ନ୍ୟୁୟର୍କ ପୋଲିସରେ କ୍ୟାପଟେନ ହେଲେ ଭାରତୀୟ ମୂଳ ବାସିନ୍ଦା ପ୍ରତିମା

ନ୍ୟୁୟର୍କ,୧୮।୫: ଭାରତୀୟ ମୂଳ ବାସିନ୍ଦା ଜଣେ ପୋଲିସ ଅଧିକାରୀ ପ୍ରତିମା ଭୁଲ୍ଲର ମାଲଡୋନାଡୋଙ୍କୁ ନ୍ୟୁୟର୍କ ପୋଲିସରେ କ୍ୟାପଟେନ ପଦରେ ନିଯୁକ୍ତ କରାଯାଇଛି। ମାଲଡୋନାଡୋ ଦକ୍ଷିଣ ଏସୀୟ ମୂଳର ପ୍ରଥମ ମହିଳା ଭାବରେ ଏହି ପଦରେ ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରତିମା ଭୁଲ୍ଲରଙ୍କୁ ଗତ ମାସରେ କ୍ୟାପଟେନ ଭାବରେ ନିଯୁକ୍ତ କରାଯାଇଥିଲା। ସେ ବର୍ତ୍ତମାନ ସାଉଥ ରିଚମଣ୍ଡ ହିଲ ଅଞ୍ଚଳରେ ୧୦୨ ତମ ପୋଲିସ ଷ୍ଟେସନର ମୁଖ୍ୟ ହେବେ।

ପ୍ରତିମା ଭୁଲ୍ଲାର ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ଏବଂ ନଅ ବର୍ଷ ପର୍ଯ୍ୟନ୍ତ ସେ ପଞ୍ଜାବରେ ରହୁଥିଲେ। ଏହାପରେ ସେ ନିଜ ମାତାପିତାଙ୍କ ସହ ନ୍ୟୁୟର୍କ ଚାଲିଯାଇଥିଲେ। ରିଚମଣ୍ଡ ହିଲ ଅଞ୍ଚଳର କ୍ୟାପଟେନ ହେବାପରେ ପ୍ରତିମା କହିଛନ୍ତି ଯେ ଏହା ଘରକୁ ଫେରିବା ପରି। ମୁଁ ମୋ ଜୀବନର ୨୫ବର୍ଷରୁ ଅଧିକ ସମୟ ଏହି ଅଞ୍ଚଳରେ ଅତିବାହିତ କରିଛି ।ଶିଖ ସମ୍ପ୍ରଦାୟର ଅଧିକାଂଶ ଲୋକେ ଏହି ଅଞ୍ଜଳରେ ବାସ କରନ୍ତି। ଯେ ଶିଖ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଦକ୍ଷିଣ ରିଚମଣ୍ଡ ଅଞ୍ଚଳରେ ବାସ କରନ୍ତି

ଯେଉଁ ଅଞ୍ଚଳରେ ପିଲାଦିନ ଅତିକ୍ରମ କରିଥିଲି ଏବେ ସେଠାରେ ସେନାପତି ହେଲି। ସେ କହିଥିଲେ ଯେ ‘ସେ ପିଲାଦିନେ ଯେଉଁ ଗୁରୁଦ୍ୱାରକୁ ଯାଉଥିଲେ, ସେ ବର୍ତ୍ତମାନ କ୍ୟାପଟେନଙ୍କ ଭଳି ଗୁରୁଦ୍ୱାରକୁ ଯିବେ ଏବଂ ଏହା ମଜା ଲାଗିବ।’ ପ୍ରତିମା କହିଛନ୍ତି ଯେ କ୍ୟାପଟେନ ଭାବରେ କମ୍ୟୁନିଟି ପୋଲିସିଂ ଉପରେ ତାଙ୍କର ଗୁରୁତ୍ୱ ଦିଆଯିବ। ନ୍ୟୁୟର୍କ ପୋଲିସର ଶୀର୍ଷ ପଦବୀରେ ପହଞ୍ଚିବା ପରେ ପ୍ରତିମା କହିଛନ୍ତି ଯେ ବେଳେବେଳେ ତୁମର କାମ ପାଇଁ ତୁମେ ପ୍ରଶଂସା ପାଇବ ନାହିଁ ତଥାପି ତୁମକୁ କାମ କରିବାକୁ ପଡିବ। ଏହା ଏକ ବଡ ଦାୟିତ୍ୱ ଏବଂ ମୁଁ କେବଳ ମୋ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ମହିଳା, ଶିଶୁ ଏବଂ ସମସ୍ତଙ୍କ ପାଇଁ ପୋଲିସର ଏକ ଉତ୍ତମ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri