Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବାଗାନ ବିପକ୍ଷରେ କର ବା ମର ସ୍ଥିତିରେ ଓଡ଼ିଶା

ବାମ୍ବୋଲିମ,୬।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିବାଦୀୟ ଢଙ୍ଗରେ ବହିଷ୍କାର କରାଯିବା ପରେ ଇଡ଼ିଶା ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଓଡ଼ିଶା ଶନିବାର ଏଟିକେ ମୋହନ ବାଗାନକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍‌ରେ ଓଡ଼ିଶା ନିଶ୍ଚିତ ବିଜୟ ହାସଲ କରିବା ସ୍ଥିତିରେ ପଡିଛି।
ଚଳିତ ସେସନରେ ଓଡ଼ିଶା ଆଶାନୁରୂପ ପ୍ରଦର୍ଶନ କରି ନ ପାରି ସଂଘର୍ଷ କରୁଛି। ଏ ପର୍ଯ୍ୟନ୍ତ ଓଡ଼ିଶା ୧୪ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୮ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ୧୧ତମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଓଡ଼ିଶା ୨୧ଟି ଗୋଲ ବରଣ କରିଛି। ଏହି ଲିଗ୍‌ ଦ୍ୱିତୀୟ ସର୍ବାଧିକ ଖରାପ ରେକର୍ଡ ସାବ୍ୟସ୍ତ ହୋଇଛି। ଗୋଟିଏ ଆତ୍ମଘାତୀ ଗୋଲକୁ ବାଦ୍‌ ଦେଲେ ଓଡ଼ିଶା ୧୧ଟି ଗୋଲ ସ୍କୋର କରିଛି ଓ ଏହା ଯୁଗ୍ମ ସର୍ବନିମ୍ନ ସାବ୍ୟସ୍ତ ହୋଇଛି।
ସୋମବାର ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌ ପରେ ରେପ୍‌ ମନ୍ତବ୍ୟ ଦେଇ କୋଚ୍‌ ବକ୍ସଟର ବିଦା ହେବା ପରେ ଓଡ଼ିଶା ଉପରେ ଅତିରିକ୍ତ ଚାପ ବୃଦ୍ଧି ପାଇଛି। ଅନ୍ତରୀଣ କୋଚ୍‌ ଗେରାଲ୍ଡ ପେଟୋନଙ୍କ ତତ୍ତ୍ୱାବଧାନରେ ବାକିଥିବା ୬ଟି ମ୍ୟାଚ୍‌ରେ ଓଡ଼ିଶା ବିଜୟଧାରାକୁ ଫେରି କିଛି ଚମତ୍କାର ଆଶାରେ ରହିଛି। ଅନ୍ତିମ ମ୍ୟାଚ୍‌ଗୁଡିକରେ ଆମେ ସକାରାତ୍ମକ ମନୋଭାବ ନେଇ ପଡିଆକୁ ଓହ୍ଲାଇବୁ ଓ ଯେତେ ସମ୍ଭବ ଗୋଲ କରିବାକୁ ପ୍ରୟାସ କରିବୁ ବୋଲି ପେଟୋନ କହିଛନ୍ତି। ଗତ କେତୋଟି ମ୍ୟାଚ୍‌ରେ ଆମେ ଭଲ ପ୍ରଦର୍ଶନ କରିଛୁ ଓ ପ୍ରଭାବ ବିସ୍ତାର କରି ଖେଳିଛୁ। ତେବେ ଅଳ୍ପକେ ବିଜୟ ସୁଯୋଗ ହାତଛଡ଼ା କରିଛୁ। ଓଡ଼ିଶା ଅଧିନାୟକ ଷ୍ଟିଭେନ ଟେଲର ସସ୍‌ପେନସନରେ ରହିବେ କାରଣ ଓଡ଼ିଶା ନୂଆ କିଛି କରି ଦେଖାଇବା ଆଶାରେ ରହିଛି।
ଅପରପକ୍ଷରେ ଦ୍ୱିତୀୟ ସ୍ଥାନରେ ଥିବା ମୋହନବାଗାନ ଏହି ମ୍ୟାଚ୍‌ ଜିତି ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଅନ୍ତର କମ କରିବାକୁ ପ୍ରୟାସ କରିବ। ବାଗାନ କୋଚ୍‌ ଆଣ୍ଟୋନିଓ ଲୋପେଜ ହାବାସ ଓଡ଼ିଶା ବିଜୟ ବ୍ୟଗ୍ର ଅଛି ବୋଲି ଅବଗତ ରହିଛନ୍ତି। ମୁମ୍ବାଇ ଭଳି ଓଡ଼ିଶାକୁ ମଧ୍ୟ ଆମେ ସମାନ ଗୁରୁତ୍ୱ ଦେଇ ଖେଳିବୁ ବୋଲି ସେ କହିଛନ୍ତି। ନୂଆ କୋଚ୍‌ଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ତେଣୁ ମୁକାବିଲା ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ, ଶନିବାର ହୋଇଥାନ୍ତା ଭୋଟିଂ

ଚଣ୍ଡିଗଡ, ୧୧। ୮: ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଶନିବାର ଅର୍ଥାତ୍ ଅଗଷ୍ଟ ୧୨ରେ ନିର୍ବାଚନ ହେବାକୁ ଥିବା...

ଆୟାରଙ୍କୁ କୋଳାଗ୍ରତ କଲେ ଚହଲ, ଈର୍ଷାନ୍ବିତ ହେଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଭଲ ପ୍ରଦର୍ଶନ କରନ୍ତୁ ବା ନ କରନ୍ତୁ କିନ୍ତୁ ସୋସିଆଲ ମିଡିଆରେ ହସ ମଜାକ କରୁଥିବା ଫଟୋ, ଭିଡିଓ ପ୍ରତିଦିନ...

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌...

ଜାଭେଲିନ ତାରକା କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଓଡ଼ିଆ ଭାବେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜାଭେଲିନ ତାରକା କିଶୋର ଜେନାଙ୍କୁ ୨୫...

୨୧ ରନରେ ହାରିଲା ଭାରତ

ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍‌ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ...

ସାଇକେଲ ଚାଳନା ମାଧ୍ୟମରେ ସ୍ବାସ୍ଥ୍ୟ ଓ ପରିବେଶ ସଚେତନତା

ଭୁବନେଶ୍ୱର, ୬।୮(କ୍ରୀଡ଼ା ପ୍ରତିନିଧି)- ସାମ୍ପ୍ରତିକ ସମାଜରେ ଅତ୍ୟଧିକ ଯାନର ବ୍ୟବହାର ଯୋଗୁ ପରିବେଶ ଦୁଷିତ ହେଉଛି ଏବଂ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିବେଶ...

୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି: ସୁଶୀଲ କୁମାର

ନୂଆଦିଲ୍ଲୀ, ୬।୪(ପି.ଟି.): ‘ମୋ ଖେଳ ଶେଷ ହୋଇଗଲା ବୋଲି ଲୋକେ ଭାବୁଛନ୍ତି। ମୋ ସଫଳତାକୁ ଲୋକ ମଧ୍ୟ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି। ତେବେ...

ସିଏସ୍‌କେ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିପାରନ୍ତି କେ.ଏଲ ରାହୁଲ

ନୂଆଦିଲ୍ଲୀ,୩।୫: ଆଇପିଏଲର ଏହି ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ବିସିସିଆଇ ସୂତ୍ରରୁ ପ୍ରକାଶ ଏକ ମିଡିଆ...

Advertisement
Archives

Model This Week