Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ସମ୍ମାନ ପାଇଁ ଓଡ଼ିଶା ଏଫ୍‌ସି ଖେଳିବ

ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପ୍ଲେ- ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡିସାରିଥିବା ଓଡ଼ିଶା ସମ୍ମାନ ପାଇଁ ଖେଳିବ। ଲିଗ୍‌ରେ ଓଡ଼ିଶା ଏ ପର୍ଯ୍ୟନ୍ତ ୧୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୯ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ନିମ୍ନତମ ତଥା ୧୧ତମ ସ୍ଥାନରେ ରହିଛି। ସେହିପରି କେରଳ ୧୬ଟି ମ୍ୟାଚ୍‌ ଖେଳି ୩ ବିଜୟ, ୬ ଡ୍ର ଓ ୭ ପରାଜୟ ସହ ୧୫ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଛି। ଲିଗ୍‌ରେ ଓଡ଼ିଶା କେବଳ କେରଳକୁ ହରାଇଛି। ଏ ପର୍ଯ୍ୟନ୍ତ ଦୁଇ ଦଳ ୩ଥର ପରସ୍ପରକୁ ଭେଟିଛନ୍ତି। ତେବେ କେରଳ କେବେ ବି ଓଡ଼ିଶାକୁ ହରାଇ ପାରିନାହିଁ। ଏହି ମ୍ୟାଚ୍‌ରେ କେରଳ ଓଡ଼ିଶାଠାରୁ ପରାସ୍ତ ହେଲେ ତା’ର ପ୍ଲେ- ଅଫ୍‌ ଆଶା ଶେଷ ହେବ। ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି କୋଚ୍‌ ଗେରାଲ୍ଡ ପେଟୋନ କହିଛନ୍ତି।
ଓଡ଼ିଶା ଭଳି କେରଳ ମଧ୍ୟ ଏଥର ଲିଗ୍‌ରେ ସଂଘର୍ଷ କରୁଛି। ଗତ ୪ଟି ମ୍ୟାଚ୍‌ରେ କେରଳ ବିଜୟୀ ହୋଇପାରିନାହିଁ। ସିଜନରେ କେରଳ ସର୍ବାଧିକ ୨୭ଟି ଗୋଲ ବରଣ କରିଛି। ଓଡ଼ିଶା ମଧ୍ୟ ଏ ପର୍ଯ୍ୟନ୍ତ ୨୭ଟି ଗୋଲ ବରଣ କରିଛି। ଦୁଇ ଦଳର ଡିଫେନ୍ସ ଦୁର୍ବଳ ଥିବା ସ୍ପଷ୍ଟ ଜଣାପଡୁଛି। ଅବଶ୍ୟ ଗତ କେତୋଟି ମ୍ୟାଚ୍‌ରେ କେରଳ ଉତ୍ସାହଜନକ ପ୍ରଦର୍ଶନ କରିଛି। କିନ୍ତୁ ଏହାର ଫାଇଦା ଉଠାଇପାରି ନାହିଁ। ଗତ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ଏଫ୍‌ସି ମ୍ୟାଚ୍‌ରେ କେରଳ ପ୍ରାରମ୍ଭିକ ଗୋଲ ସ୍କୋର କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା। କେରଳ ଏବେ ପ୍ଲେ- ଅଫ୍‌ରେ ପହଞ୍ଚିବା କଷ୍ଟକର ହୋଇପଡିଛି। ତେବେ କୋଚ୍‌ କିବୁ ଭିକୁନା ଆଶା ଛାଡିନାହାନ୍ତି। ବାକିଥିବା ୪ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ହାସଲ କରିବା ଆମର ମୂଳ ଲକ୍ଷ୍ୟ ରହିଛି। ତେବେ ପର୍ଯ୍ୟାୟକ୍ରମେ ଏହି ଲକ୍ଷ୍ୟ ହାସଲ କରିବୁ। ଓଡ଼ିଶା ବିପକ୍ଷରେ ବିଜୟୀ ହେବାର ସମ୍ଭାବନା ରହିଛି ଓ ଏଥିରେ ସଫଳ ହେବୁ ବୋଲି ସେ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri