Advertisement
Posted inଖେଳ

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୧ ଉଇକେଟ ହରାଇ ୫୨ ରନ୍‌ କରିଛି।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୮୩ ରନ୍‌ କରିଥିବା ବେଳେ ୨୭୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଭାରତ। ଫଳରେ ୯୫ ରନ୍‌ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜୋ ରୁଟ୍‌ (୧୦୯) ଟେଷ୍ଟ କ୍ୟାରିୟରର ୨୧ତମ ଶତକ ହାସଲ କରିଥିଲେ। ତାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ପେସରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ପାରି ନ ଥିଲେ। ଯଶପ୍ରୀତ ବୁମରା ୫ ଉଇକେଟ ସଫଳତା ହାତେଇଥିବା ବେଳେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ନେଇଥିଲେ ୨ ଲେଖାଏ ଉଇକେଟ। ଏହାପରେ ଭାରତକୁ ଭଲ ଆରମ୍ଭ ଦେଇଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ୩୪ ରନ୍‌ ଯୋଡ଼ିବା ପରେ ପ୍ୟାଭିଲିଅନ ଫେରିଥିଲେ ରାହୁଲ (୨୬)। ଏହାପରେ ରୋହିତ (୧୨) ଓ ଚେତେଶ୍ୱର ପୂଜାରା(୧୨) ଇଂଲଣ୍ଡ ବୋଲରଙ୍କୁ ଉଇକେଟ ନେବାର ଆଉ ସୁଯୋଗ ଦେଇ ନ ଥିଲେ। ଫଳରେ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୧ ଉଇକେଟ ହରାଇ ୫୨ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ହକି: ସୋମବାରଠାରୁ କୋରିଆ ବିପକ୍ଷ ସିରିଜ

ବେଙ୍ଗାଲୁରୁ, ୧୯ା୫ (ପି.ଟି.)-ଭାରତୀୟ ମହିଳା ହକି ଦଳ କୋରିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ସୋମବାର ଜିନ୍‌ଚୁନ୍‌ଠାରେ ପ୍ରଥମ ମ୍ୟାଚ ଖେଳାଯିବ। ଦଳ...

ପଦାର୍ପଣରେ କମାଲ କଲେ

ରାଞ୍ଚି,୨୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରି ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କଠାରୁ...

ଚେନ୍ନାଇ ସୁପର୍‌ କିଙ୍ଗ୍ସ ସାମ୍ନାରେ ୧୬୩ ରନର୍‌ ଟାର୍ଗେଟ୍‌

ଆବୁଧାବି, ୧୯।୯: ଆଇପିଏଲ୍‌ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍‌ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଟସ୍‌ ହାରି...

କୋଥାଜିତ୍‌ ଖେଳିଲେ ୨୦୦ତମ ମ୍ୟାଚ୍‌

ନୂଆଦିଲ୍ଲୀ, ୧୯ା୮- ଜାପାନର ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ରବିବାର କ୍ୟାରିୟରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଭାରତର...

ଆଇପିଏଲ୍‌-୧୩ରେ ୫୧ଟି ବଲ୍‌ ଡଟ୍‌ ପକାଇଛନ୍ତି ଏହି ସ୍ପିନର

ଶାରଜା, ୧୩।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍‌ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଫ୍‌-ସ୍ପିନର ଓ୍ବାଶିଂଟନ ସୁନ୍ଦର ବେଶ୍‌ ଚମତ୍କାର...

କୋହଲି ଦେବେ ଇସ୍ତଫା, ଟି-୨୦ ବିଶ୍ୱକପ ପରେ ରୋହିତ ହେବେ ଅଧିନାୟକ…

କୋଲକାତା,୧୩।୯: ଭାରତୀୟ କ୍ରିକେଟ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବର-ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ଦୀନେଶ

ଭୁବନେଶ୍ୱର, ୧୩ା୧ (କ୍ରୀଡ଼ା ପ୍ରତିନିଧି)-  ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଶାର ଦୀନେଶ...

୨୦୨୩ ମହିଳା ବିଶ୍ୱକପ୍‌ ଆୟୋଜନରୁ ଓହରିଲା ବ୍ରାଜିଲ

ସାଓ ପାଉଲୋ,୯।୬(ଏପି): ୨୦୨୩ ଫିଫା ମହିଳା ବିଶ୍ୱକପ ଆୟୋଜନରୁ ବ୍ରାଜିଲ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆୟୋଜନ ନେଇ ବ୍ରାଜିଲ ତା’ର ବିଡ୍‌ ପ୍ରତ୍ୟାହାର କରିନେଇଛି। କୋଭିଡ୍‌-୧୯...

Advertisement
Archives

Model This Week