Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବାଗାନ ବିପକ୍ଷରେ କର ବା ମର ସ୍ଥିତିରେ ଓଡ଼ିଶା

ବାମ୍ବୋଲିମ,୬।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିବାଦୀୟ ଢଙ୍ଗରେ ବହିଷ୍କାର କରାଯିବା ପରେ ଇଡ଼ିଶା ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଓଡ଼ିଶା ଶନିବାର ଏଟିକେ ମୋହନ ବାଗାନକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍‌ରେ ଓଡ଼ିଶା ନିଶ୍ଚିତ ବିଜୟ ହାସଲ କରିବା ସ୍ଥିତିରେ ପଡିଛି।
ଚଳିତ ସେସନରେ ଓଡ଼ିଶା ଆଶାନୁରୂପ ପ୍ରଦର୍ଶନ କରି ନ ପାରି ସଂଘର୍ଷ କରୁଛି। ଏ ପର୍ଯ୍ୟନ୍ତ ଓଡ଼ିଶା ୧୪ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୮ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ୧୧ତମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଓଡ଼ିଶା ୨୧ଟି ଗୋଲ ବରଣ କରିଛି। ଏହି ଲିଗ୍‌ ଦ୍ୱିତୀୟ ସର୍ବାଧିକ ଖରାପ ରେକର୍ଡ ସାବ୍ୟସ୍ତ ହୋଇଛି। ଗୋଟିଏ ଆତ୍ମଘାତୀ ଗୋଲକୁ ବାଦ୍‌ ଦେଲେ ଓଡ଼ିଶା ୧୧ଟି ଗୋଲ ସ୍କୋର କରିଛି ଓ ଏହା ଯୁଗ୍ମ ସର୍ବନିମ୍ନ ସାବ୍ୟସ୍ତ ହୋଇଛି।
ସୋମବାର ଜାମସେଦପୁର ଏଫ୍‌ସି ବିପକ୍ଷ ମ୍ୟାଚ୍‌ ପରେ ରେପ୍‌ ମନ୍ତବ୍ୟ ଦେଇ କୋଚ୍‌ ବକ୍ସଟର ବିଦା ହେବା ପରେ ଓଡ଼ିଶା ଉପରେ ଅତିରିକ୍ତ ଚାପ ବୃଦ୍ଧି ପାଇଛି। ଅନ୍ତରୀଣ କୋଚ୍‌ ଗେରାଲ୍ଡ ପେଟୋନଙ୍କ ତତ୍ତ୍ୱାବଧାନରେ ବାକିଥିବା ୬ଟି ମ୍ୟାଚ୍‌ରେ ଓଡ଼ିଶା ବିଜୟଧାରାକୁ ଫେରି କିଛି ଚମତ୍କାର ଆଶାରେ ରହିଛି। ଅନ୍ତିମ ମ୍ୟାଚ୍‌ଗୁଡିକରେ ଆମେ ସକାରାତ୍ମକ ମନୋଭାବ ନେଇ ପଡିଆକୁ ଓହ୍ଲାଇବୁ ଓ ଯେତେ ସମ୍ଭବ ଗୋଲ କରିବାକୁ ପ୍ରୟାସ କରିବୁ ବୋଲି ପେଟୋନ କହିଛନ୍ତି। ଗତ କେତୋଟି ମ୍ୟାଚ୍‌ରେ ଆମେ ଭଲ ପ୍ରଦର୍ଶନ କରିଛୁ ଓ ପ୍ରଭାବ ବିସ୍ତାର କରି ଖେଳିଛୁ। ତେବେ ଅଳ୍ପକେ ବିଜୟ ସୁଯୋଗ ହାତଛଡ଼ା କରିଛୁ। ଓଡ଼ିଶା ଅଧିନାୟକ ଷ୍ଟିଭେନ ଟେଲର ସସ୍‌ପେନସନରେ ରହିବେ କାରଣ ଓଡ଼ିଶା ନୂଆ କିଛି କରି ଦେଖାଇବା ଆଶାରେ ରହିଛି।
ଅପରପକ୍ଷରେ ଦ୍ୱିତୀୟ ସ୍ଥାନରେ ଥିବା ମୋହନବାଗାନ ଏହି ମ୍ୟାଚ୍‌ ଜିତି ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଅନ୍ତର କମ କରିବାକୁ ପ୍ରୟାସ କରିବ। ବାଗାନ କୋଚ୍‌ ଆଣ୍ଟୋନିଓ ଲୋପେଜ ହାବାସ ଓଡ଼ିଶା ବିଜୟ ବ୍ୟଗ୍ର ଅଛି ବୋଲି ଅବଗତ ରହିଛନ୍ତି। ମୁମ୍ବାଇ ଭଳି ଓଡ଼ିଶାକୁ ମଧ୍ୟ ଆମେ ସମାନ ଗୁରୁତ୍ୱ ଦେଇ ଖେଳିବୁ ବୋଲି ସେ କହିଛନ୍ତି। ନୂଆ କୋଚ୍‌ଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ତେଣୁ ମୁକାବିଲା ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri