ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି ଖବର ସାମ୍‌ନାକୁ ଆସିଛି। ଜାତିସଂଘରେ ରୁଷିଆ ବିରୋଧରେ ଭୋଟ ଦେବାରୁ ବିରତ ରହିବାରୁ ୟୁକ୍ରେନ୍‌ ସୈନ୍ୟ ତଥା ନାଗରିକ ଭାରତୀୟଙ୍କୁ ଶତ୍ରୁ ନଜରରେ ଦେଖୁଛନ୍ତି। ଏପରିକି ୟୁକ୍ରେନ୍‌ ସୈନ୍ୟ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏହାର ଭିଡିଓ ସାମ୍‌ନାକୁ ଆସିଛି। ଭାରତୀୟ ଛାତ୍ରୀଛାତ୍ର ରୋମାନିଆ ସୀମା ନିକଟରେ ପହଞ୍ଚିଥିବାବେଳେ ସେମାନଙ୍କୁ ବର୍ଡର ପାର କରିବାକୁ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ୟୁକ୍ରେନ୍‌ବାସୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦିଆଯାଉଛି। ପୋଲିସ ଓ ସୈନ୍ୟ ଭାରତୀୟଙ୍କୁ ଲାଠି ଓ ଲାତ ମାରିଥିବା ଛାତ୍ରୀଛାତ୍ରମାନେ ଭିଡିଓରେ ବଖାଣିଛନ୍ତି। ଭିଜା ପାଇବାକୁ ହେଲେ ହଣ୍ଟର ନାମକ ଏକ ଗେମ୍‌ ଖେଳିବାକୁ ମଧ୍ୟ ଧମକ ଦିଆଯାଉଥିବା ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦୦ ଲିଟର ମଦ ନାଳରେ ଢଳାଗଲା…

କାବୁଲ, ୩।୧ : ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହା ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହା...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ଓ୍ବାଶିଂଟନ, ୨୩।୧: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା...

ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି ତୁର୍କୀ…

ଆଙ୍କରା,୧୯।୧୧ : ତୁର୍କୀ ନିୟମିତ ଭାବେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଇରାନ ସୀମାରେ ଛାଡୁଛି। ସେମାନଙ୍କୁ ଇରାନ ବାଟେ ଆଫଗାନିସ୍ତାନ ଫେରିବାକୁ ବାଧ୍ୟ କରାଯାଉଛି।...

ପାକିସ୍ତାନରେ ମହିଳାଙ୍କ ଅଧିକାରର ଉଲ୍ଲଂଘନ: ନେଦରଲାଣ୍ଡରେ ପ୍ରଦର୍ଶନ…

ଆମଷ୍ଟେରଡାମ,୯।୩ : ନେଦରଲାଣ୍ଡର ପ୍ରବାସୀ ପାକିସ୍ତାନୀ ଖ୍ରୀଷ୍ଟିଆନମାନେ ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୮ରେ ଆୟୋଜିତ...

କରୋନା ଭାଇରସ: ପ୍ରଥମ ଦେଶ ଭାବେ ଆମେରିକାରେ ଗୋଟିଏ ଦିନରେ ଗଲା ୨ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ

ଓ୍ବାଶିଂଟନ,୧୧।୪: ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ। ଆମେରିକାରେ ଏହା ଥମିବାର ନାଁ ନେଉ ନ ଥିବା ବେଳେ ଏବେ ସେଠାରେ...

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ...

ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ହିଜବୁଲର ମୁଖ୍ୟ ସଲାଉଦ୍ଦିନ

ଇସଲାମାବାଦ,୨୫ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ତା’ର ପୂର୍ବ ପ୍ରକୃତିକୁ ଛାଡି ପାରୁ ନାହିଁ । ବିଶ୍ୱ ସଙ୍ଗଠନର ବହୁ...

ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ...

Advertisement
Archives

Model This Week