ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି ପରମ୍ପରା ସ୍ବତନ୍ତ୍ର ନିଆରା ରହିଛି। ପ୍ରାଚୀନ କାଳରୁ ମୁନି ଋଷିମାନେ ଗୃହ ତ୍ୟାଗ କରି ଆଶ୍ରମ ନିର୍ମାଣ କରି ଧ୍ୟାନ ମଗ୍ନ ରହି ଜୀବନକୁ ଉତ୍ସର୍ଗ ଐଶ୍ୱରିକ ଶକ୍ତିରେ ସିଦ୍ଧି ପ୍ରାପ୍ତ ହୋଇଥିବା କୁହାଯାଇଛି। ଏଭଳି ଜଣେ ମହାନ୍‌ ବ୍ୟକ୍ତି ଶିକ୍ଷକତା ଜୀବନକୁ ପରିତ୍ୟାଗ କରିବା ସହ ପାରିବାରିକ ସଂସାର ଛାଡ଼ି ଗୃହ ତ୍ୟାଗ କରି ସନ୍ଥ ସନ୍ନାସୀ ବ୍ରତ ଗ୍ରହଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲାର ମନ୍ଦର ଧର ଦାସ। ୧୯୬୭ରେ ଗୃହ ତ୍ୟାଗ କରି ମହିମା ଗୋସାଇଁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି। ଗୁରୁ ଅନାଦି ବାବାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କରି ଯୋରନ୍ଦାସ୍ଥିତ ମହିମା ଗୋସାଇଁଙ୍କ ପୀଠକୁ ଚାଲି ଯାଇଥିଲେ। ସେଠାରେ କିଛିବର୍ଷ ପରେ କୁମ୍ଭି ପଟ ବଳ୍କଳ ପରିଧାନ କରି ମନ ଚୈତନ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଶ୍ୱର ମଙ୍ଗଳ ପାଇଁ ଗଁାକୁ ଗଁା ବୁଲି ଖାଲି ପାଦରେ ନିଜର କେତେଜଣ ପଟ ଶିଷ୍ୟଙ୍କ ସହ ଧର୍ମ ପ୍ରଚାର କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର କୋଣ ଅନୁକୋଣରେ ମହିମା ଧର୍ମ ଟୁଙ୍ଗି ନିର୍ମାଣ ଭଜନ ଜଣାଣ କୀର୍ତ୍ତନ ଅଖଣ୍ଡ ଦ୍ୱୀପ ଜାଳିଥାନ୍ତି।
ସନ୍ଥ ମନ୍ଦର ଧର ଦାସ (୮୬) ମହାକାଳପଡ଼ା ବ୍ଲକର ରାମନଗର, ପଲ୍ଲୀଗଡ଼, ହରିଆବାଙ୍କ, ଜଗତି, ବାହାକୁଦ, କେନ୍ତିଆ, ପିତାପାଟ, ବାରଡାଙ୍ଗ, ଛପାଲି, ଓଳପଦା, ବଡ଼ ତୋଟା, ବାହାରସୋବଳା, କୋଚିଳା, ବଜରପୁର, ସରୁମୁହିଁ, ପେଟଛେଲା, ଖରୀନାଶି, ରୋମୀତ ଶୋବଳା, ବରଜ ଅଞ୍ଚଳରେ ଠେଲାଗାଡ଼ିରେ ଶନିବାର ପୂର୍ବାହ୍ନରେ ଗଁାକୁ ଗଁା ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ସେହିପରି ନଦୀ ନାଳ ଅଞ୍ଚଳରେ ଡଙ୍ଗା ସାହାଯ୍ୟରେ ପାର ହୁଅନ୍ତି ବୋଲି ଶିଷ୍ୟମାନେ କୁହିଛନ୍ତି। ଗଁାକୁ ଗାଁ ବୁଲି ଧର୍ମ ପ୍ରଚାର ପ୍ରସାର ପାଇଁ ବୟସାଧିକ ଯୋଗୁ ଯାତାୟାତରେ ବାଧା ଉପୁଜିଛି। ଫଳରେ ତାଙ୍କ ଏକାନ୍ତ ଅନୁଗତ ଶିଷ୍ୟମାନେ ଏକ କାଠ ଗାଡ଼ି ସାହାଯ୍ୟରେ ଗୁରୁଙ୍କୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ସନ୍ଥ ମନ୍ଦରଧର ବାବାଙ୍କୁ ପଚାରିବାରେ ଗୁରୁ ଅନାଦି ବାବାଙ୍କଠାରେ ଅଲୌକିକତା ଦିବ୍ୟ ଜ୍ୟୋତି ଦର୍ଶନ ଲାଭ କରିଥିଲେ। ଗୁରୁଙ୍କ ଆଜ୍ଞା ପାଳନ କରିବା ସନ୍ନ୍ୟାସୀ ଜୀବନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାବା ମହିମା ଗୋସାଇଁଙ୍କ ଆଜ୍ଞାରେ ଅସମ୍ଭବ କାମକୁ ସମ୍ଭବ କରନ୍ତି। ଲୋକ କଥା ଅନୁସାରେ ୯୦ ଦଶକରେ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ହୋଇଥିଲା। ଚାଷୀମାନଙ୍କ ମଧ୍ୟରେ ହା ହାକାର ପଡ଼ି ଯାଇଥିଲା। ବାବାଙ୍କ ତପ ଓ ଯଜ୍ଞ ବଳରେ ବର୍ଷା କରାଇ ମରୁଡ଼ି ମୁକ୍ତ କରିଥିବା ଉଦାହରଣ ରହିଛି ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri