ଯେଉଁଠୁ ମିଳେ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା

ଚଣ୍ଡିଖୋଲ, ୨୩ା୧୧ (ଡି.ଏନ.ଏ.):ଭାରତର ବିଭିନ୍ନ ସ୍ଥାନରେ ଧର୍ମପୀଠକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ବହୁବାର ଦେଖିବାକୁ ମିଳୁଛି। ପରସ୍ପର ଲହୁଲୁହ ବୁହାଉଛନ୍ତି। ଅନେକ ଜୀବନ ଯାଉଛି। ହେଲେ ଯାଜପୁର ଜିଲାର ଧାର୍ମିକ ପୀଠ ‘ସତ୍ୟପୀର’ ହିନ୍ଦୁ ଏବଂ ମୁସଲମାନମାନଙ୍କ ଭାଇଚାରାର କେନ୍ଦ୍ର ପାଲଟିଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ଆଲମଗିରି ପାହାଡ଼ ଶୀର୍ଷରେ ଅବସ୍ଥିତ ପ୍ରାୟ ୮ଶହ ବର୍ଷର ଏହି ଐତିହ୍ୟ ପୀଠରେ ହିନ୍ଦୁମାନେ ସତ୍ୟନାରାୟଣ ଭାବେ ଜନ୍ମିତ ସନ୍ତାନର ଏକୋଇଶିଆ ପୂଜା କରିଥାନ୍ତି। ସେହିଭଳି ମୁସଲମାନ ଧର୍ମାବଲମ୍ବୀମାନେ ପୀର ବାବା କହି ପୀର ପଗମ୍ବରଙ୍କୁ ଉପାସନା କରିଥାନ୍ତି। କେବଳ ଭାରତ ନୁହେଁ, ସାରା ବିଶ୍ୱକୁ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା ବାଣ୍ଟୁଥିବା ସତ୍ୟପୀର ପୀଠ ଏବେ ଅବହେଳିତ ହୋଇରହିଛି। ସେଠାକୁ ଯିବାକୁ ଭଲ ରାସ୍ତା ନାହିଁ କି ପାଣି, ଆଲୋକର ବ୍ୟବସ୍ଥା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ଏହି ପୀଠର ବିକାଶ କଥା ଚିନ୍ତା କରାଯାଇନାହିଁ। ନଭେମ୍ବର ୧୯ରୁ ପାଳିତ ହୁଏ ବିଶ୍ୱ ଐତିହ୍ୟ ସପ୍ତାହ। ପ୍ରତ୍ୟେକ ବର୍ଷ ଏହି ସପ୍ତାହରେ ବିଭିନ୍ନ ଐତିହ୍ୟସ୍ଥଳ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଲୋଚନାଚକ୍ର କରାଯାଏ। ତଥାପି ସତ୍ୟପୀର ପୀଠ ଅଲୋଡ଼ା ଓ ଅନାଲୋଚିତ ହୋଇରହିଛି।

ଦୂରରୁ କ୍ଷୁଦ୍ର ଧଳା ଗମ୍ବୁଜ ଭଳି ଦେଖାଯାଉଥିବା ଘରେ ପୂଜା ପାଆନ୍ତି ସତ୍ୟପୀର, ଯାହାକୁ ଲୋକମାନେ ସାଧାରଣତଃ ଦରଗାଶାହା ବୋଲି କହିଥାନ୍ତି। ଗମ୍ବୁଜ ମଧ୍ୟରେ ରହିଛି ୨ଟି କଠଉ। ସମସ୍ତେ କଠଉକୁ ହିଁ ପୂଜା କରିଥାନ୍ତି। ଏଠାରେ ନିଆରା ପରମ୍ପରା ହେଲା ଶିରିଣି ଭୋଗ। ଏହାକୁ ହିନ୍ଦୁ ଧର୍ମାବଳମ୍ବୀମାନେ ତିଆରି କରିଥାନ୍ତି, କିନ୍ତୁ ଏହି ଭୋଗକୁ ସତ୍ୟପୀରଙ୍କ ନିକଟରେ ଲାଗି କରିଥାନ୍ତି ମୁସଲମାନ ଧର୍ମାବଲମ୍ବୀ ଉପାସକ। ପ୍ରତ୍ୟେକ ଗୁରୁବାର ବହୁ ଭକ୍ତ ଓ ଦର୍ଶନାର୍ଥୀ ସେଠାକୁ ଯାଇଥାନ୍ତି। ସେଠାରେ ବାଜା ବଜାଇବା, ଫୁଲ ଦେବା ଓ କଠଉ ଦେବା ପାଇଁ ହିନ୍ଦୁ ଧର୍ମର ବଂଶାନୁକ୍ରମେ ସେବକ ରହିଛନ୍ତି। ସତ୍ୟପୀରଙ୍କର ୫୦ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତି ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଠିକ୍‌ ସମୟରେ ପୂଜା ନୀତି ହୋଇପାରୁ ନାହଁି। ସ୍ଥାନୀୟ ଅଞ୍ଚଳର ପୁରୁଖା ବ୍ୟକ୍ତିମାନେ କୁହନ୍ତି, ହଇଜା ଓ ବସନ୍ତ ରୋଗ ଦେଖାଦେଲେ ସମସ୍ତେ ସତ୍ୟପୀରଙ୍କୁ ଆରାଧନା କରିଥାଆନ୍ତି। ପୀରଙ୍କ ନିକଟରୁ କଠଉ ଆସି ଗଁାଦାଣ୍ଡରେ ପଡ଼ିଲେ ରୋଗ ଛାଡ଼ିଯାଇଥାଏ। ଏଭଳି ଲୋକବିଶ୍ୱାସ ଅନେକ ଦିନ ଧରି ନିକଟସ୍ଥ ଚାରିନଙ୍ଗଳ, ମାଣ୍ଡୁକା, ନଳିପୁର, ଗୋପାଳପୁର ଆଦି ପଞ୍ଚାୟତବାସୀଙ୍କ ମୁଖରୁ ଶୁଣାଯାଏ। ସତ୍ୟପୀରଙ୍କ ସେବା କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନେ ପୀଠର ଜମି ଚାଷ କରୁଥିଲେ। ଏବେ ଏକର ଏକର ଜମିର ହିସାବ ନାହଁି। ପୀଠ ନିକଟ ତଥା ପାହାଡ଼ ଶୀର୍ଷରେ ୫ ଏକର ପରିମିତ ସମତଳ ସ୍ଥାନ ରହିଛି। ବହୁ ବର୍ଷ ପୂର୍ବେ ସେଠାରେ ମେଳା ମହୋତ୍ସବ ଅନୁଷ୍ଠିତ ହେଉଥିଲା ବୋଲି ଜଣାପଡ଼ିଛି। ଗମ୍ବୁଜ ସଦୃଶ ଏହି ଘରଟି  କେବେ  ନିର୍ମାଣ ହୋଇଥିଲା ସେ ସମ୍ପର୍କରେ କେହି କହିପାରୁ ନାହାନ୍ତି। ଏହା ଦ୍ୱାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀର ହେବ ବୋଲି ଐତିହାସିକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି କୁହନ୍ତି। ଏହି ପ୍ରାଚୀନ ପୀଠକୁ ପାହାଡ଼ ପାଦଦେଶରୁ ଯିବା ପାଇଁ ରାସ୍ତା  ନିର୍ମାଣ ସାଙ୍ଗକୁ ଆଲୋକ ଓ ପାନୀୟଜଳର ବ୍ୟବସ୍ଥା କରାଗଲେ ଏହା ଆକର୍ଷଣୀୟ ପ୍ରକୃତି ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ହୋଇପାରିବ। ଏହାସହ ଧାର୍ମିକ ସଦ୍‌ଭାବ ଭଳି ଭଲ କଥାର ଟେକ ରହିପାରିବ। ତେଣୁ ରାଜ୍ୟ ସରକାର ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ସତ୍ୟପୀର ପୀଠକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦେଇ ଏହାର ବିକାଶ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri