Posted inଜାତୀୟ

୧୦୧ଦେଶକୁ ରାଖୀ ପହଞ୍ଚାଇବ ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ,୩।୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କାମଧନ୍ଦା ଓ ରୋଜଗାର ପ୍ରଭାବିତ ହୋଇଛି। କରୋନା ଯୋଗୁ ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚଳପ୍ରଚଳ ସ୍ବଭାବିକ ହୋଇପାରିନାହିଁ। ସମସ୍ତ ବିଦେଶୀ ଯାତ୍ରା ସୀମିତ ରହିଛି। ଏଥିସହ ଗତବର୍ଷରୁ ଅନେକ ଦେଶରେ ଭାରତୀୟ ଡାକ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ କରୋନା ନିଜ ପ୍ରିୟଜନଙ୍କଠାରୁ ଦୂରରେ ଥିବା ଭଉଣୀମାନଙ୍କର ଭାଇଙ୍କୁ ପ୍ରେମ ବ୍ୟକ୍ତ କରିବାର ସୁଯୋଗ ମଧ୍ୟ ଛଡ଼ାଇ ନେଇଛି। ଦେଶରେ ଏପରି ହଜାର ହଜାର ଭଉଣୀ ଅଛନ୍ତି, ଯାହାର ଭାଇମାନେ ନିଜ ଦେଶଠାରୁ ଦୂରରେ ବିଦେଶରେ ରୁହନ୍ତି। ପ୍ରତିବର୍ଷ ରାଖୀ ଠିକ ସମୟରେ ସେମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ ଗତ ବର୍ଷରୁ ମହାମାରୀ ଯୋଗୁ ଡାକ ବିଭାଗର ବୈଦେଶିକ ସେବା ବନ୍ଦ ହୋଇଯାଇଛି। ଯାହାଫଳରେ ଅନ୍ୟାନ୍ୟ ଦେଶରେ ଥିବା ଭାଇମାନଙ୍କ ପାଖକୁ ଭଉଣୀମାନେ ରାଖୀ ପଠାଇପାରୁନାହାନ୍ତି। ହେଲେ ଚଳିତ ବର୍ଷ ଭାରତୀୟ ଡାକ ବିଭାଗ ଏହି ସେବାକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ ଭଉଣୀମାନେ ଦୂର ଦେଶରେ ରହୁଥିବା ଭାଇଙ୍କ ନିକଟକୁ ରାଖୀ ପଠାଇ ପାରିବେ। ଚଳିତ ଥର ଭାରତୀୟ ଡାକ ବିଭାଗ ୧୦୧ଟି ଦେଶକୁ ରାଖୀ ପହଞ୍ଚାଇବାକୁ ଯୋଜନା କରିଛି। ଏନେଇ ଭାରତୀୟ ଡାକ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏଥିସହ ୧୦୧ଟି ଦେଶର ଏକ ତାଲିକା ପ୍ରକାଶ କରିଛି, ଯେଉଁଠାକୁ ରାଖୀ ପଠାଯାଇପାରିବ। ଡାକ ବିଭାଗ ଅନୁଯାୟୀ, ରାଖୀ ୬୭ଟି ଦେଶରେ ଇଏମ୍‌ଏସ୍‌ ଅର୍ଥାତ୍‌ ଏକ୍ସପ୍ରେସ ମେଲ୍‌ ସର୍ଭିସ ମାଧ୍ୟମରେ ପଠାଯାଇପାରିବ। ଏଥିରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ବ୍ରାଜିଲ, ବେଲଜିୟମ, ଡେନମାର୍କ, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ଇଟାଲୀ, ମାଲେସିଆ, ମାଲଦ୍ୱୀପ, ନେପାଳ, ମେକ୍ସିକୋ, ଓମାନ, ନରୱେ, କାତାର, ରୁଷ, ସାଉଦି ଆରବ, ଶ୍ରୀଲଙ୍କା, ସ୍ବିଜରଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ ଏବଂ ଆମେରିକା ରହିଛି। ଅନ୍ୟପଟେ ରାଖୀକୁ ଏୟାର ପାର୍ସଲ ଜରିଆରେ ମଧ୍ୟ ୧୦୧ଟି ଦେଶକୁ ବିତରଣ କରାଯାଇପାରିବ। ଏତଦ୍‌ ବ୍ୟତୀତ ୯୯ଟି ଦେଶକୁ ବର୍ତ୍ତମାନ ଚିଠି ବିତରଣ କରାଯାଇପାରିବ ଏବଂ ୧୪ଟି ଦେଶକୁ ଆଇଟିପିଏସ୍‌ ମଧ୍ୟ ପଠାଯାଇପାରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?