Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫସିର ଅଭିଯାନ ଆଜିଠାରୁ

ଭୁବନେଶ୍ୱର, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଏଫ୍‌ସିର ଅଭିଯାନ ସୋମବାର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ହାଇଦ୍ରାବାଦ ଏଫସି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗତ ସିଜନରେ ହାଇଦ୍ରାବାଦ ଏଫସିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଦଳ ଖେଳିଥିବା ୧୮ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା। ୧୨ ମ୍ୟାଚ ହାରିଥିବାବେଳେ ୪ ଡ୍ର ରଖି ୧୦ ପଏଣ୍ଟ ସହ ଟେବୁଲର ସର୍ବନିମ୍ନ ୧୦ମ ସ୍ଥାନରେ ରହିଥିଲା। ଦଳ ୨୧ ଗୋଲ ଦେଇଥିବାବେଳେ ୩୯ ଗୋଲ ବରଣ କରିଥିଲା। ଓଡ଼ିଶା ଏଫସି ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ଦଳ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ୨୫ ପଏଣ୍ଟ ସହିତ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଦଳ ୧୮ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିଲା ଏବଂ ୪ ମ୍ୟାଚ ଡ୍ର ରଖିଥିଲା। ଦଳ ୨୮ ଗୋଲ ଦେଇଥିବାବେଳେ ୩୧ ଗୋଲ ବରଣ କରିଥିଲା। ହାଇଦ୍ରାବାଦ ବିପକ୍ଷରେ କିନ୍ତୁ ଓଡ଼ିଶା ଏଫସି ପଲା ଭାରି ରହିଛି। ଗତ ସଂସ୍କରଣରେ ଏହା ବିପକ୍ଷରେ ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା। ତେଣୁ ଏଥର ମଧ୍ୟ ସେହି ପ୍ରଦର୍ଶନର ପୁନରାବୃତ୍ତି ଲକ୍ଷ୍ୟରେ ରହିଛି। ଇଂଲଣ୍ଡର ଷ୍ଟିଭେନ ଟେଲର ଓଡ଼ିଶା ଦଳର ନେତୃତ୍ୱ ନେବେ। ହାଇଦ୍ରାବାଦ୍‌ ଦଳର ଅଧିନାୟକଙ୍କ ନାମ ଘୋଷଣା କରାଯାଇନାହିଁ। ରାତି ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ।
ତେବେ ଗତ ସଂସ୍କରଣ ଅତୀତ ହୋଇ ଯାଇଛି। ଏବେ ନୂଆ ଆରମ୍ଭ ହେବାକୁ ଯାଉଛି। ”ଗତଥର ଯାହା ହୋଇଥିଲା ତାହା କେବଳ ଏକ ସଂଖ୍ୟା ମାତ୍ର। ତାହା ଇତିହାସ ହୋଇ ଯାଇଛି ଏବଂ ଏହା କେବେହେଲେ କାହାକୁ ସାହାଯ୍ୟ କରି ପାରିବନାହିଁ। ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛନ୍ତି। ତେଣୁ ଦୁଇଟି ନୂଆ ଦଳ ଆଗାମୀ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଆମେ ଏକ ନବଗଠିତ ହାଇଦ୍ରାବାଦ ଦଳକୁ ଭେଟିବାକୁ ଯାଉଛୁ“ ବୋଲି ଓଡ଼ିଶା ଏଫସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆକ୍ରମଣାତ୍ମକ ବିଭାଗରେ ବକ୍ସଟରଙ୍କ ନିକଟରେ ଆକର୍ଷଣୀୟ ବିକଳ୍ପ ରହିଛି। ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓ ଓ ମାର୍ସେଲିନୋ ଖେଳର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରଖିଛନ୍ତି। ମାତ୍ର କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନଠାରୁ ଊର୍ଦ୍ଧ୍ୱରେ କିଛି ମ୍ୟାଜିକ୍‌ କ୍ଷଣ ସୃଷ୍ଟି ଲକ୍ଷ୍ୟରେ ଗେମ୍‌ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଭରସା କଲେ ରିସ୍କ ରହିବ। ତେଣୁ କାହା ଉପରେ ଏତେଟା ନିର୍ଭର ନ କରି ଦଳଗତଭାବେ ଖେଳିଲେ ହିଁ ସଫଳତା ମିଳିବ ବୋଲି ବକ୍ସଟର କହିଛନ୍ତି। ଗତ ସଂସ୍କରଣରେ ହାଇଦ୍ରାବାଦ ଏଫସି ଖେଳିଥିବା ପ୍ରଥମ ୫ ମ୍ୟାଚରୁ ୪ଟିରେ ପରାଜିତ ହୋଇ ମନୋବଳ ହରାଇଥିଲା। ମାତ୍ର ସେହି ପ୍ରଦର୍ଶନକୁ ଭୁଲି ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ହାଇଦ୍ରାବାଦ୍‌ ଏଫସିର ନବନିଯୁକ୍ତ କୋଚ୍‌ ମାନୁଏଲ ମର୍କ୍ୱିଜ ରୋକା। ତାଙ୍କ ମତରେ ପ୍ରଥମ ଗେମ୍‌ରେ ବିଜୟୀ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ପେନର ରୋକା ତାଙ୍କ ଦଳରେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ଦାନୁ, ଲିଷ୍ଟନ କୋଲାକୋ ଓ ଆକାଶ ମିଶ୍ର ଅଧିକ ପ୍ରତିଭାସମ୍ପନ୍ନ। ଟୁର୍ନାମେଣ୍ଟ ଆଗେଇବା ସହ ଏମାନଙ୍କ ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଏମାନେ ଭବିଷ୍ୟତରେ ହାଇଦ୍ରାବାଦ ପାଇଁ ସମ୍ପତ୍ତି ସଦୃଶ ହେବେ ବୋଲି ରୋକା ଆଶାପ୍ରକାଶ କରିଛନ୍ତି। ଆଗାମୀ ମ୍ୟାଚରେ ଓଡ଼ିଶା ଏଫସି ଡିଫେଣ୍ଡର ଜ୍ୟାକବ ଟ୍ରାଟ୍ଟ ଓ ଜେରୀ ମାଓ୍ବିମିଙ୍ଗଥାଙ୍ଗା ଏବଂ ହାଇଦ୍ରାବାଦ ଫ୍ରାନ୍ସିସ୍କୋ ସାଣ୍ଡାଜା ଉପଲବ୍ଧ ହେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବର୍ଣ୍ଣ ଜିତିବା ପରେ ପ୍ରଥମ ଟୁଇଟ୍‌ କଲେ ନୀରଜ; କହିଲେ ଏମିତି କଥା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍‌ କରିଛନ୍ତି। ଏହି...

ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ,୧୯।୪ : ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ...

ଆଉଟ୍‌ ହେବା ପରେ ରାଗରେ ଏମିତି କଲେ କୋହଲି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୪୪ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇ...

୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…

ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା...

୭ ମ୍ୟାଚ୍‌ରୁ ୭୩୭ ରନ୍‌ କରିଥିବା କ୍ରିକେଟର୍‌ଙ୍କୁ ନିଜ ଦଳରୁ ବାଦ୍‌ ଦେଲେ ଲକ୍ଷ୍ମଣ

ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ...

ବ୍ରିସ୍‌ବେନରେ ମୌଳିକ ସୁବିଧାକୁ ନେଇ ବିସିସିଆଇର ହସ୍ତକ୍ଷେପ

ନୂଆଦିଲ୍ଲୀ, ୧୩ା୧ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଓ ଫାଇନାଲ ଟେଷ୍ଟ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ବ୍ରିସ୍‌ବେନ୍‌ରେ ପହଞ୍ଚତ୍ଛି। ହୋଟେଲରେ ମୌଳିକ ସୁବିଧାର ଅଭାବ...

ଜୁଭେଣ୍ଟସକୁ କ୍ରମାଗତ ୯ମ ଟାଇଟଲ

ରୋମ୍‌, ୨୮ା୭ (ଏପି)-ସାମ୍ପଡୋରିଆକୁ ୨-୦ ଗୋଲରେ ପରାସ୍ତ କରିବା ପରେ ଜୁଭେଣ୍ଟସ ଆଉ ଦୁଇଟି ଗେମ୍‌ ବାକି ଥାଇ ସିରି ଏ’ ଟାଇଟଲ ହାସଲ କରିଛି।...

ମୁସ୍ତାକ ଅଲି ଟି୨୦: ସମ୍ଭାବ୍ୟ କେରଳ ଦଳରେ ଶ୍ରୀସନ୍ଥ

ଥିରୁଭାନାନ୍ଥପୁରମ,୧୫।୧୨: ପୂର୍ବତନ ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥ ମଙ୍ଗଳବାର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ଆସନ୍ତା ୨ ତାରିଖରୁ ହେବାକୁ ଯାଉଥିବା...

Advertisement
Archives

Model This Week