Posted inଖେଳ

ଇଣ୍ଡିଆନ ପ୍ରିମିୟର ଲିଗ୍‌: ମୁମ୍ବାଇକୁ ସ୍ପିନର ଚିନ୍ତା

ମୁମ୍ବାଇ,୧।୪(ପି.ଟି.): ୫ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକାଧିକ ତାରକା ବ୍ୟାଟ୍ସମ୍ୟାନ ତଥା ପାଓ୍ବାର ହିଟର ଓ ଡେଥ୍‌ ବୋଲର ରହିଛନ୍ତି। ଏହା ସତ୍ତ୍ୱେ ମୁମ୍ବାଇ ଦଳରେ ଏକ ସମସ୍ୟା ରହିଛି ଓ ଏହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଦଳରେ କ୍ୱାଲିଟି ସ୍ପିନର ନାହାନ୍ତି। ଫଳରେ ମୁମ୍ବାଇର କ୍ରମାଗତ ତୃତୀୟଥର ପାଇଁ ଟାଇଟଲ ଆଶା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ମୁମ୍ବାଇ ୨୦୧୯ ଓ ୨୦୨୦ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ବ୍ୟାଟିଂ ମୁମ୍ବାଇ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ରହିଆସିଛି। ରୋହିତ ଶର୍ମା ଓ କ୍ୱିଣ୍ଟନ ଡିକକ୍‌ ଦଳର ନିର୍ଭରଯୋଗ୍ୟ ଓପନିଂ ଯୋଡି ଭାବେ ସଫଳ ରହିଛନ୍ତି। ଅଷ୍ଟ୍ରେଲିଆର ହାର୍ଡ ହିଟିଂ କ୍ରିସ୍‌ ଲିନ୍‌ ମଧ୍ୟ ଓପନିଂ ପାଇଁ ବିକଳ୍ପ ରହିଛନ୍ତି। ଦଳରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନଙ୍କ ଭଳି ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ପୁଣି ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଦୁଇ ଭାଇ ମଧ୍ୟ ଦଳ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମିଡ୍‌ଲ ଅର୍ଡରରେ କିରନ ପୋଲାର୍ଡ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ଆହୁରି ମଜଭୁତ କରିଛନ୍ତି।
ବୋଲିଂରେ ଯଶପ୍ରୀତ ବୁମ୍‌ରା ଓ ନ୍ୟୁଜିଲାଣ୍ଡ ଟ୍ରେଣ୍ଟ ବୋଲ୍ଟ ଡେଥ୍‌ ବୋଲର ଭାବେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ପାଓ୍ବାର ପ୍ଲେରେ ଏହି ଦୁଇ ବୋଲର ଉଇକେଟ ନେବାର କ୍ଷମତା ମୁମ୍ବାଇକୁ ଏକ ଚାମ୍ପିୟନ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ନାଥନ କୁଲ୍ଟର ନାଇଲ ପେସ୍‌ ଆଟାକକୁ ଆହୁରି ଦୃଢ଼ କରିଛନ୍ତି।
ସ୍ପିନ୍‌ ବିଭାଗରେ ମୁମ୍ବାଇର ଦୁର୍ବଳତା ଛପିରହିଛି। କ୍ୱାଲିଟି ସ୍ପିନରଙ୍କ ଅଭାବ ରହିଛି। ଉଇକେଟ ନେବାର କ୍ଷମତା ରଖୁଥିବା ସ୍ପିନର ନ ଥିବାରୁ ମୁମ୍ବାଇ ଦଳ ଅସମ୍ପୂର୍ଣ୍ଣ ମନେହେଉଛି। ସେହିପରି ଫ୍ରାଞ୍ଚାଇଜ କ୍ରିକେଟରୁ ଲାସିଥ ମାଲିଙ୍ଗା ଅବସର ନେବା ପରେ ଦଳରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଦଳରେ ଅବଶ୍ୟ କୃନାଲ ଓ ରାହୁଲ ଚହର, ଜୟନ୍ତ ଯାଦବ, ପୀୟୂଷ ଚାଓ୍ବଲାଙ୍କ ଭଳି ସ୍ପିନର ରହିଛନ୍ତି। ଚାଓ୍ବଲା ଆଇପିଏଲ୍‌ରେ ୧୫୬ଟି ଉଇକେଟ ହାସଲ କରି ଲିଗ୍‌ରେ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ଦଳ ଦୃଢ ହୋଇଥିଲେ ମଧ୍ୟ ପ୍ରତ୍ୟେକ ସ୍ଥାନ ପାଇଁ ବିକଳ୍ପ ତଥା ବଦଳ ଖେଳାଳି ନାହାନ୍ତି। ଯୁବ ଖେଳାଳିଙ୍କୁ ନେଇ ମୁମ୍ବାଇର ବେଞ୍ଚ୍‌ ଷ୍ଟ୍ରେନ୍ଥ ବେଶ୍‌ ଅନଭିଜ୍ଞ ରହିଛି। ପୋଲାର୍ଡ ଅବଶ୍ୟ ଦଳ ପାଇଁ ଏଥର ଉପଯୋଗୀ ସାବ୍ୟସ୍ତ ହେବେ। ମୁମ୍ବାଇ ଏଥର ସଫଳ ହେଲେ ହ୍ୟାଟ୍ରିକ ଟାଇଟଲ ଜିତିବା ସହ ଷଷ୍ଠଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri