Posted inଖେଳ

ଭାରତୀୟ ରୋୟର, ଶୁଟରଙ୍କ ଚମକ

ହାଙ୍ଗଝୋ, ୨୫।୯ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂର ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲ୍ସ, ପୁରୁଷ କକ୍ସଡ୍‌ ଏଇଟ୍‌ ଏବଂ ଶୁଟିଂର ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଛି। ସେହିପରି ରୋଇଂର କକ୍ସଲେସ ପେୟାର ଏବଂ ଶୁଟିଂର ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଛନ୍ତି।
ଭାରତୀୟ ରୋଇଂ ତାରକାମାନେ ରବିବାର ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତି। ସକାଳର ଅନୁକୂଳ ପରିବେଶରୁ ଫାଇଦା ଉଠାଇ ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂ ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲ୍ସରେ ରୌପ୍ୟ ପଦକରୁ ଭାରତର ଅଭିଯାନ ଆରମ୍ଭ କରିଥିଲେ। ଏହି ଭାରତୀୟ ଯୋଡ଼ି ୬:୨୮.୧୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଚାଇନାର ଜୁନ୍‌ଜି ଫନ୍‌ ଓ ମାନ୍‌ ସୁନ୍‌ ୬:୨୩.୧୬ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉଜବେକିସ୍ତାନର ଶାଖଜୁଦ ନୁର୍ମାତୋଭ ଓ ସେବିର୍ଜନ ସାଫାରୋଜିୟେଭ ୬:୩୩.୪୨ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ପାଇଥିଲେ। ପରେ ଅନୁଷ୍ଠିତ ପୁରୁଷ କକ୍ସଡ୍‌ ଏଇଟ୍‌ ଇଭେଣ୍ଟରେ ଭାରତୀୟ ରୋୟରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଚାଇନାଠାରୁ ୨.୮୪ ସେକେଣ୍ଡ ପଛରେ ରହି ଯାଇଥିଲେ। ଭାରତୀୟ ଦଳ ୫:୪୩.୦୧ ସେକେଣ୍ଡ ସହ ରୌପ୍ୟ ଏବଂ ଚାଇନା ୫:୪୦.୧୭ ସେକେଣ୍ଡ ସହିତ ସ୍ବର୍ଣ୍ଣ ପଦକ ପାଇଥିଲା। ଇଣ୍ଡୋନେସିଆ ଦଳ ୫:୪୫.୫୧ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲା। ଏହି ପ୍ରତିଯୋଗିତାରେ ନୀରଜ, ନରେସ୍କ କାଲ୍ବାନିଆ, ନୀତୀଶ କୁମାର, ଚରଣଜିତ ସିଂ, ଯଶବିନ୍ଦର ସିଂ, ଭୀମ ସିଂ, ପୁନିତ କୁମାର ଓ ଆଶିଷ ଭାରତୀୟ ଦଳର ସଦସ୍ୟ ଥିଲେ। କକ୍ସଲେସ ପେୟାର ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ବାବୁଲାଲ ଯାଦବ ଓ ଲେଖରାମ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏ ଦୁହେଁ ୬:୫୦.୪୧ ସେକେଣ୍ଡ ସମୟ ନେଇଥିଲେ।

୬:୪୪.୨୦ ସେକେଣ୍ଡ ସହ ହଂକଂ ସ୍ବର୍ଣ୍ଣ ଏବଂ ୬:୪୮.୧୧ ସେକେଣ୍ଡ ସହିତ ଉଜ୍‌ବେକିସ୍ତାନ ରୌପ୍ୟ ପଦକ ପାଇଥିଲା। ପ୍ରକାଶଯୋଗ୍ୟ ଯେ, ଚଳିତ ଏସିଆନ ଗେମ୍ସକୁ ଭାରତ ୩୩ ଜଣ ରୋୟର ପଠାଇଛି। ପ୍ରତିଯୋଗିତାର ଶୁଟିଂ ଇଭେଣ୍ଟରେ ରବିବାର ଭାରତକୁ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ୩ ଅଭିଜ୍ଞ ଶୁଟର ମେହୁଲି ଘୋଷ, ରମିତା ଜିନ୍ଦଲ ଓ ଆଶି ଚୌକସେ ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତର ଏହି ପ୍ରତିଯୋଗୀ ତ୍ରୟ ମୋଟ ୧,୮୮୬.୦ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଚାଇନା ପ୍ରତିଯୋଗୀମାନେ ୧,୮୯୬.୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଅବସରରେ ଚାଇନା ଏସିଆନ ରେକର୍ଡ ମଧ୍ୟ ଭାଙ୍ଗିଥିଲା। ମଙ୍ଗୋଲିଆ ୧୮୮୦.୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା।
ଏହାପରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଜୁନିୟର ବିଶ୍ୱ ଚାମ୍ପିୟନ ରମିତା ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୮ ଶୁଟର ବିଶିଷ୍ଟ ଫାଇନାଲ୍ସରେ ରମିତା ୨୩୦.୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ। ଚାଇନାର ହ୍ବାଙ୍ଗ୍‌ ୟୁଟିଙ୍ଗ (୨୫୨.୭ ପଏଣ୍ଟ) ଗେମ୍ସ ରେକର୍ଡ ସହିତ ସ୍ବର୍ଣ୍ଣ ଏବଂ ସେହି ଦେଶର ହାନ୍‌ ଜିୟୁ ୨୫୧.୩ ପଏଣ୍ଟ ସହିତ ରୌପ୍ୟ ପଦକ ଜିତିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଶୁଟର ମେହୁଲି ୨୦୮.୪୩ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। କ୍ୱାଲିଫିକେଶନରେ ରମିତା (୬୩୧.୯) ଦ୍ୱିତୀୟ, ମେହୁଲି (୬୩୦.୮) ଚତୁର୍ଥ, ଆଶି (୬୨୩.୩) ୨୮ତମ ସ୍ଥାନ ପାଇଥିଲେ। ମାତ୍ର ୩ ଜଣଙ୍କ ମିଳିତ ସ୍କୋର ଦଳକୁ ରୌପ୍ୟ ପଦକ ପ୍ରଦାନରେ ଯଥେଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri