,୨।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାରଠାରୁ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଏକ ଐତିହାସିକ ସିରିଜ ବିଜୟ ହାସଲ ଲକ୍ଷ୍ୟରେ ମ୍ୟାଚ୍‌କୁ ଓହ୍ଲାଇବ। ନୂଆବର୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ଏଥିରେ ବିଜୟୀ ହେଲେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିବ। ଏପର୍ଯ୍ୟନ୍ତ କ୍ରିକେଟ ଇତିହାସରେ ଭାରତ କାଦପି ଦକ୍ଷିଣ ଆଫ୍ରିକାରେ ସରିଜ ଜିତି ନାହିଁ। ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ୧୧୩ ରନରେ ବିଜୟ ହାସଲ କରି ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

୨୦୧୮ରେ ଭାରତ ଏହି ଗ୍ରାଉଣ୍ଡରେ ବୃହତ୍‌ ବିଜୟ ହାସଲ କରିଥିଲା। ତା’ ପରେ ଆରମ୍ଭ ହୋଇଥିଲା ଏକ ଶକ୍ତିଶାଳୀ ଭାରତୀୟ ଦଳ ଗଠନର ପ୍ରକ୍ରିୟା। ସେବେଠାରୁ ଭାରତର ଜୟଯାତ୍ରା ଜାରି ରହିଛି। ବିଶ୍ୱର ପ୍ରାୟ ସବୁ ସ୍ଥାନରେ ଭାରତ ଶକ୍ତିଶାଳୀ ଦଳଗୁଡିକୁ ହରାଇଛି। ଗତ ୪ ବର୍ଷ ମଧ୍ୟରେ ଭାରତ ଟେଷ୍ଟ ଫର୍ମାଟ୍‌ରେ ନିଜର ଦକ୍ଷତା ପ୍ରମାଣ କରିଛି। ଯଦି ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରେ ତେବେ ଅଧିନାୟକ କୋହଲିଙ୍କ ପାଇଁ ଏହା ବିଶେଷ ଭାବେ ମହତ୍ତ୍ୱ ରଖିବ। ଏହି ସିରିଜରେ ବିଜୟୀ ହେଲେ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକର ମାନ୍ୟତା ହାସଲ କରିବେ।

ନ୍ୟୁଜିଲାଣ୍ଡକୁ ବାଦ୍‌ ଦେଲେ ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ମାଟିରେ ପରାସ୍ତ କରିବାର ଗୌରବ ଅର୍ଜନ କରିବ। ଦକ୍ଷିଣ ଆଫ୍ରିକା ପୂର୍ବପରି ଶକ୍ତିଶାଳୀ ଥିବାପରି ମନେ ହେଉନାହିଁ। ପୂର୍ବପରି ଗ୍ରେମ୍‌ ସ୍ମିଥ୍‌ଙ୍କ ଚମକ, ହାସିମ ଅମ୍‌ଲାଙ୍କ କ୍ୱାଲିଟି ବ୍ୟାଟିଂ, ଜ୍ୟାକ କାଲିସ୍‌ଙ୍କ ବିଶ୍ୱସ୍ତରୀୟ ଅଲରାଉଣ୍ଡ କ୍ୱାଲିଟି, ଡେଲ ଷ୍ଟେଇନ ଓ ମର୍ନ ମୋର୍କେଲଙ୍କ କ୍ୱାଲିଟି ପେସ୍‌ ବୋଲିଂ ଏବେ ଦକ୍ଷିଣ ଆଫ୍ରିକା ଦଳରେ ଦେଖିବାକୁ ମିଳୁନି। ତେଣୁ ଭାରତ ଏହି ସୁବର୍ଣ୍ଣ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ରହିଛି। ଭାରତ ବିପକ୍ଷରେ ଏବେ ଦକ୍ଷିଣ ଆଫ୍ରିକା ତିଷ୍ଠି ରହିବା ପାଇଁ ସଂଘର୍ଷ କରିବା ଭଳି ମନେହେଉଛି।

ତେବେ ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡିଙ୍କ ଭଳି କ୍ୱାଲିଟି ପେସ୍‌ ବୋଲର ରହିଛନ୍ତି। କିନ୍ତୁ ଉଇକେଟକିପର ବ୍ୟାଟର କ୍ୱିଣ୍ଟନ ଡିକକ୍‌ ମାତ୍ର ୨୯ ବର୍ଷରେ ଟେଷ୍ଟ ଫର୍ମାଟରୁ ହଠାତ୍‌ ଅବସର ଘୋଷଣା କରିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାର ଏହି ଟ୍ରାନ୍‌ଜିଶନ ପିରିୟଡ ଦୀର୍ଘବର୍ଷ ଧରି ଚାଲି ଆସିଥିଲେ ମଧ୍ୟ ଏହା ଆଗକୁ ଜାରି ରହିବା ଭଳି ମନେହେଉଛି। ଡିକକ୍‌ଙ୍କ ଅନୁପସ୍ଥିତିରେ ୨୫ ବର୍ଷୀୟ ଉଇକେଟକିପର ବ୍ୟାଟର ରିଆନ ରିକ୍ଲେଟନ ଟେଷ୍ଟ ପଦାର୍ପଣର ସୁଯୋଗ ହାସଲ କରିବେ। ଘରୋଇ କ୍ରିକେଟରେ ବହୁତ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ କୋକାବୁରା ରେଡ ବଲ୍‌ରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମିଙ୍କୁ ସମ୍ମୁଖୀନ ହେବାରେ ସମସ୍ୟାର ସମ୍ମୁଖୀନ ହେବେ। ପ୍ରଥମ ଟେଷ୍ଟ ଖେଳିବା ଅବସରରେ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ବାଦ୍‌ ପଡିଥିବା ଦ୍ରୁତ ବୋଲର ଓ୍ବିଆନ ମୁଲ୍ଡରଙ୍କ ବଦଳରେ ଡୁଆନ ଓଲିଭର ଖେଳିବାର ସୁଯୋଗ ପାଇବେ। ଭାରତୀୟ ଅଭିଜ୍ଞ ବ୍ୟାଟିଂ ଲାଇନ୍‌ଅପ୍‌ ବିପକ୍ଷରେ ବୋଲିଂ କରିବା ତାଙ୍କ ପାଇଁ କଷ୍ଟକର ହେବ। ତେଣୁ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି ହୋଇଛି ଓ କୋହଲି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?