Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ- ଏଟିକେ ଫାଇନାଲ

ମାର୍ଗାଓ,୧୦।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ମୁମ୍ବାଇ ସିଟି ଏଫ୍‌ସି ଓ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି) ୧୩ ତାରିଖ ଶନିବାର ପାଟୋର୍ଡା ଷ୍ଟାଡିୟମରେ ପରସ୍ପରକୁ ଭେଟିବେ। ମଙ୍ଗଳବାର ସେମିଫାଇନାଲ ଲେଗ୍‌ରେ ଏଟିକେ ୩-୨ ଏଗ୍ରିଗେଟ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସିକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ ସିଟି ଏଫ୍‌ସି ଗୋଆକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।
ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଲେଗ୍‌ର ଦ୍ୱିତୀୟ ମୁକାବିଲାରେ ଏଟିକେଏମ୍‌ବି ୨-୧ ଗୋଲ୍‌ରେ ନର୍ଥଇଷ୍ଟକୁ ହରାଇ ଏହି ସଫଳତା ପାଇଛି। ଏଟିକେ ପ୍ରଥମ ଦୁଇଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଡେଭିଡ୍‌ ଓ୍ବିଲିୟମ୍ସ ୩୮ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ମନବୀର ସିଂ ୬୮ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୭୪ତମ ମିନିଟ୍‌ରେ ନର୍ଥଇଷ୍ଟ ଫରଓ୍ବାର୍ଡ ଭି.ପି. ସୁହେର ଦଳ ତରଫରୁ ଏକମାତ୍ର ଗୋଲ ଦେଇଥିଲେ। ନର୍ଥଇଷ୍ଟ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଆଉ ଗୋଲ ଦେଇପାରି ନ ଥିଲା। ଫଳରେ ନର୍ଥଇଷ୍ଟ ପରାସ୍ତ ହୋଇ ଫାଇନାଲକୁ ଉଠିବାରେ ବିଫଳ ହୋଇଥିଲା। ଏହାପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ଲେଗ୍‌ ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ମନବୀର ସିଂଙ୍କୁ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଟିକେର ରଏ କ୍ରିଷ୍ଣା ଓ୍ବିନିଂ ପାସ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ସେହିପରି ଏଟିକେକୁ କ୍ଲବ ପୁରସ୍କାର ଦିଆଯାଇଥିଲା।
ପୂର୍ବରୁ ସୋମବାର ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡିୟମରେ ମୁମ୍ବାଇ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ଏଫ୍‌ସି ଗୋଆକୁ ୬-୫ରେ ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ଓ ଗୋଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ଲେଗ୍‌ରେ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ତେବେ କଡ଼ା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ଲେଗ୍‌ ନିର୍ଦ୍ଧାରିତ ସମୟ ଶେଷ ବେଳକୁ ବିନା ଗୋଲରେ ଅମୀମାଂସିତ ରହିଥିଲା। ଏଗ୍ରିଗେଟ୍‌ ସ୍କୋର ୨-୨ ରହିବା ଫଳରେ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ମୁମ୍ବାଇ ବାଜି ମାରିଥିଲା।
ପୂର୍ବରୁ ଲିଗ୍‌ ପର୍ଯ୍ୟାୟ ଶେଷରେ ମୁମ୍ବାଇ ୨୦ ମ୍ୟାଚ୍‌ ଖେଳି ୧୨ ବିଜୟ ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଲିଗ୍‌ ଓ୍ବିନର୍ସ ଟ୍ରଫି ହାସଲ କରିଥିଲା। ଏଟିକେ ୪୦ ପଏଣ୍ଟ ପାଇ ଦ୍ୱିତୀୟ, ନର୍ଥଇଷ୍ଟ ୩୩ ପଏଣ୍ଟ ପାଇ ତୃତୀୟ ଓ ଗୋଆ ୩୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri