Posted inଖେଳ

ଭାରତୀୟ ରୋୟର, ଶୁଟରଙ୍କ ଚମକ

ହାଙ୍ଗଝୋ, ୨୫।୯ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂର ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲ୍ସ, ପୁରୁଷ କକ୍ସଡ୍‌ ଏଇଟ୍‌ ଏବଂ ଶୁଟିଂର ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଛି। ସେହିପରି ରୋଇଂର କକ୍ସଲେସ ପେୟାର ଏବଂ ଶୁଟିଂର ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଛନ୍ତି।
ଭାରତୀୟ ରୋଇଂ ତାରକାମାନେ ରବିବାର ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତି। ସକାଳର ଅନୁକୂଳ ପରିବେଶରୁ ଫାଇଦା ଉଠାଇ ଅର୍ଜୁନ ଲାଲ ଜାଟ୍‌ ଓ ଅରବିନ୍ଦ ସିଂ ପୁରୁଷ ଲାଇଟଓ୍ବେଟ ଡବଲ ସ୍କଲ୍ସରେ ରୌପ୍ୟ ପଦକରୁ ଭାରତର ଅଭିଯାନ ଆରମ୍ଭ କରିଥିଲେ। ଏହି ଭାରତୀୟ ଯୋଡ଼ି ୬:୨୮.୧୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଚାଇନାର ଜୁନ୍‌ଜି ଫନ୍‌ ଓ ମାନ୍‌ ସୁନ୍‌ ୬:୨୩.୧୬ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉଜବେକିସ୍ତାନର ଶାଖଜୁଦ ନୁର୍ମାତୋଭ ଓ ସେବିର୍ଜନ ସାଫାରୋଜିୟେଭ ୬:୩୩.୪୨ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ପାଇଥିଲେ। ପରେ ଅନୁଷ୍ଠିତ ପୁରୁଷ କକ୍ସଡ୍‌ ଏଇଟ୍‌ ଇଭେଣ୍ଟରେ ଭାରତୀୟ ରୋୟରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଚାଇନାଠାରୁ ୨.୮୪ ସେକେଣ୍ଡ ପଛରେ ରହି ଯାଇଥିଲେ। ଭାରତୀୟ ଦଳ ୫:୪୩.୦୧ ସେକେଣ୍ଡ ସହ ରୌପ୍ୟ ଏବଂ ଚାଇନା ୫:୪୦.୧୭ ସେକେଣ୍ଡ ସହିତ ସ୍ବର୍ଣ୍ଣ ପଦକ ପାଇଥିଲା। ଇଣ୍ଡୋନେସିଆ ଦଳ ୫:୪୫.୫୧ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲା। ଏହି ପ୍ରତିଯୋଗିତାରେ ନୀରଜ, ନରେସ୍କ କାଲ୍ବାନିଆ, ନୀତୀଶ କୁମାର, ଚରଣଜିତ ସିଂ, ଯଶବିନ୍ଦର ସିଂ, ଭୀମ ସିଂ, ପୁନିତ କୁମାର ଓ ଆଶିଷ ଭାରତୀୟ ଦଳର ସଦସ୍ୟ ଥିଲେ। କକ୍ସଲେସ ପେୟାର ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ବାବୁଲାଲ ଯାଦବ ଓ ଲେଖରାମ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏ ଦୁହେଁ ୬:୫୦.୪୧ ସେକେଣ୍ଡ ସମୟ ନେଇଥିଲେ।

୬:୪୪.୨୦ ସେକେଣ୍ଡ ସହ ହଂକଂ ସ୍ବର୍ଣ୍ଣ ଏବଂ ୬:୪୮.୧୧ ସେକେଣ୍ଡ ସହିତ ଉଜ୍‌ବେକିସ୍ତାନ ରୌପ୍ୟ ପଦକ ପାଇଥିଲା। ପ୍ରକାଶଯୋଗ୍ୟ ଯେ, ଚଳିତ ଏସିଆନ ଗେମ୍ସକୁ ଭାରତ ୩୩ ଜଣ ରୋୟର ପଠାଇଛି। ପ୍ରତିଯୋଗିତାର ଶୁଟିଂ ଇଭେଣ୍ଟରେ ରବିବାର ଭାରତକୁ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ୩ ଅଭିଜ୍ଞ ଶୁଟର ମେହୁଲି ଘୋଷ, ରମିତା ଜିନ୍ଦଲ ଓ ଆଶି ଚୌକସେ ମହିଳା ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତର ଏହି ପ୍ରତିଯୋଗୀ ତ୍ରୟ ମୋଟ ୧,୮୮୬.୦ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଚାଇନା ପ୍ରତିଯୋଗୀମାନେ ୧,୮୯୬.୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଅବସରରେ ଚାଇନା ଏସିଆନ ରେକର୍ଡ ମଧ୍ୟ ଭାଙ୍ଗିଥିଲା। ମଙ୍ଗୋଲିଆ ୧୮୮୦.୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା।
ଏହାପରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ଜୁନିୟର ବିଶ୍ୱ ଚାମ୍ପିୟନ ରମିତା ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୮ ଶୁଟର ବିଶିଷ୍ଟ ଫାଇନାଲ୍ସରେ ରମିତା ୨୩୦.୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ। ଚାଇନାର ହ୍ବାଙ୍ଗ୍‌ ୟୁଟିଙ୍ଗ (୨୫୨.୭ ପଏଣ୍ଟ) ଗେମ୍ସ ରେକର୍ଡ ସହିତ ସ୍ବର୍ଣ୍ଣ ଏବଂ ସେହି ଦେଶର ହାନ୍‌ ଜିୟୁ ୨୫୧.୩ ପଏଣ୍ଟ ସହିତ ରୌପ୍ୟ ପଦକ ଜିତିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଶୁଟର ମେହୁଲି ୨୦୮.୪୩ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। କ୍ୱାଲିଫିକେଶନରେ ରମିତା (୬୩୧.୯) ଦ୍ୱିତୀୟ, ମେହୁଲି (୬୩୦.୮) ଚତୁର୍ଥ, ଆଶି (୬୨୩.୩) ୨୮ତମ ସ୍ଥାନ ପାଇଥିଲେ। ମାତ୍ର ୩ ଜଣଙ୍କ ମିଳିତ ସ୍କୋର ଦଳକୁ ରୌପ୍ୟ ପଦକ ପ୍ରଦାନରେ ଯଥେଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?