Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଞ୍ଜୁରି ଟାଇମ୍‌ରେ ଜିତିଲା କେରଳ

ବାମ୍ବୋଲିମ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ତରଫରୁ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲ୍‌ଭା ୨୩ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ କେରଳ ପ୍ରତ୍ୟାବର୍ତ୍ତନ କରି ଇଞ୍ଜୁରୀ ଟାଇମ୍‌ରେ ବିଜୟୀ ହୋଇଥିଲା। ଦଳ ତରଫରୁ ମିଜୋରାମ ଫୁଟବଲର ଲାଲଥାଥାଙ୍ଗା ଖାଓ୍ବାହିରିଂ ୭୩ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଇଞ୍ଜୁରି ଟାଇମ୍‌ର ଚତୁର୍ଥ ମିନିଟ୍‌ରେ ରାହୁଲ କାନୋଲି ପ୍ରବୀନ ଗୋଲ ଦେଇ କେରଳକୁ ବିଜୟୀ କରାଇବା ସହ ବେଙ୍ଗାଲୁରୁକୁ ନିରାଶ କରିଥିଲେ। ଏଥିସହି କେରଳ ୧୨ ମ୍ୟାଚ୍‌ ଖେଳି ୧୩ ପଏଣ୍ଟ ହାସଲ କରିବା ସହ ତାଲକାର ନବମ ଓ ବେଙ୍ଗାଲୁରୁ ୧୨ ମ୍ୟାଚ୍‌ ଖେଳି ସମାନ ୧୩ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ସପ୍ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?